ETV Bharat / bharat

ଜଳୁଥିଲା ବାପାଙ୍କ ଚିତା, ପରୀକ୍ଷା ଦେବାକୁ ଗଲେ ଝିଅ

author img

By

Published : Mar 23, 2023, 3:45 PM IST

ପରୀକ୍ଷା ଦିନ ଚାଲିଗଲା ଛାତ୍ରୀଙ୍କ ବାପାଙ୍କ ଜୀବନ । ଏଭଳି ସ୍ଥିତିରେ ଛାତିରେ କୋହକୁ ଚାପି ଧରି ପରୀକ୍ଷା ଦେବାକୁ ଗଲେ ଝିଅ । ଝାରଖଣ୍ଡର ବୋଗଦରରୁ ସାମ୍ନକା ଆସିଛି ଏଭଳି ଦୁଃଖଦ ଘଟଣା । ଅଧିକ ପଢନ୍ତୁ

ପରୀକ୍ଷା ଦିନ ଚାଲିଗଲା ଛାତ୍ରୀଙ୍କ ବାପାଙ୍କ ଜୀବନ
ପରୀକ୍ଷା ଦିନ ଚାଲିଗଲା ଛାତ୍ରୀଙ୍କ ବାପାଙ୍କ ଜୀବନ

ରାଞ୍ଚି: ମଣିଷ ସମୟର ଦାସ । ବେଳେବେଳେ ପରିସ୍ଥିତି ମଣିଷକୁ ଏଭଳି ଏକ ସ୍ଥାନରେ ଆଣି ଠିଆ କରେ ସେତେବେଳେ ନିଷ୍ପତ୍ତି ନେବା ମଧ୍ୟ କଷ୍ଟକର ହୋଇପଡେ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଝାରଖଣ୍ଡର ବୋଗଦରରୁ । ଘରେ ବାପାର ମୃତଦେହ ପଡି ରହିଥିବା ବେଳେ ଅନ୍ୟପଟେ ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ଜଣେ ମାଟ୍ରିକ ପରୀକ୍ଷାର୍ଥୀ ।

ଛାତିରେ କୋହକୁ ଚାପି ଧରି ଭବିଷ୍ୟତର ସ୍ବପ୍ନକୁ ପୂରଣ କରିବ ଭାବି ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ ପରୀକ୍ଷାର୍ଥୀ । ବୋର୍ଡ ପରୀକ୍ଷା ଦିନ ପିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଛାତ୍ରୀଜଣକ ଆଖିରେ ଲୁହ ନେଇ ପରୀକ୍ଷା ଦେଇଥିବା ଖବର ସାମ୍ନାକୁ ଆସିଛି । ଉକ୍ତ ପରୀକ୍ଷାର୍ଥୀ ହେଲେ ବାଗୋଦର ପୋଲିସ ଥାନା ପରିସର ନିଶା କୁମାରୀ ।

ସୂଚନାଅନୁସାରେ, ବଗୋଦରର ହରାୟତନ୍ଦ ନିବାସୀ ଦ୍ୱାରକା ଯାଦବ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ । ତେବେ ବୁଧବାର ତାଙ୍କର ଦେହାନ୍ତ ହୋଇଥିଲା । ହେଲେ ଝିଅ ନିଶାଙ୍କର ସେଦିନ ହିନ୍ଦୀ ପରୀକ୍ଷା ରହିଥିଲା । ତେବେ ଦ୍ବାରକାଙ୍କ ମୃତ୍ୟୁ ପରେ ଘର କାନ୍ଦ ବୋବୋଳିରେ ଫାଟି ପଡିଥିବା ବେଳେ ଆତ୍ମୀୟ ସ୍ୱଜନ ମଧ୍ୟ ଘରେ ଭିଡ ଜମାଇଥିଲେ । ଏହି ସମୟରେ ନିଶାଙ୍କ ଦୁଃଖ ଦୁଇଗୁଣିତ ହୋଇଯାଇଥିଲା । ଘରର ବଡ ହୋଇଥିବାରୁ ପରିବାରର ଦାୟିତ୍ବ ମଧ୍ୟ ମୁଣ୍ଡ ଉପରେ ରହିଥିଲା । ହେଲେ ଭବିଷ୍ୟତକୁ ଆଖି ଆଗରେ ରଖି ନିଶା ପରୀକ୍ଷା ଦେବା ପାଇଁ କେନ୍ଦ୍ରକୁ ଯାଇଥିଲେ ।

ସୂଚନାଅନୁସାରେ, ନିଶା ବଗୋଦର ଗୋପାଳଡିହ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲା । ତେବେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ବଗୋଦରର ଆରକେବି କଲେଜ ଅଫ ଏଜୁକେସନରେ ପରୀକ୍ଷା କେନ୍ଦ୍ର ରହିଥିଲା । ତେବେ ବାପାଙ୍କ ମୃତ୍ୟୁ ଘଟିବା ପରେ ମଧ୍ୟ କେନ୍ଦ୍ରକୁ ଯାଇ ସେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେବା ପରେ ନିଶା କହିଛନ୍ତି, "ପରୀକ୍ଷା ମୋର ଭଲ ହୋଇଛି । ଆମର ୩ ଭାଇଭଉଣୀ ମଧ୍ୟରେ ମୁଁ ସବୁଠାରୁ ବଡ । ବାପା ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ବେଳେ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା ।"

ଅନ୍ୟପଟେ ଗୋପାଳଡିହ ହାଇସ୍କୁଲର ଶିକ୍ଷକ କହିଛନ୍ତି, "ଶିକ୍ଷା ପ୍ରତି ଆଗ୍ରହର ଏହା ଏକ ସ୍ପଷ୍ଟ ଉଦାହରଣ । ନିଶାଙ୍କ ବାପାଙ୍କୁ ଫେରାଇ ଅଣାଯାଇ ପାରିବ ନାହିଁ କିନ୍ତୁ ସେ ପରୀକ୍ଷା ଦେଇନଥିଲେ ଗୋଟିଏ ବର୍ଷ ବ୍ୟର୍ଥରେ ଚାଲିଯାଇଥାନ୍ତା । ଏପରି ପରିସ୍ଥିତିରେ ନିଶାର ପରୀକ୍ଷା ଦେବା ନିଷ୍ପତ୍ତି ନିଶ୍ଚୟ ପ୍ରଶଂସାଯୋଗ୍ୟ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.