ETV Bharat / bharat

ଉତ୍ତରକାଶୀରେ ଗଡକରୀ ଓ ଧାମି, ‘ଆଉ ଦୁଇ ଦିନ ମଧ୍ୟରେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ଆଶା’

author img

By ETV Bharat Odisha Team

Published : Nov 19, 2023, 4:23 PM IST

ଉତ୍ତରକାଶୀରେ ଗଡକରୀ ଓ ଧାମି, ‘ଆଉ ଦୁଇ ଦିନ ମଧ୍ୟରେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ନେଇ ଆଶା ’
ଉତ୍ତରକାଶୀରେ ଗଡକରୀ ଓ ଧାମି, ‘ଆଉ ଦୁଇ ଦିନ ମଧ୍ୟରେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ନେଇ ଆଶା ’

ଟନେଲ ନିକଟରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଗଡକରୀ ଓ ମୁଖ୍ୟମନ୍ତ୍ରୀ ଧାମି । ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ । ଆଉ ଦୁଇରୁ ଅଢେଇ ଦିନ ମଧ୍ୟରେ ଶ୍ରମିକଙ୍କ ନିକଟରେ ପହଞ୍ଚିବା ସମ୍ଭାବନା ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ

ଡେରାଡୁନ: ଉତ୍ତରକାଶୀ ଟନେଲ ଟ୍ରାଜେଡିର ଉଦ୍ଧାର କାର୍ଯ୍ୟ ଆଜିକୁ 8ମ ଦିନରେ ପହଞ୍ଚିଛି । ଆଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀଙ୍କ ସାଙ୍ଗରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଭୟ ଆଜି (ରବିବାର) ସକାଳେ ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ସମୀକ୍ଷା କରିବା ସହ ସେଠାରେ ଉଦ୍ଧାରରେ ନିୟୋଜିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଉଭୟଙ୍କୁ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ମନୋଜ ସିହ୍ନା ଓ ସ୍ଥାନୀୟ ପୋଲିସ ଏସପି ଉଦ୍ଧାର ପ୍ରକ୍ରିୟା ସମ୍ପର୍କରେ ଅବଗତ କରିଥିଲେ । ଗଡକରୀ ଓ ଧାମି ଟନେଲ ମଧ୍ୟରେ ପ୍ରବେଶ କରି ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ।

  • #WATCH | Uttarkashi, Uttarakhand tunnel rescue | Disaster Management Secretary Ranjit Sinha says, "We are inserting a 900mm diameter pipe with the help of the Auger machine. We have reached 22 meters and we are going ahead rapidly. There is a lifeline pipe for sending food and… pic.twitter.com/ioSWaCrM9G

    — ANI (@ANI) November 19, 2023 " class="align-text-top noRightClick twitterSection" data=" ">

ସ୍ଥିତି ସମୀକ୍ଷା କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଗଡକରୀ କହିଥିଲେ,‘‘ ଉଦ୍ଧାର କାର୍ଯ୍ୟ ସଠିକ ଭାବେ ଜାରି ରହିଛି । ଯଦି ଅଗର ଡ୍ରିଲିଂ ମେସିନ ସଠିକ ଭାବେ କାମ କରେ, ତେବେ ଆଗାମି ଦୁଇରୁ ଅଢେଇ ଦିନ ମଧ୍ୟରେ ଆମେ ଶ୍ରମିକଙ୍କ ନିକଟରେ ପହଞ୍ଚିବାରେ ସଫଳ ହେବୁ । ଏବେ ପାଇପ ମାଧ୍ୟମରେ ସେମାନଙ୍କ ନିକଟରେ ଅମ୍ଳଜାନ ଖାଦ୍ୟ ଓ ପାନୀୟ ପଠାଯାଉଛି । ଏହି ପ୍ରକ୍ରିୟାରେ କୌଣସି ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଅନ୍ୟ ଏକ ବିକଳ୍ପ ପାଇପଲାଇନ ମଧ୍ୟ ବ୍ୟବସ୍ଥା କରାଯାଉଛି । ଶ୍ରମିକମାନେ ଫସିଥିବା ସ୍ଥାନରେ ଆଲୋକ ଅଛି । ସେଠାରେ ପର୍ଯ୍ୟାପ୍ତ ସ୍ଥାନ ମଧ୍ୟ ରହିଛି । ସେମାନେ ସେଠାରେ କିଛି ସ୍ଥାନ ପର୍ଯ୍ୟନ୍ତ ଚଲାବୁଲା ମଧ୍ୟ କରିପାରୁଛନ୍ତି ।’’

