ETV Bharat / bharat

ମନି ଲଣ୍ଡରିଂ ମାମଲା: ଇଡି ଚାର୍ଜସିଟରେ ପ୍ରିୟଙ୍କାଙ୍କ ନାଁ

author img

By ETV Bharat Odisha Team

Published : Dec 28, 2023, 12:45 PM IST

ମନି ଲଣ୍ଡରିଂ ମାମଲା
money laundering case

Money Laundering Case: ସିସି ଥାମ୍ପିଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲା । ଇଡି ଚାର୍ଜସିଟିରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଉଲ୍ଲେଖ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଯୋଡି ହେଲା କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀଙ୍କ ନାମ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଉଲ୍ଲେଖ ରହିଛି । ପୂର୍ବରୁ ଏହି ମାମଲାରେ ରବର୍ଟ ଭଦ୍ରାଙ୍କ ନାମ ରହିଥିଲା । ପ୍ରିୟଙ୍କାଙ୍କ ନାମ ଇଡି ଚାର୍ଜସିଟରେ ଉଲ୍ଲେଖ ରହିଥିଲେ ମଧ୍ୟ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ- INX Money Laundering Case: କାର୍ତ୍ତି ଚିଦାମ୍ବରମଙ୍କ ୧୧କୋଟିର ସମ୍ପତ୍ତି ଜବତ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟରେ ଉଲ୍ଲେଖ କରିଛି ଯେ, 2006 ମସିହାରେ ଦିଲ୍ଲୀର ଏକ ରିଏଲ୍ ଇଷ୍ଟେଟ୍ ଏଜେଣ୍ଟ୍ ଏଚ୍ ଏଲ୍ ପାହ୍ବାଙ୍କ ଠାରୁ ହରିୟାଣାର ଫରିଦାବାଦରେ 5 ଏକର ପରିମିତ ଜମି କିଣିବାରେ ପ୍ରିୟଙ୍କାଙ୍କ ଭୂମିକା ରହିଛି । ସେହି ସମାନ ଏଜେଣ୍ଟଙ୍କ ଠାରୁ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ 2005-2006 ମସିହା ମଧ୍ୟରେ ଆମିପୁର ଗ୍ରାମରୁ 40.08 ଏକର ବିଶିଷ୍ଟ ତିନୋଟି ଜମି କ୍ରୟ କରିଥିଲେ । 2010 ମସିହା ଡିସେମ୍ବର ମାସରେ ପ୍ରିୟଙ୍କା ଓ ତାଙ୍କ ସ୍ବାମୀ କ୍ରୟ କରିଥିବା ଜମିକୁ ବିକ୍ରି କରାଯାଇଥିଲା । ଜମି ବିକ୍ରି କରିଥିବା ସମାନ ଏଜେଣ୍ଟ ଏନଆରଆଇ ବ୍ୟବସାୟୀ ସିସି ଥାମ୍ପିଙ୍କୁ ମଧ୍ୟ ଜମି ବିକ୍ରି କରିଥିଲେ । ପ୍ରିୟଙ୍କା ଏହି ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ଭଣ୍ଡାରୀର ନାମ ମଧ୍ୟ ଜଡିତ ରହିଛି ।

ଏହା ମଧ୍ୟ ପଢନ୍ତୁ- ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ସାକେତ ଗୋଖଲେ

ଭଦ୍ରା ଓ ଥାମ୍ପିଙ୍କ ସମ୍ପର୍କ ପୁରୁଣା ବୋଲି ଇଡି ଚାର୍ଜସିଟରେ ଉଲ୍ଲେଖ କରିଛି । ଉଭୟ ଏକାଠି ବ୍ୟବସାୟ କରନ୍ତି । ଏହା ଏକ ବଡ ମାମଲା ହୋଇଥିବା ବେଳେ ପଳାତକ ଡିଫେନ୍ସ ଡିଲର ସଞ୍ଜୟ ଭଣ୍ଡାରୀ ଏହି ମାମଲାରେ ଜଡିତ । ଥାମ୍ପି ଏବଂ ଭଦ୍ରା ମଧ୍ୟରେ ଆର୍ଥିକ ସଂଯୋଗର କାରାବାର ଯାଞ୍ଚ ବେଳେ ଏହା ଜଣାପଡିଛି । ଚାର୍ଜସିଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଜମି ଅଧିଗ୍ରହଣ ପାଇଁ ରିଏଲ୍ ଇଷ୍ଟେଟ୍ ଏଜେଣ୍ଟ୍ ଏଚ୍ ଏଲ୍ ପାୱାଙ୍କୁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ରବର୍ଟ ଭଦ୍ରା ପାହ୍ବାଙ୍କୁ ଜମି କିଣିବାର ସମ୍ପୂର୍ଣ୍ଣ ଅର୍ଥ ଦେଇନଥିଲେ । ଏ ବାବଦରେ ଇଡି ଅନୁସନ୍ଧାନ ଜାରି ରଖିଛି । 2020 ମସିହାରେ ଏନଆରଆଇ ବ୍ୟବସାୟୀ ସିସି ଥାମ୍ପି ମନି ଲଣ୍ଡରିଂ କେସରେ ଗିରଫ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.