ETV Bharat / bharat

ନ୍ୟାସନାଲ କନଫରେନ୍ସ ସଭାପତି ପଦରୁ ଫାରୁକ ଅବଦୁଲ୍ଲାଙ୍କ ଇସ୍ତଫା

author img

By

Published : Nov 18, 2022, 11:37 AM IST

ନ୍ୟାସନାଲ କନଫରେନ୍ସର ସଭାପତି ପଦରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା । ଅଧିକ ପଢନ୍ତୁ

ନ୍ୟାସନାଲ କନଫରେନ୍ସ ସଭାପତି ପଦରୁ ଫାରୁକ ଅବଦୁଲ୍ଲାଙ୍କ ଇସ୍ତଫା
ନ୍ୟାସନାଲ କନଫରେନ୍ସ ସଭାପତି ପଦରୁ ଫାରୁକ ଅବଦୁଲ୍ଲାଙ୍କ ଇସ୍ତଫା

ଶ୍ରୀନଗର: ନ୍ୟାସନାଲ କନଫରେନ୍ସର(National Conference) ସଭାପତି ପଦ ଛାଡିଲେ ଫାରୁକ ଅବଦୁଲ୍ଲା । ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା NC ମୁଖ୍ୟ ଫାରୁକ ଅବଦୁଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି(Farooq Abdullah resigned from post of NC President) । ପାର୍ଟି ମୁଖ୍ୟାଳୟରେ ଦଳୀୟ ନେତମାନଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ୫ ତାରିଖରେ ନୂଆ ସଭାପତି ଚୟନ ପାଇଁ ନିର୍ବାଚନ ହେବ । ତେବେ ନିଜର ବୟସ ଓ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ସେ ଇସ୍ତଫା ଦେଇଥିବା କୁହାଯାଇଛି ।

ତେବେ ନ୍ୟାସନାଲ କନଫରେନ୍ସ ପାର୍ଟି ସୂତ୍ରରୁ ଯାହା ସୂଚନା ମିଳିଛି, ଓମାର ଅବଦୁଲ୍ଲା ଦଳର ନୂଆ ସଭାପତି ନିର୍ବାଚିତ ହେବେ । ବର୍ତ୍ତମାନ ଓମାର ଅବଦୁଲ୍ଲା NCର ଉପସଭାପତି ଅଛନ୍ତି । ସେ ନୂଆ ମୁଖିଆ ହେବେ ବୋଲି କୁହାଯାଉଥିବାବେଳେ, ଏଥିପାଇଁ ଡିସେମ୍ବର ୫ରେ ନିର୍ବାଚନ ଅନୁଷ୍ଠିତ ହେବ । ଦଳର ମୁଖପାତ୍ର ଅଲ୍ଲୀ ତନବୀର ସିଦ୍ଦିକି କହିଛନ୍ତି, ଖୁବଶୀଘ୍ର ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଯଦ୍ବାରା ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ଫାରୁକ ଅବଦୁଲ୍ଲା ଦଶନ୍ଧି ଧରି NC ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.