  • #WATCH | Uttarkashi tunnel rescue: Uttarakhand CM Pushkar Singh Dhami and Union Minister Nitin Gadkari leave from the Silkyara tunnel site in Uttarkashi after conducting an on-site inspection of the ongoing relief and rescue work. pic.twitter.com/gHsusO2w2P

    — ANI (@ANI) November 19, 2023 " class="align-text-top noRightClick twitterSection" data=" ">

ଉଦ୍ଧରକାର୍ଯ୍ୟକୁ ନିୟମିତ ତଦାରଖ କରୁଥିବା ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ ସିହ୍ନା କହିଛନ୍ତି,‘‘ ଆମେ ଅଗର ମେସିନ୍ ସାହାଯ୍ୟରେ 900 ମି.ମି ବ୍ୟାସ ବିଶିଷ୍ଟ ପାଇପ ଟନେଲ ମଧ୍ୟରେ ଭର୍ତ୍ତି କରୁଛୁ । ଏପର୍ଯ୍ୟନ୍ତ ଆମେ ଟନେଲ ମଧ୍ୟରେ 22 ମିଟର ପର୍ଯ୍ୟନ୍ତ ଏହି ପାଇପକୁ ଭର୍ତ୍ତି କରିସାରିଛୁ । ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଇବା ପାଇଁ ଏକ ଲାଇଫ ଲାଇନ ପାଇପ ମଧ୍ୟ ବ୍ୟବସ୍ଥିତ ହୋଇଛି । ଆମେ ଏପର୍ଯ୍ୟନ୍ତ 42 ମିଟର ପର୍ଯ୍ୟନ୍ତ ପହଞ୍ଚି ସାରିଛୁ । ଏବେ ଆଉ ମାତ୍ର କିଛି ମିଟର ବାକି ରହିଛି । ଖୁବଶିଘ୍ର ଏହି ଦୂରତା ମଧ୍ୟ ଆମେ ଅତିକ୍ରମ କରିବୁ । ଲାଇଫ ସପୋର୍ଟ ପାଇଁ ଆମେ ଆଉ ଏକ ଅତିରିକ୍ତ ପାଇପ ମଧ୍ୟ ବ୍ୟବସ୍ଥା କରିବାକୁ ପ୍ରୟାସ କରୁଛୁ ।’’

ଏହା ମଧ୍ୟ ପଢନ୍ତୁ :- ପ୍ରକଳ୍ପରେ ପ୍ଲାନ ଥିଲା, ତଥାପି ନିର୍ମାଣ ହୋଇନଥିଲା ଏମରଜେନ୍ସି ଏସକେପ ରୁଟ !

12 ତାରିଖ ସକାଳେ ଭୂସ୍ଖଳନ କାରଣରୁ ଟନେଲରେ ମାଟି ଧସି ଯାଇଥିଲା । ଏଥିରେ କାର୍ଯ୍ୟରତ 41 ଜଣ ଶ୍ରମିକ ଏବେ ମଧ୍ୟ ସେଠାରେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟକୁ 8 ଦିନ ବିତିଥିଲେ ସୁଦ୍ଧା ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିନି । ସମସ୍ତେ ଜୀବିତ ଓ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ଖାଦ୍ୟ, ଅମ୍ଳଜାନ ଓ ଔଷଧ ନିୟମିତ ଭାବେ ପଠାଯାଉଛି । ଉଦ୍ଧାରକାରୀ ଟିମ ସେମାନଙ୍କ ନିକଟରେ ଆଉ 2 ରୁ 3 ଦିନ ମଧ୍ୟରେ ପହଞ୍ଚିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.