ETV Bharat / bharat

ସଞ୍ଜୟ ରାଉତଙ୍କ ବଡ ବୟାନ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ ଅଜିତ ପାୱାର

author img

By

Published : Jul 3, 2023, 12:13 PM IST

Eknath Shinde will be replaced as Maharashtra CM
Eknath Shinde will be replaced as Maharashtra CM

ଏନସିପି ନେତା ଅଜିତ ପାୱାର ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ ବୋଲି ଦାବି କରିଛନ୍ତି ସଞ୍ଜୟ ରାଉତ । ଅଧିକ ପଢନ୍ତୁ

ମୁମ୍ବାଇ: ସାରା ଦେଶକୁ ଛୁଇଁଛି ମୌସୁମୀ । ବିଭିନ୍ନ ସ୍ଥାନରେ ପାଗ ଥଣ୍ଡା ଥିବାବେଳେ ମହାରାଷ୍ଟ୍ରରେ ରାଜନୈତିକ ପାଗ ପୁରା ସରଗରମ ରହିଛି । ସିନ୍ଦେ ସରକାରରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏନସିପି ବରିଷ୍ଠ ନେତା ଅଜିତ ପାୱାର । ଏହାରି ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ ଦେଇଛନ୍ତି ବଡ ବୟାନ । ଏନସିପି ନେତା ଅଜିତ ପାୱାର ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ ବୋଲି ଦାବି କରିଛନ୍ତି ସଞ୍ଜୟ ।

ସେ କହିଛନ୍ତି, ‘‘ଆଜି ମୁଁ କ୍ୟାମେରା ଆଗରେ କହୁଛି, ଖୁବ ଶୀଘ୍ର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାକୁ ଯାଉଛନ୍ତି । ଏକନାଥ ସିନ୍ଦେଙ୍କୁ ହଟାଇ ଦିଆଯିବ । ଏକନାଥ ସିନ୍ଦେ ଏବଂ ତାଙ୍କ 16 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ।’’ ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସଞ୍ଜୟ ରାଉତ ଏହି ମନ୍ତବ୍ୟ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଶିବସେନା, କଂଗ୍ରେସ, ଏନସିପି ଏକଜୁଟ ହୋଇ ମହାରାଷ୍ଟ୍ରରେ ଲଢେଇ କରିବେ । ବିଜେପି ଏହି ତିନି ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । କିନ୍ତୁ ତାହା କେବେବି ଫଳପ୍ରଦ ହେବନାହିଁ । ମହାରାଷ୍ଟ୍ରରେ ଆମେ ଏକାଠି ଲଢିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଏନସିପି ନେତା ମାନେ ଦୁର୍ନୀତିରେ ବୁଡିକି ରହିଛନ୍ତି । କିନ୍ତୁ ବର୍ତ୍ତମାନ ସେହି ନେତା ରାଜଭବନରେ ଶପଥ ଗ୍ରହଣ କରିଛନ୍ତି ।’’

ଏହା ମଧ୍ୟ ପଢନ୍ତୁ-NCP political Crisis: ଭାଇ ସହ କଣ କଳି, ବିଜେପିର ଏ ନାଟ କହିଲେ ସୁପ୍ରିୟା ସୁଲେ

ରବିବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ତଥା ମହାରାଷ୍ଟ୍ର ବିରୋଧୀ ଦଳ ନେତା ଅଜିତ ପାଓ୍ବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଥିସହ ଏନସିପିର 8 ବିଧାୟକ ମନ୍ତ୍ରୀ ଭାବେ ଶପଥ ମଧ୍ୟ ନେଇଥିଲେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ରାଜଭବନରେ ଶପଥ ଗ୍ରହଣ କରିଥିଲେ ଏନସିପିର 8 ନେତା । ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହେବା ସମସ୍ତଙ୍କୁ ଚକିତ କରିଥିଲା । ଯେଉଁମାନେ ଏପରି କରିଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର ।

ଦଳ ଛାଡି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହୋଇଥିବା 9 ନେତାଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଏନସିପି ବାଚସ୍ପତିଙ୍କ ନିକଟରେ ଏକ ପିଟିସନ ଦାୟର କରିଛି । ଏନସିପି ଛାଡୁଛନ୍ତି ବୋଲି କାହାକୁ ଅବଗତ କରାଇ ନଥିବାରୁ ପିଟିସନ ଦାୟର ହୋଇଥିବା କହିଥିଲେ ଏନସିପି ନେତା ଜୟନ୍ତ ପାଟିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.