ETV Bharat / bharat

Human Sacrifice: କୋଲକାତାରେ ନରବଳି, ସନ୍ତାନ ପ୍ରାପ୍ତି ପାଇଁ ନାବାଳିକାକୁ ହତ୍ୟା

author img

By

Published : Mar 28, 2023, 11:33 AM IST

କୋଲକାତାରୁ ସାମ୍ନାକୁ ଆସିଲା ନରବଳି ଘଟଣା । ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ନାବାଳିକାଙ୍କୁ ହତ୍ୟା କଲେ ପଡୋଶୀ । ଅଧିକ ପଢନ୍ତୁ

Man kills neighbours daughter to bear own child
Man kills neighbours daughter to bear own child

କୋଲକାତା: ଅନ୍ଧବିଶ୍ବାସରୁ ବର୍ବର କାଣ୍ଡ । ସନ୍ତାନ ପ୍ରାପ୍ତି ପାଇଁ ବଳିପଡିଲା ପଡିଶା ଘରର ନାବାଳିକା । ନର ବଳି ପରେ ବ୍ୟାଗରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ । ଏଭଳି ଲୋମଟାଙ୍ଗୁରା ଘଟଣା ଘଟିଛି କୋଲକାତାର ତିଲଜଲାରେ । ତାନ୍ତ୍ରୀକର ଇସାରାରେ ବଶବର୍ତ୍ତୀ ହୋଇ ନାବାଳିକାକୁ ହତ୍ୟା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କ ହେଉଛି ବିହାର ରାଜ୍ୟର ଆଲୋକ କୁମାର। ଗତ ରବିବାର ଏହି ଘଟଣା ଘଟିଥିବା ଜଣାପଡିଛି । ଅଭିଯୁକ୍ତକୁ ଗିରଫ ପରେ ସେ ନାବାଳିକାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି । ସନ୍ତାନ ପ୍ରାପ୍ତି ଆଶାରେ ଜଣେ ତାନ୍ତ୍ରୀକ ତାଙ୍କୁ ନରବଳି ଦେବାକୁ କହିବାରୁ ସେ ନାବାଳିକା ଜଣଙ୍କୁ ହତ୍ୟା କରିଥିବା ପୋଲିସ ସମ୍ମୁଖରେ କହିଛି।

ପୋଲିସର ତଦନ୍ତ ପରେ ଜଣାପଡିଛି ଯେ, ଆଲୋକର ସ୍ତ୍ରୀ ତିନି ତିନି ଥର ଗର୍ଭଧାରଣ ପରେ ମଧ୍ୟ ସନ୍ତାନ ପ୍ରାପ୍ତି ହୋଇପାରୁନଥିଲେ । ଗର୍ଭ ନଷ୍ଟ ହେବାରୁ ସେ ଚିନ୍ତାରେ ଥିଲେ । ତେବେ କିପରି ସନ୍ତାନ ପ୍ରାପ୍ତି ହେବ ସେନେଇ ସେ ଜଣେ ତାନ୍ତ୍ରୀକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ତାନ୍ତ୍ରୀକ ଜଣଙ୍କ ଏକ ସାତ ବର୍ଷର ଝିଅକୁ ହତ୍ୟା କଲେ ସନ୍ତାନ ପ୍ରାପ୍ତି ହେବ ବୋଲି କହିଥିଲେ । ଏପରି ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ପଡିଶା ଘରର 7 ବର୍ଷର ନାବାଳିକାକୁ ଆଲୋକ ହତ୍ୟା କରିଥିବା ପୋଲିସ କହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ଦିନ ମୃତ ନାବାଳିକା ଜଣଙ୍କ ଘର ବାହାରକୁ ଅଳିଆ ପକାଇବାକୁ ଯାଇ ଆଉ ଫେରିନଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଝିଅ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ତିଲଜାଲା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଝିଅ ପଡିଶା ଘରକୁ ଯାଇ ଆଉ ଫେରିନଥିବା ଏତଲାରେ ଉଲ୍ଲେଖ କରିଥିଲେ । ଏହାପରେ ତଦନ୍ତ କରି ପୋଲିସ ପଡିଶା ଘରୁ ଏକ ବ୍ୟାଗ ପାଇଥିଲା । ଯେଉଁଥିଲେ ମୃତ ନାବାଳିକାର ମୃତଦେହ ରହିଥିବା ପୋଲିସ ଦେଖିବାକୁ ପାଇଥିଲା । ନାବାଳିକାର ଗଳା କାଟି ହତ୍ୟା କରାଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି ।

ଗତବର୍ଷ ଅକ୍ଟୋବର ମାସରେ କେରଳରେ ନରବଳି ଘଟଣା ସାମ୍ନାକୁ ଆସିଥିଲା । ଏର୍ଣ୍ଣାକୁଲମ ଜିଲ୍ଲାରେ ଗୁଣିଗାରେଡିରେ ସାମିଲ ଥିବା ଏକ ଦମ୍ପତ୍ତି ଦୁଇ ମହିଳାଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ଗଳା କାଟି ହତ୍ୟା କରିଥିଲେ । ଦୁଇ ମହିଳାଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୁଣ୍ଡ କାଟି ମୁଣ୍ଡ ବିହୀନ ମୃତଦେହକୁ ପୋତି ଦେଇଥିଲେ ଅଭିଯୁକ୍ତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.