ETV Bharat / state

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବଲାଙ୍ଗୀର ଗସ୍ତ

author img

By

Published : Nov 13, 2022, 9:48 AM IST

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବଲାଙ୍ଗୀର ଗସ୍ତ
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବଲାଙ୍ଗୀର ଗସ୍ତ

ବଲାଙ୍ଗୀରରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ସହ ରିପୋର୍ଟ ତଲବ କଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ବଲାଙ୍ଗୀର: ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଶନିବାର ବଲାଙ୍ଗୀର ଗସ୍ତ କରିଛନ୍ତି(Minister Samir Dash visits Balangir) । ଏହି ଅବସରରେ ସେ ପାଟଣାଗଡ଼ ଠାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ମନ୍ତ୍ରୀ ୧୪ଟି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବା ସହ ବିଭିନ୍ନ ଯୋଜନା ଉପରେ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ୨୩ ତାରିଖରେ ମାଟ୍ରିକ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା(Matric Summative-1 Exams) ହେବାକୁ ଯାଉଛି ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବଲାଙ୍ଗୀର ଗସ୍ତ

ଏହି ପରୀକ୍ଷା ପ୍ରସ୍ତୁତି ବାବଦରେ ସେ ପଚାରି ବୁଝିଛନ୍ତି । ସେହିପରି ବିଭିନ୍ନ ଥଇଥାନ ଯୋଜନାରେ ଛାତ୍ରଛାତ୍ରୀ କେମିତି ସାହାଯ୍ୟ ପାଉଛନ୍ତି ତାହାର ମଧ୍ୟ ସବିଶେଷ ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏଥିସହିତ ମନ୍ତ୍ରୀ ସମୀର ଦାଶ 5T ଜରିଆରେ ରୂପାନ୍ତରିତ ହେବାକୁ ଥିବା ସ୍କୁଲର ବିଭିନ୍ନ ଉନ୍ନତିମୂଳକ କାମର ତଦାରଖ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଏଣିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ହେବ ପରୀକ୍ଷା, ଖାତା ଦେଖିବେ ପାଖ ସ୍କୁଲ ଶିକ୍ଷକ

ଏହବ୍ୟତୀତ ମନ୍ତ୍ରୀ ଜଣାଇଛନ୍ତି ଯେ, ''ଛାତ୍ରୀଙ୍କୁ ଦିଆଯିବାକୁ ଥିବା ୨୫ ହଜାର ସାଇକେଲ ମଧ୍ୟରୁ ୧୨ ହଜାର ସାଇକେଲ ଏଠାରେ ପହଞ୍ଚି ସାରିଛି । ବାକି ସାଇକଲ ମଧ୍ୟ ଖୁବଶୀଘ୍ର ପ୍ରଦାନ କରାଯିବ ।'' ସେହିପରି ମନ୍ତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନଙ୍କର ମଧ୍ୟ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ବିଭିନ୍ନ ସ୍କୁଲରେ ଥିବା ଶିକ୍ଷକ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଖୁବଶୀଘ୍ର ସେହିସବୁ ସ୍କୁଲରେ ସାମୟିକ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବାର ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.