ETV Bharat / bharat

ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଗୁଳିମାଡ: 4 ଯବାନ ଶହୀଦ, ଏନକାଉଣ୍ଟର ଜାରି

author img

By ETV Bharat Odisha Team

Published : Dec 21, 2023, 6:37 PM IST

Updated : Dec 21, 2023, 10:57 PM IST

Terrorists fired at an Army truck: ଘାଟିରେ ସେନାର ଏକ ଟ୍ରକକୁ ଆମ୍ବୁସ କରି ଆତଙ୍କବାଦୀଙ୍କ ଆକ୍ରମଣ । 4 ଶହୀଦ, ଏକାଧିକ ଯବାନ ଆହତ ସୂଚନା । ଏନକାଉଣ୍ଟର ଆରମ୍ଭ । ଅଧିକ ପଢନ୍ତୁ

ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଆତଙ୍କବାଦୀଙ୍କ ଆକ୍ରମଣ: ଏନକାଉଣ୍ଟର ଆରମ୍ଭ
ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଆତଙ୍କବାଦୀଙ୍କ ଆକ୍ରମଣ: ଏନକାଉଣ୍ଟର ଆରମ୍ଭ

ଶ୍ରୀନଗର: ଦକ୍ଷିଣ କାଶ୍ମୀର ପୁଞ୍ଚରେ ସେନାର ଏକ ଟିମ ଅପରେସନରେ ବାହାରିଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ସେନା ଟ୍ରକକୁ ଆମ୍ବୁସ କରି ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏଥିରେ 4 ଯବାନ ଶହୀଦ ହୋଇଛନ୍ତି । ସୀମାନ୍ତ ଜିଲ୍ଲା ପୁଞ୍ଚର ଥାନାମଣ୍ଡି ଏରିଆରେ ଆଜି ଅପରାହ୍ନରେ ଏହି ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଟ୍ରକରେ ଏକାଧିକ ଯବାନ ଯାଉଥିଲେ । ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ପହଞ୍ଚିଛନ୍ତି । ସମଗ୍ର ଏରିଆକୁ କର୍ଡନ କରି ଏନକାଉଣ୍ଟର ଜାରି କରିଛି ସେନା ।

  • #WATCH | Jammu & Kashmir: A joint operation was launched yesterday in the general area of Surankote and Bafliaz of Poonch and contact with terrorists has been established today. Encounter is underway.

    (Visuals deferred by unspecified time) pic.twitter.com/wjH71WVrnw

    — ANI (@ANI) December 21, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଜିଲ୍ଲା ପୁଞ୍ଚର ଥାନାମଣ୍ଡି-ସୁରାନକୋଟେ ରାସ୍ତାରେ ସେନାର ଏହି ଟ୍ରକକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସେନାର ଏହି ଟିମଟି ବୁଫଲିଆଜରୁ ସାଭନି ଅଭିମୁଖେ ବାହାରିଥିଲା । ପୂର୍ବରୁ ଯୋଜନାବଦ୍ଧ ଭାବେ ଲୁଚି ରହିଥିବା ସଶସ୍ତ୍ର ଆତଙ୍କୀ ଟ୍ରକକୁ ଆମ୍ବୁସ କରି ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ ପ୍ରାୟ 4 ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଏବେ ଘଟଣାସ୍ଥଳରେ ଅଧିକ ଯବାନ ପହଞ୍ଚିବା ସହ ପୁରା ଏରିଆକୁ କର୍ଡନ କରି ଗୁଳି ବିନିମୟ ଜାରି ରହିଛି । ଏକାଧିକ ଆତଙ୍କବାଦୀ ଉକ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି ।

ସେପ୍ଟେମ୍ବର ୧୬ ତାରିଖରେ ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ଉରିରେ ଆତଙ୍କୀ ନିରୋଧୀ ଅପରେସନ ବେଳେ ସେନାର ୨ ଜଣ ଅଧିକାରୀ ଓ ସ୍ଥାନୀୟ ପୋଲିସର ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଆତଙ୍କୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ପରେ 2 ଜଣ ଯବାନଙ୍କୁ ମିଶାଇ ଶହୀଦଙ୍କ ସଂଖ୍ୟା 5ରେ ପହଞ୍ଚିଥିଲେ । ସେନାର ଏକ ତାଲିମପ୍ରାପ୍ତ କୁକୁର ମଧ୍ୟ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲା ।

ଏହା ମଧ୍ଯ ପଢନ୍ତୁ:- ରାହୁଲଙ୍କ ‘ପନୌତି’ ମନ୍ତବ୍ୟ: 8 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆତଙ୍କୀଙ୍କ ଗୁପ୍ତ ଆଡ୍ଡା ଚିହ୍ନଟ କରାଯାଇ ଡ୍ରୋନ ଯୋଗେ ବୋମା ବର୍ଷଣ କରିଥିଲା ସେନା । ସେନା ଏହି ଅପରେସନରେ ହେଲିକପ୍ଟର ମଧ୍ୟ ବ୍ୟବହାର କରିଥିଲା । ଉକ୍ତ ଅପରେସନରେ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । ଚଳିତବର୍ଷ ଏହି ଅପରେସନ ସବୁଠୁ ଅଧିକ ସମୟ ଧରି ଚାଲିଥିବା ଅପରେସନ ମଧ୍ୟରେ ଅନ୍ୟତମ ଥିଲା । ତେବେ ଏବେ ପୁଣି ଏକ ଏନକାଉଣ୍ଟରରେ ସେନା ଦୁଇ ଆତଙ୍କୀଙ୍କୁ ସଫା କରିବାରେ ସଫଳତା ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 21, 2023, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.