ETV Bharat / bharat

Money Laundering case: ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

author img

By ETV Bharat Odisha Team

Published : Sep 1, 2023, 4:11 PM IST

Etv Bharat
Etv Bharat

ପୁଣି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଡାକରା । ୩ୟ ଥର ଲାଗି ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଅର୍ଥ ହେରଫେର ମାମଲା । ୩ୟ ଥର ଲାଗି ସୋରେନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଆସନ୍ତା ୯ ତାରିଖରେ ତଦନ୍ତ ଲାଗି ହାଜର ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ଏହି ଥର ଯଦି ସେ ହାଜର ନ ହେଲେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗତ ଅଗଷ୍ଟ ୧୪ ତାରିଖରେ ପ୍ରଥମ ଥର ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଥିଲା । ହେଲେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା କାରଣ ଦର୍ଶାଇ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ସୋରେନ । ଏହାପରେ ସୋରେନ ଅଭିଯୋଗ କରିଥିଲେ ଯେ ସେ ବିଜେପି ନେତୃତ୍ବାଧୀନ ମେଣ୍ଟରେ ସାମିଲ ହୋଇନଥିବା କାରଣରୁ ତାଙ୍କୁ ବିନା କାରଣରେ ଟାର୍ଗେଟ କରାଯାଉଛି । ତାଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରିବା ଲାଗି ଇଡି ପକ୍ଷରୁ ଏହି ସମନ ଜାରି କରାଯାଇଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ- Land Scam Case: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ED ସମନ, 14ରେ ହେବେ ହାଜର

ଏହାପରେ ଗତ ଅଗଷ୍ଟ ୧୯ ତାରିଖରେ ଦ୍ବିତୀୟ ଥର ଲାଗି ଇଡି ପକ୍ଷରୁ ପୁଣି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସମନ ଜାରି କରାଯାଇଥିଲା । ଅଗଷ୍ଟ ୨୪ରେ ହାଜର ହେବା ଲାଗି ତାଙ୍କୁ ନିର୍ଦ୍ଦେଶ ରହିଥିଲା । ମାତ୍ର ଦ୍ବିତୀୟ ଥର ସମନ ଜାରି ହେବା ପରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହେବା ପରିବର୍ତ୍ତେ ସୋରେନ ସିଧାସଳଖ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ପ୍ରତିକ୍ରିୟା ରଖି କହିଥିଲେ, "ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହେବା ପରିବର୍ତ୍ତେ ଆପେକ୍ସ କୋର୍ଟର ଶରଣ ନେଲେ କୌଣସି ଲାଭ ହେବ ନାହିଁ । ଯଦି ସେ ବାରମ୍ବାର ଇଡିର ସମନକୁ ପ୍ରତ୍ୟାଖ୍ୟାନ କରିବେ ତେବେ ଆଗକୁ ସ୍ଥିତି ଖରାପ ହେବ ।"

ଏହା ବି ପଢନ୍ତୁ- Land Scam Case: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଡାକରା, ୨୪ରେ ହାଜର ନିର୍ଦ୍ଦେଶ

ଏହାସହିତ ଦୁବେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଟାର୍ଗେଟ କହି କହିଛନ୍ତି, " ଝାଡ଼ଖଣ୍ଡ ସରକାର ସମ୍ପୂର୍ଣ୍ଣ ଭାବେ ଦୁର୍ନୀତିଗ୍ରସ୍ତ । ସେମାନେ ଅଭିଯୋଗ କରୁଛନ୍ତି ରାଜସ୍ବ ଖଣିଜ ସମ୍ପଦକୁ ଲୁଟ କରୁଥିବା ବେଳେ ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ରାଜ୍ୟରେ BJP-AJSU NDA ମେଣ୍ଟ ଶକ୍ତିଶାଳୀ ରହିଛି । ଆଗାମୀ ଲୋକସଭା ନିର୍ବାଚନରେ ୧୪ରୁ ୧୪ଟି ଆସନ ମେଣ୍ଟ ଖାତାକୁ ଯିବ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.