ETV Bharat / bharat

ସୋପିଆନରେ ଏନକାଉଣ୍ଟର ଆରମ୍ଭ

author img

By

Published : Jun 25, 2022, 8:53 PM IST

ସୋପିଆନରେ ଏନକାଉଣ୍ଟର ଆରମ୍ଭ । ମୃତାହତ ନେଇ ମିଳିନି ସୂଚନା । ଜାରି ରହିଛି ଗୁଳି ବନିମୟ । ଅଧିକ ପଢନ୍ତୁ

ସୋପିଆନରେ ଏନକାଉଣ୍ଟର ଆରମ୍ଭ
ସୋପିଆନରେ ଏନକାଉଣ୍ଟର ଆରମ୍ଭ

ଶ୍ରୀନଗର: କାଶ୍ମୀରର ସୋପିଆନ ଅଞ୍ଚଳରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଆଜି ଅପରାହ୍ନରୁ ଏହି ଏନକାଉଣ୍ଟର ଜାରି ରହିଛି । ମୃତାହତ ନେଇ ଅଧିକ ସୂଚନା ମିଳି ପାରିନାହିଁ । ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଇନପୁଟ ସୂଚନା ମିଳିବା ପରେ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସର ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଜାରି ରହିଛି । ସୁରକ୍ଷା ବଳର ଘେରାବନ୍ଦୀରେ କିଛି ଆତଙ୍କୀ ଫସି ରହିଥିବା ମଧ୍ୟ ସନ୍ଦେହ କରାଯାଉଛି ।

  • J&K | An encounter has started at Shirmal area of Shopian. Police and security forces are on the job. Further details shall follow: Police

    — ANI (@ANI) June 25, 2022 " class="align-text-top noRightClick twitterSection" data=" ">

ଗତ କିଛି ମାସ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏକାଧିକ ହିଂସାକାଣ୍ଡରେ ଅଣସ୍ଥାନୀୟ ତଥା ସାଧାରଣ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଅନୁରୂପ ଭାବେ ଆତଙ୍କୀ ନିରୋଧୀ ଅପରେସନକୁ ମଧ୍ୟ ସେନା କଡାକଡି କରିବାରେ ଲାଗିଛି । ନିକଟ ଅତୀତରେ ହୋଇଥିବା ଅନେକ ଏନକାଉଣ୍ଟରରେ ସେନାକୁ ସଫଳତା ମଧ୍ୟ ମିଳିଛି । ଏକାଧିକ ହାର୍ଡକୋର ଆତଙ୍କୀ ସେନା ଗୁଳିରେ ନିପାତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.