ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 13, 2022, 3:08 PM IST

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.ଅଜବ ପରମ୍ପରା: ଗ୍ରାମରେ ଜନ୍ମ ହୋଇପାରିବେନି ଶିଶୁ !

ମଧ୍ୟପ୍ରଦେଶର ରାଜଘର ଜିଲ୍ଲା ସଙ୍କାଶ୍ୟାମ ଗ୍ରାମ । ଆଜି ପର୍ଯ୍ୟନ୍ତ ଜଣେ ହେଲେ ଶିଶୁ ଏଠାରେ ଜନ୍ମ ହୋଇନାହାନ୍ତି । ଗର୍ଭବତୀ ପ୍ରସବ କରିବା ପାଇଁ ଗ୍ରାମ ବାହାରକୁ ଯାଆନ୍ତି ।

୨.ଡଙ୍ଗରିଆକନ୍ଧଙ୍କ ପାଇଁ ସାତ ସପନ ପାଲଟିଛି ପକ୍କାଘର, ଝାଟିମାଟି ଘରେ ବିତୁଛି ଜୀବନ

ରାୟଗଡା ଜିଲ୍ଲା ନିୟମଗିରିରେ ରହୁଥିବା ଆଦିମ ଅଧିବାସୀ ଡଙ୍ଗରିଆକନ୍ଧଙ୍କ ପାଇଁ ଆବାସ ଯୋଜନା ପାଲଟିଛି ସାତ ସପନ । ଝାଟିମାଟି ଘରେ ବିତୁଛି ୧୧୨ ଖଣ୍ଡ ଗ୍ରାମରେ ୨୫୦୦ ରୁ ଉର୍ଦ୍ଧ୍ବ ପରିବାରଙ୍କ ଜୀବନ ।

୩.ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ଅଣଓଡିଆ

ଖ୍ୟାତିନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ରାଜସ୍ଥାନ ଛାତ୍ରୀ । ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ।

୪.ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, TMC ନେତାଙ୍କ ନାମରେ ଏତଲା

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ନେଇ ଟିଏମସି ନେତା ତଥା ଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ନାମରେ ଏତଲା ଦେଇଛି ବଜେପି ।

୫.ବୌଦ୍ଧରେ ପ୍ରଥମଥର ପାଇଁ ଆୟୋଜିତ ହେଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ

ବୌଦ୍ଧ ଜିଲ୍ଲାରେ 19ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ । 3 ଦିନରେ ଏହି ଟୁର୍ଣ୍ଣାମେଣ୍ଟ ଜାର ରହିଥିଲା ।

୬.କୋଲକାତା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ଭାରତରେ ପ୍ରଥମ

କୋଲକାତା ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର । ଭିନ୍ନ ରକ୍ତ ଗ୍ରୁପ ଥାଇ ମଧ୍ୟ କିଡନୀ ପ୍ରତିରୋପଣ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର ।

୭.ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବଲାଙ୍ଗୀର ଗସ୍ତ

ବଲାଙ୍ଗୀରରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ସହ ରିପୋର୍ଟ ତଲବ କଲେ ମନ୍ତ୍ରୀ ।

୮.୬ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକେ

ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ହଜି ଯାଇଥିଲେ । ଦୀର୍ଘ 6 ବର୍ଷରେ ପରିବାର ପାଖରେ ପହଞ୍ଚିଛନ୍ତି । ହଜିଲା ପୁଅକୁ ଫେରିପାଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

୯.ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୪.୨ ରେକର୍ଡ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ଆକଳନ କରାଯାଇଛି ।

୧୦.16 ବର୍ଷୀୟ କ୍ରିକେଟର ରଚିଲେ ଇତିହାସ, ଦିନିକିଆରେ ଖେଳିଲେ 407 ରନର ଦମଦାର ପାଳି

କର୍ଣ୍ଣାଟକର 16 ବର୍ଷୀୟ କ୍ରିକେଟରେ ଇତିହାସ ରଚିଲେ କ୍ରିକେଟର । ତନ୍ମୟ ମଞ୍ଜୁନାଥ ଦିନିକିଆରେ 48ଟି ଚୌକା ଓ 28ଟି ଛକା ମାରି 407ରନର ରେକର୍ଡ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.