ETV Bharat / bharat

Navratri Puja: ଫତେହପୁର ଦେବୀ ମନ୍ଦିରରେ ଜିଭ କାଟିଲା ଭକ୍ତ

author img

By

Published : Mar 28, 2023, 6:52 PM IST

devotee cut off his tongue
devotee cut off his tongue

ରକ୍ତରଞ୍ଜିତ ହେଲା ଉତ୍ତରପ୍ରଦେଶ ଫତେହପୁର ଦେବୀ ମା' ମନ୍ଦିର । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜିଭ କାଟି ମା'ଙ୍କୁ ଅର୍ପଣ କଲେ ଭକ୍ତ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ନବରାତ୍ରୀ ପୂଜାର ସପ୍ତମୀ ଦିନରେ ରକ୍ତରଞ୍ଜିତ ହେଲା ଦେବୀ ମନ୍ଦିର । ବଳି ପକାଇବା ଉଦ୍ଦେଶ୍ୟରେ ଜିଭ କାଟିଲେ ଭକ୍ତ । ଭକ୍ତଙ୍କ ଏଭଳି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ହଡ଼କମ୍ପ ଖେଳିଯାଇଛି । ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାର କଲ୍ୟାଣପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଭକ୍ତ ଜଣକ ନିଜ ଜିଭ କାଟି ଦେବୀ ମା'ଙ୍କୁ ଅର୍ପଣ କରିଛି । ଏହି ଖବର ବ୍ୟାପିବା ପରେ ମନ୍ଦିରରେ ଅନେକ ଲୋକଙ୍କ ଭିଡ଼ ଜମିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଭକ୍ତକୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।

ନବରାତ୍ରୀ ପୂଜା ଲାଗି ଅନେକ ଶ୍ରଦ୍ଧାଳୁ ଦେବୀ ମା'ଙ୍କ ମନ୍ଦିରରେ ଭିଡ଼ ଜମାଇଥିଲେ । ଏହି ସମୟରେ ଭକ୍ତ ଜଣକ ନିଜ ଜିଭ କାଟିଥିଲେ । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କଲ୍ୟାଣପୁର ଥାନା ଅଧିକାରୀ ନିରଜ ଯାଦବି କହିଛନ୍ତି, " ଗୁଗୌଲି ଗ୍ରାମ ନିକଟ ଶିବ ଭବାନୀ ମାତା ମନ୍ଦିରରେ ଜଣେ ଭକ୍ତ ବାବୁରାମ ପାସୱାନ (୬୫) ନିଜ ଅଧା ଜିଭ କାଟି ମା'ଙ୍କୁ ଅର୍ପଣ କରିଛି । ଏହାପରେ ସେ ସମ୍ପୂର୍ଣ୍ଣ ଭାବେ ରକ୍ତ ଜୁଡୁବୁଡୁ ହୋଇପଡ଼ିଥିଲା । ଏହି ଖବର ସମ୍ପର୍କରେ ପୋଲିସ ଅବଗତ ହେବା ପରେ ସଙ୍ଗେ ସଙ୍ଗେ ମନ୍ଦିରରେ ପହଞ୍ଚି ବାବୁରାମଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ବି ପଢନ୍ତୁ-Human Sacrifice: କୋଲକାତାରେ ନରବଳି, ସନ୍ତାନ ପ୍ରାପ୍ତି ପାଇଁ ନାବାଳିକାକୁ ହତ୍ୟା

ରାମବାବୁ ଅନେକ ଦିନ ଧରି ଅସୁସ୍ଥ ଥିବା ଜଣାପଡ଼ିଛି । ରାମବାବୁଙ୍କ ପୁଅ ଧର୍ମପାଲ କହିଛନ୍ତି ଯେ ଗତ ୫ ବର୍ଷ ଧରି ରାମବାବୁଙ୍କୁ ଆଣ୍ଠୁଗଣ୍ଠି ସମସ୍ୟା ରହିଛି । ସେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପ୍ରକାର ସୁଧାର ଆସିନାହିଁ । ଏଥିଲାଗି ସେ ଦେବୀ ମା'ଙ୍କ ଶରଣ ପଶିଥିଲେ । ଏପରି କରିବା ଦ୍ବାରା ତାଙ୍କର ସ୍ବାସ୍ଥ୍ୟରେ ସୁଧାର ଆସିବ ବୋଲି ସେ ଭାବିଥିବା ପୁଅ ଧର୍ମପାଲ କହିଛନ୍ତି । ସେ ମନ୍ଦିରରେ ଏପରି କରିବାକୁ ଯାଉଛନ୍ତି ବୋଲି ପରିବାରରେ କାହାକୁ ଜଣାନଥିଲା ବୋଲି କହିଛନ୍ତି ଧର୍ମପାଲ ।

ପୋଲିସ ରାମବାବୁଙ୍କୁ ଗୋପାଳଗଞ୍ଜ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଡକ୍ଟର ଅରୁଣ କୁମାର ଦ୍ବିବେଦୀ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ଲାଗି କହିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ହେଲେ ଏପରି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.