ETV Bharat / bharat

India-Canada Row: ଟିଭି ଚ୍ୟାନେଲକୁ କେନ୍ଦ୍ରର ତାଗିଦ, ଆତଙ୍କବାଦୀଙ୍କୁ ପ୍ଲାଟଫର୍ମ ଯୋଗାନ୍ତୁ ନାହିଁ

author img

By ETV Bharat Odisha Team

Published : Sep 21, 2023, 10:25 PM IST

Updated : Sep 21, 2023, 10:43 PM IST

http://10.10.50.80:6060//finalout3/odisha-nle/thumbnail/21-September-2023/19574031_988_19574031_1695312113257.png
India-Canada diplomatic row

ଭାରତ ଓ କାନାଡା ତିକ୍ତତାକୁ ନେଇ ଟିଭି ଚ୍ୟାନେଲକୁ ତାଗିଦ କଲା କେନ୍ଦ୍ର । କହିଲା ଆତଙ୍କବାଦୀଙ୍କୁ ପ୍ଲାଟଫର୍ମ ଯୋଗାନ୍ତୁ ନାହିଁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଦେଖାଯିବା ପରେ ଘରୋଇ ଟେଲିଭିଜନ ଚ୍ୟାନେଲକୁ ତାଗିଦ କରିଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ଆତଙ୍କବାଦ ସହିତ ସମ୍ପୃକ୍ତି ଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ସାକ୍ଷାତକାରରେ ସାମିଲ କରି ସେମାନଙ୍କୁ କୌଣସି ପ୍ରକାର ପ୍ଲାଟଫର୍ମ ଯୋଗାନ୍ତୁ ନାହିଁ ବୋଲି କହିଛି ମନ୍ତ୍ରଣାଳୟ । ଏ ନେଇ କେନ୍ଦ୍ର ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ଯଦି କୌଣସି ଟିଭି ଚ୍ୟାନେଲ ଏପରି କରନ୍ତି ତେବେ ତାଙ୍କ ବିରୋଧରେ ଭାରତୀୟ ସମ୍ବିଧାନ CTN ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହା ବି ପଢନ୍ତୁ- କାନାଡ଼ା ଯାଉଥିବା ଭାରତୀୟ ସତର୍କ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ

  • The Ministry of Information and Broadcasting has issued an advisory to television channels.

    The channels are advised to refrain from giving any platform to persons who are facing serious charges, such as terrorism or belonging to outlawed organizations proscribed by law.

    For… pic.twitter.com/2ErZPZJ3Pu

    — Ministry of Information and Broadcasting (@MIB_India) September 21, 2023 " class="align-text-top noRightClick twitterSection" data=" ">

ଏନେଇ ମନ୍ତ୍ରଣାଳୟ କହିଛି, "ମନ୍ତ୍ରଣାଳୟର ନଜରକୁ ଆସିଛି ଯେ ଜଣେ ବିଦେଶୀ ଯାହାଙ୍କ ବିରୋଧରେ ଆତଙ୍କବାଦ ଓ ଅନେକ ଗୁରୁତର ଅପରାଧିକ ମାମଲା ରହିଛି ତାଙ୍କୁ ଏକ ଟେଲିଭିଜନ ଚ୍ୟାନେଲ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲା । ଭାରତରେ ଆଇନ ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ ଏକ ଆତଙ୍କବାଦୀ ସଂଗଠନ ସହିତ ସମ୍ପୃକ୍ତି ମଧ୍ୟ ରହିଛି । ଉକ୍ତ ବ୍ୟକ୍ତି ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହାକି ଦେଶର ସାର୍ବଭୌମତ୍ବ ତଥା ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିଛି । ଏହାସହ ବିଦେଶ ସହିତ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ ପ୍ରଭାବିତ କରିବା ସହ ଦେଶରେ ବିଶୃଙ୍ଖଳା ପରିସ୍ଥିତି ଉପୁଜାଇବାର ସମ୍ଭାବନା ମଧ୍ୟ ରହିଥିଲା ।"

ଏହା ବି ପଢନ୍ତୁ- କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟମୂଳକ: ବିଦେଶ ମନ୍ତ୍ରଣାଳୟ

ଯଦି କୌଣସି ଟେଲିଭିଜନ ଚ୍ୟାନେଲ ଏପରି ଆତଙ୍କବାଦ ସଂଗଠନ ସହିତ ସମ୍ପୃକ୍ତି ଥିବା ବ୍ୟକ୍ତିବିଶେଷଙ୍କୁ ଆଲୋଚନାକୁ ନିମନ୍ତ୍ରଣ କରେ, ତେବେ ଉକ୍ତ ଚ୍ୟାନେଲ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ ବୋଲି ସତର୍କ କରାଇଛି ମନ୍ତ୍ରଣାଳୟ । ଭାରତୀୟ ସମ୍ବିଧାନ ଆଇନ ଅନୁଯାୟୀ ଧାରା ୧୯(୨) ଓ CTN ଆକ୍ଟର ସେକ୍ସନ ୨୦ ଓ ସବ୍‌-ସେକ୍ସନ (୨) ଅନୁଯାୟୀ ମାମଲା ରୁଜୁ ହେବ ।

ଏହା ବି ପଢନ୍ତୁ- କାନାଡାରେ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂକୁ ହତ୍ୟା; ଭାରତରୁ ଥିଲା ଫେରାର୍

ସୂଚନା ଥାଉ କି ଖଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ହତ୍ୟା ପଛରେ ଭାରତର ହାତ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଅଭିଯୋଗ ପରେ ୨ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି । ପ୍ରଥମେ ଭାରତ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କାନାଡା ଟ୍ରାଭେଲ୍‌ ଆଡଭାଇଜରୀ ଜାରି କରିବା ପରେ ଭାରତ ମଧ୍ୟ କାନାଡ଼ା ଯାଉଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଅନ୍ୟପଟେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ମଧ୍ୟରେ ଆଣିଥିବା ଏହି ଅଭିଯୋଗ ନେଇ କୌଣସି ପ୍ରମାଣ ଦେବାକୁ ଅସମର୍ଥ ଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି ।

Last Updated :Sep 21, 2023, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.