ETV Bharat / bharat

ପ୍ରକଳ୍ପରେ ପ୍ଲାନ ଥିଲା, ତଥାପି ନିର୍ମାଣ ହୋଇନଥିଲା ଏମରଜେନ୍ସି ଏସକେପ ରୁଟ !

author img

By ETV Bharat Odisha Team

Published : Nov 18, 2023, 9:50 PM IST

3 କି.ମିରୁ ଅଧିକ ଲମ୍ବର ଟନେଲ ପାଇଁ ଏମରଜେନ୍ସି ଏସକେପ ରୁଟର SOP ଥିଲେ ସୁଦ୍ଧା କାହିଁକି ନିର୍ମାଣ ହୋଇନଥିଲା ଏସକେପ ରୁଟ । ନିର୍ମାଣକାରୀ ସଂସ୍ଥା ଉପରେ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

ଏମରଜେନ୍ସି ଏସକେପ ରୁଟ ପ୍ଲାନ ଥିଲା, ହେଲେ ନିର୍ମାଣ ହୋଇନଥିଲା
ଏମରଜେନ୍ସି ଏସକେପ ରୁଟ ପ୍ଲାନ ଥିଲା, ହେଲେ ନିର୍ମାଣ ହୋଇନଥିଲା

ଏମରଜେନ୍ସି ଏସକେପ ରୁଟ ପ୍ଲାନ ଥିଲା, ହେଲେ ନିର୍ମାଣ ହୋଇନଥିଲା
ଏମରଜେନ୍ସି ଏସକେପ ରୁଟ ପ୍ଲାନ ଥିଲା, ହେଲେ ନିର୍ମାଣ ହୋଇନଥିଲା

ଡେରାଡୁନ୍: ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ଟ୍ରାଜେଡିକୁ ଦୀର୍ଘ 7 ଦିନ ବିତିଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଫସିଥିବା 41 ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳତା ମିଳିନି । ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଏହି ଆହ୍ବାନପୂର୍ଣ୍ଣ ଉଦ୍ଧାର ଅପରେସନ ସଫଳତାଠାରୁ ଦୂରରେ ରହିଛି । ଏବେ ଏହାରି ମଧ୍ୟରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବୈଷୟିକ ଦିଗ ମଧ୍ୟ ସାମ୍ନାକୁ ଆସିଛି । ଯାହା ନିର୍ମାଣକାରୀ ସଂସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଟନେଲ ପ୍ରକଳ୍ପଟି 3 କି.ମି ରୁ ଅଧିକ ଲମ୍ବ ବିଶିଷ୍ଟ ହୋଇଥିବା କାରଣରୁ ଯେକୌଣସି ଜରୁରୀକାଳୀନ ସମୟରେ ଉଦ୍ଧାର ପାଇଁ ଏକ ଏମରଜେନ୍ସି ଏସକେପ ରୁଟ ନିର୍ମାଣ କରାଯିବାର ନିୟମ ରହିଛି । ପ୍ରୋଜେକ୍ଟରେ ଏଥିପାଇଁ ପ୍ଲାନ ମଧ୍ୟ ରଖାଯାଇଥିଲା । ହେଲେ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲ । କମ୍ପାନୀ କେବଳ ମୁଖ୍ୟ ଟନେଲ ନିର୍ମାଣ ଆରମ୍ଭ କରିଥିଲା ।

3 କି.ମି ଲମ୍ବରୁ ଅଧିକ ଲମ୍ବ ବିଶିଷ୍ଟ ଟନେଲ ନିର୍ମାଣ କରାଗଲେ ମାନକ କାର୍ଯ୍ୟ ପ୍ରଣାଳୀ (ଏସଓପି) ଅନୁସାରେ, ଏକ ଏସକେପ ରୁଟ ନିର୍ମାଣ କରାଯିବାର ନିୟମ ରହିଛି । କୌଣସି କ୍ଷେତ୍ରରେ ଟନେଲରେ ଭୂସ୍ଖଳନ କିମ୍ବା ଅନ୍ୟ ସମସ୍ୟା ହେଲେ, ଏହି ଏମରଜେନ୍ସି ରୁଟକୁ ବ୍ୟବହାର କରି ସେଥିରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିବ । ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲଟି ଦୀର୍ଘ 4.5 କି.ମି ଲମ୍ବ ବିଶିଷ୍ଟ । ଏହା ଆକାରରେ ସଳଖ ନୁହେଁ ବରଂ ବକ୍ରାକାର ମଧ୍ୟ । ତେଣୁ ଏସଓପି ଅନୁସାରେ, ଏହାର ମୂଳ ଡାଇଗ୍ରାମରେ ଏକ ଏମରସେଜନ୍ସି ଏସକେପ ପ୍ଲାନ ମଧ୍ୟ ରଖାଯାଇଥିଲା । ତେବେ ପ୍ଲାନ ପ୍ରସ୍ତୁତ ହୋଇ ମଧ୍ୟ କାହିଁକି ଏ ଦିଗରେ କୌଣସି ନିର୍ମାଣ କରାନଯାଇ, କେବଳ ମୁଖ୍ୟ ଟନେଲ ନିର୍ମାଣ କରାଗଲା, ତାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ସରକାର କିମ୍ବା କାମ କରୁଥିବା ସଂସ୍ଥା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ସାମ୍ନାକୁ ଆସିନି ।

ଏହା ମଧ୍ୟ ପଢନ୍ତୁ :- 7ମ ଦିନରେ ଉଦ୍ଧାରକାର୍ଯ୍ୟ: 40 ନୁହେଁ ଫସିଛନ୍ତି 41 ଶ୍ରମିକ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପହଞ୍ଚିଲା ଟିମ୍‌

ଅନ୍ୟପଟେ ଉଦ୍ଧାରକାର୍ଯ୍ୟ ଆଜିକୁ 7ମ ଦିନରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଫସିଥିବା ସମସ୍ତ ଶ୍ରମିକ ଜୀବିତ ଓ ସୁରକ୍ଷିତ ଥିବା ଜଣାପଡିଥିଲେ ସୁଦ୍ଧା ସେମାନଙ୍କ ନିକଟରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିବାରେ ସଫଳ ହୋଇନି । ଏବେ ଏହାରି ମଧ୍ୟରେ ଆଉ ଏକ ବଡ ଖବର ମଧ୍ୟ ସାମ୍ନାକୁ ଆସିଛି । 40 ନୁହେଁ ବରଂ ଟନେଲ ମଧ୍ୟରେ 41 ଶ୍ରମିକ ଫସି ରହିଛନ୍ତି । ଏବେ ଜଣାପଡିଥିବା ଶ୍ରମିକଙ୍କ ନାମ ଦୀପକ କୁମାର ଓ ତାଙ୍କ ଘର ବିହାର ବୋଲି ଜଣାପଡିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.