ETV Bharat / bharat

ଭିଜିଲାନ୍ସ ପଞ୍ଝାରେ ଇଡି ଅଧିକାରୀ, ଡାକ୍ତରଙ୍କଠୁ ନେଇଥିଲେ ୨୦ ଲକ୍ଷ ଲାଞ୍ଚ

author img

By ETV Bharat Odisha Team

Published : Dec 1, 2023, 8:55 PM IST

ED official Ankit Tiwari arrested
ED official Ankit Tiwari arrested

ତାମିଲନାଡୁ ଭିଜିଲାନ୍ସ ପଞ୍ଝାରେ ଇଡି ଅଧିକାରୀ । ଡାକ୍ତରଙ୍କଠୁ ନେଇଥିଲେ ୨୦ ଲକ୍ଷ ଲାଞ୍ଚ । ଅଧିକ ପଢନ୍ତୁ

ଚେନ୍ନାଇ: ତାମିଲନାଡୁ ଦିଣ୍ଡିଗୁଲ ଜିଲ୍ଲାରୁ ଗିରଫ ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ଇଡି) ଅଧିକାରୀ ଅଙ୍କିତ ତିୱାରୀ । ରାଜ୍ୟ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି । ଗିରଫ ଅଙ୍କିତ ମଦୁରାଇ ଜୋନରେ ଇଡି ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତେବେ କୌଣସି ଏକ ମାମଲାର ରଫାଦଫା କରିବା ଲାଗି ସେ ଡାକ୍ତରଙ୍କୁ ୨୦ ଲକ୍ଷ ଟଙ୍କା ଦେବା ଲାଗି କରିଥିଲେ । ଏହି ଅର୍ଥ ନେଇ ଯାଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ତାମିଲନାଡୁ ଭିଜିଲାନ୍ସ ଅଙ୍କିତଙ୍କୁ ଲାଞ୍ଚ ଟଙ୍କା ଓ ସେଣ୍ଟ୍ରାଲ ଏଜେନ୍ସି ଦ୍ବାରା ପ୍ରଦାନ କରାଯାଇଥିବା ପରିଚୟ ପତ୍ର ଜବତ କରିବା ସହ ଗିରଫ କରିଛି । ଗିରଫ ଅଙ୍କିତଙ୍କ ଏକ ସୋସିଆଲ ମିଡିଆ ଆକାଉଣ୍ଟର ତଥ୍ୟ ଅନୁଯାୟୀ ସେ ଗତ ୫ବର୍ଷ ଧରି ଇଡିରେ କାର୍ଯ୍ୟ କରିଆସୁଛନ୍ତି । ଏହି କେନ୍ଦ୍ରୀୟ ଏଜେନ୍ସିରେ ଚାକିରି କରିବା ପୂର୍ବରୁ ସେ ଅନ୍ୟ ଏକ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ସେପଟେ ରାଜ୍ୟ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ (DVAC) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ନିକଟରୁ ଲାଞ୍ଚ ଅର୍ଥ ଓ ମହାରାଷ୍ଟ୍ର ରେଜିଷ୍ଟ୍ରେସନ ନମ୍ବର ଥିବା ଏକ କାରକୁ ମଧ୍ୟ ଜବତ କରାଯାଇଛି ।

ଏହା ବି ପଢନ୍ତୁ- ଭିଜିଲାନ୍ସ ଦେଖି ଭୟରେ ଛାତରୁ ଡେଇଁଲେ, ପଡୋଶୀ ଘରେ ଲୁଚିବା ବେଳେ ଧରାପଡିଲେ

ଏସପି ସର୍ଭନନ୍‌ଙ୍କ ନେତୃତ୍ବାଧୀନ ଡିଭିଏସିର ଏକ ଟିମ ଚେତ୍ତିନାକେନପଟ୍ଟି ନିକଟରେ ଚେକିଂ କରୁଥିଲେ । ଏହି ସମୟରେ ନାଗପୁର ଅଞ୍ଚଳର ରେଜିଷ୍ଟ୍ରେସନ ନମ୍ବର ସହିତ ଏକ କାରକୁ ଦେଖିଥିଲେ । ଏହାପରେ ସନ୍ଦେହରେ ସେ ଚେକିଂ କରିବା ସମୟରେ କାରରୁ ୨୦ ଲକ୍ଷ ଟଙ୍କା ଜବତ କରିଥିଲେ । ଏହାପରେ ଡ୍ରାଇଭରଙ୍କୁ ଅଟକ ରଖାଯିବା ସହ କାରକୁ ମଧ୍ୟ ଜବତ କରାଯାଇଥିଲା । ଗିରଫ ଇଡି ଅଧିକାରୀ ଅଙ୍କିତ ତିୱାରି କାର ଡ୍ରାଇଭିଂ କରୁଥିଲେ । ସେ ଗତ ୪ ମାସ ପୂର୍ବରୁ ମଦୁରାଇ ଜୋନରୁ ନାଗପୁର ଜୋନକୁ ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି ।

ତଦନ୍ତରୁ ଜଣାପଡ଼ିଛି ଯେ ଦିଣ୍ଡିଗୁଲ ଜିଲ୍ଲାର ଜଣେ ଡାକ୍ତରଙ୍କ ଏକ ମାମଲା ଇଡି ଅଫିସରେ ପେଣ୍ଡିଂ ରହିଛି । ତେବେ ଏହି ମାମଲାର ରଫାଦଫା କରିବା ଲାଗି ଅଙ୍କିତ ଡାକ୍ତରଙ୍କୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏହାପରେ ଡାକ୍ତର ଜଣକ ଡିଭିଏସିକୁ ସୂଚନା ଦେଇଥିଲେ । ଭିଜିଲାନ୍ସ ଏ ନେଇ ସୂଚନା ପାଇବା ପରେ ଅଙ୍କିତ ୨୦ ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ ତାଙ୍କୁ ଅଟକ ରଖିବା ସହ କାର ଓ ନଗଦ ଟଙ୍କାକୁ ମଧ୍ୟ ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.