ETV Bharat / bharat

Congress Prez Election: ଦୌଡରୁ ବାଦ ପରେ ଦିଗବିଜୟଙ୍କ ଟ୍ୱିଟ୍, ନିଜକୁ କହିଲେ ରାଜାଙ୍କ ରାଜା

author img

By

Published : Oct 1, 2022, 10:42 PM IST

Congress Prez Election: ଦୌଡ଼ରୁ ବାଦ ପରେ ଦିଗବିଜୟଙ୍କ ଟ୍ବିଟ, ନିଜକୁ କହିଲେ ରାଜାଙ୍କ ରାଜା
Congress Prez Election: ଦୌଡ଼ରୁ ବାଦ ପରେ ଦିଗବିଜୟଙ୍କ ଟ୍ବିଟ, ନିଜକୁ କହିଲେ ରାଜାଙ୍କ ରାଜା

କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ହେବାକୁ ଥିବା ନିର୍ବାଚନରୁ ବାଦ ପଡ଼ିବା ପରେ ସୋସିଆଲ ମିଡ଼ିଆରେ ଦିଗବିଜୟଙ୍କ ରୋଚକ ଟ୍ବିଟ । ନିଜକୁ କହିଲେ 'ରାଜାଙ୍କ ରାଜା' । ଅଧିକ ପଢନ୍ତୁ

ଭୋପାଳ: କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ହେବାକୁ ଥିବା ନିର୍ବାଚନରୁ ବାଦ ପଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବଜିୟ ସିଂ । ଏହାପରେ ସେ ନିଜ ଭାବନାକୁ ଟ୍ବିଟ ଜରିଆରେ ପ୍ରକାଶ କରିଛନ୍ତି । ପୂର୍ବରୁ ଏକ ଟ୍ବିଟରେ ସେ ନିଜକୁ ରାଜାଙ୍କ ରାଜା ବୋଲି କହିଥିବା ବେଳେ ଏହି ଟ୍ବିଟରେ ଜୀବନ ଦର୍ଶନକୁ ବୁଝାଇଛନ୍ତି । ଦିଗବିଜୟ ଶେଷ ସମୟରେ ହିଁ ଏହି ଅଧ୍ୟକ୍ଷ ପଦ ଦୌଡ଼ରୁ ବାଦ ପଡ଼ିଥିଲେ ।

ନିର୍ବାଚନରୁ ସେ ବାଦ ପଡିବା ପରେ ଟ୍ବିଟ କରି ସେ ରାଜାଙ୍କ ରାଜା ବୋଲି କହିଥିବା ବେଳେ ତାଙ୍କୁ ହାର ଜିତ୍‌ରୁ କୌଣସି ପ୍ରଭାବ ପଡେ ନାହିଁ ବୋଲି କହିଥିଲେ । ଦୌଡ଼ରୁ ବାଦ ପଡ଼ିବା ପରେ ସେ ଲଗାତାର ଭାବେ ସୋସିଆଲ ମିଡ଼ିଆରେ ନିଜ ଭାବନାକୁ ପ୍ରକାଶ କରୁଥିବା ବେଳେ ତାଙ୍କ ସମର୍ଥକ ମାନେ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦିଗବିଜୟ ସିଂ ଉପଯୁକ୍ତ ପ୍ରାର୍ଥୀ ବୋଲି କହିଛନ୍ତି । ଦିଗବିଜୟଙ୍କ ସମର୍ଥକଙ୍କ କହିବାନୁସାରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଇଁ ସେ ଏହି ଦୌଡ଼ରୁ ବାଦ ପଡ଼ିଛନ୍ତି ।

ଏହା ବି ପଢନ୍ତୁ- Cong President Poll: ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ, ଏବେ ଖଡ଼ଗେ-ଥରୁର ଲଢେଇ

ତାଙ୍କ ବଦଳରେ ଦିଗବିଜୟ ସିଂଙ୍କୁ ଦଳର ସଭାପତି କରାଯାଇଥାନ୍ତା, ମାତ୍ର ଦଳର ହାଇକମାଣ୍ଡଙ୍କ ମନର ଭାବକୁ ବୁଝି ଦିଗବିଜୟ ଅଧ୍ୟକ୍ଷ ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ। ବର୍ତ୍ତମାନ ଏହି ନିର୍ବାଚନ ପାଇଁ କେବଳ ୨ଜଣ ପ୍ରାର୍ଥୀ ରହିଛନ୍ତି । ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ନିର୍ବାଚନ ଚାଲିଛି । ତୃତୀୟ ପ୍ରାର୍ଥୀ କେ.ଏନ୍ ତ୍ରିପାଠୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଛି । ଗାନ୍ଧୀ ପରିବାର ପ୍ରତି ନିଜର ନିଷ୍ଠା ଭାବ ପ୍ରକାଶ କରି ନିଜକୁ ଦିଗବିଜୟ ନିର୍ବାଚନରୁ ଦୂରେଇ ରଖିଥିବା ଚର୍ଚ୍ଚା ହେଉଛି ।

କଂଗ୍ରେସ ହାଇକମାଣ୍ଡଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଦିଗବିଜୟ ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ଖଡ଼ଗେଙ୍କ ସମର୍ଥକ ତାଲିକାରେ ରହି ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି । ମାତ୍ର ଦୌଡ଼ରୁ ବାଦ ପଡିବା ପରେ ସେ ଲଗାତାର ଭାବେ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି । ଏକ ପୋଷ୍ଟରେ ଦିଗବିଜୟ ଲେଖିଥିଲେ, " ଚାହ ଗଇ ଚିନ୍ତା ମିଟି, ମନୁଆ ବେପରୱାହ, ଜିନକୋ କଛୁ ନ ଚାହିଏ, ବେ ସାହନ କେ ଶାହ ।"

ସୂଚନା ଥାଉ କି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନର ଶେଷ ଦିନରେ ଖଡ଼ଗେ, ଥରୁର ଓ ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଖଡ଼ଗେ ୧୪ ସେଟର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କର ସମର୍ଥକଙ୍କ ମଧ୍ୟରେ ଅଶୋକ ଗେହଲଟ୍, ଦିଗବିଜୟ ସିଂ, ଏ. କେ ଆଣ୍ଟୋନି, ଅମ୍ବିକା ସୋନି, ମୁକୁଲ ୱାସନିକ ଏବଂ ଜି -୨୩ ସଦସ୍ୟ ଆନନ୍ଦ ଶର୍ମା, ଭୁପେନ୍ଦ୍ର ହୁଡା, ପ୍ରୀତିରାଜ ଚୌହାନ ଏବଂ ମନୀଷ ତିୱାରୀ ସାମିଲ ଥିଲେ । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଆସନ୍ତା ଅକ୍ଟୋବର ୧୭ ତାରିଖରେ ହେବାକୁ ଥିବା ବେଳେ ଅକ୍ଟୋବର ୧୯ ତାରିଖରେ ଏହାର ଫଳାଫଳ ବାହାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.