ETV Bharat / bharat

ଟିଆରପି ଘୋଟାଲା, ଟିଭି ଚ୍ୟାନେଲର 32 କୋଟି ସମ୍ପତ୍ତି ଜବତ

author img

By

Published : Mar 17, 2021, 10:57 PM IST

ଟିଆରପି ଦୁର୍ନୀତି ତଦନ୍ତ ମଧ୍ୟରେ ସାମ୍ନାକୁ ଆସିଛି ମନି ଲଣ୍ଡରିଂ ମାମଲା । ବୁଧବାର ମହାରାଷ୍ଟ୍ରର କିଛି ଟିଭି ଚ୍ୟାନେଲର 32 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅଧିକ ପଢନ୍ତୁ..

ଟିଆରପି ଘୋଟାଲା, ଟିଭି ଚ୍ୟାନେଲର 32 କୋଟି ସମ୍ପତ୍ତି ଜବତ
ଟିଆରପି ଘୋଟାଲା, ଟିଭି ଚ୍ୟାନେଲର 32 କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଟିଆରପି ଘୋଟାଲା ଇଡିର କଠୋର କାର୍ଯ୍ୟାନୁଷ୍ଠାନ । ଜବତ ହୋଇଛି ଟିଭି ଚ୍ୟାନେଲ ସମ୍ପତ୍ତି । ଟିଆରପି ଦୁର୍ନୀତି ତଦନ୍ତ ମଧ୍ୟରେ ଅର୍ଥ ହେରଫେର ମାମଲାରେ ବୁଧବାର ମହାରାଷ୍ଟ୍ରର କିଛି ଟିଭି ଚ୍ୟାନେଲର 32 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)

ଇଡି ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି କି ମନି ଲଣ୍ଡରିଂ ଆକ୍ଟ ଅଧୀନରେ ବକ୍ସ ସିନେମା ଏବଂ ମହା ମୁଭି ଭଳି ଚ୍ୟାନେଲଗୁଡିକର ସମ୍ପତ୍ତି ଜବତ କରାଯାଇଛି ।ଏଜେନ୍ସି କହିଛି ଯେ ଏହି ଚ୍ୟାନେଲଗୁଡିକର ସମ୍ପତ୍ତି ମୁମ୍ବାଇ, ଇନ୍ଦୋର, ଦିଲ୍ଲୀ ଏବଂ ଗୁରୁଗ୍ରାମରେ ଜମି ତଥା ବାଣିଜ୍ୟିକ ୟୁନିଟ୍ ଭାବରେ ଜବତ କରାଯାଇଛି ।

ଭୁଲ ଉପାୟରେ ଟିଆରପି ବୃଦ୍ଧି ଅଭିଯୋଗରେ ମୁମ୍ବାଇ ପୋଲିସ ଏଫଆଇଆର ଦାଖଲ କରିଥିଲା । ଏ ନେଇ ଇଡି ଚ୍ୟାନେଲ ବିରୋଧରେ ମନି ଲଣ୍ଡରିଂ ମାମଲା ଦାୟର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.