ETV Bharat / bharat

Delhi Murder Case: ୨ଦିନିଆ ପୋଲିସ ରିମାଣ୍ଡରେ ହତ୍ୟାକାରୀ ପ୍ରେମିକ ସାହିଲ

author img

By

Published : May 30, 2023, 3:15 PM IST

ଦିଲ୍ଲୀରେ ନାବାଳିକାକୁ ହତ୍ୟା କରିଥିବା ଅଭିଯୁକ୍ତ ସାହିଲ ଖାନ ଗଲା ୨ଦିନିଆ ପୋଲିସ ରିମାଣ୍ଡରେ । ଅଧିକ ପଢନ୍ତୁ

Delhi Murder Case
Delhi Murder Case

ନୂଆଦିଲ୍ଲୀ: ସର୍ବସମ୍ମୁଖରେ ବିଚ ରାସ୍ତାରେ ୨୧ଥର ଛୁରୀ ଭୁସି ପ୍ରେମିକାକୁ ହତ୍ୟା ଘଟଣା । ୨ଦିନିଆ ପୋଲିସ ରିମାଣ୍ଡରରେ ହତ୍ୟାକାରୀ ପ୍ରେମିକ ସାହିଲ ଖାନ । ଅଭିଯୁକ୍ତକୁ ପୋଲିସ ଉତ୍ତର ପ୍ରଦେଶର ବୁଲନ୍ଦ ଜିଲ୍ଲାରେ ଥିବା ସମ୍ପର୍କୀୟଙ୍କ ଘରୁ ଗିରଫ କରିଥିଲା । କୋର୍ଟରେ ଅଭିଯୁକ୍ତ ହାଜର ହେବା ପରେ ପୋଲିସ 7 ଦିନ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ମାତ୍ର 2 ଦିନିଆ ରିମାଣ୍ଡ ଦେଇଥିବା ନେଇ ସୂଚନା ମିଳିଛି ।

ସୂଚନା ମୁତାବକ, ଉଭୟ ୩ବର୍ଷ ହେବ ପରସ୍ପର ସହ କଥା ହେଉଥିବା ବେଳେ ନାବାଳିକ ଜଣକ ଅଭିଯୁକ୍ତଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେବା ଯୋଗୁଁ ହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତ ଏଭଳି ଅଭାବନୀୟ କାଣ୍ଡ ଘଟାଇବା ପରେ ମୋବାଇଲକୁ ଘରେ ଛାଡି ବସ୍ ଯୋଗେ ବୁଲନ୍ଦ ସହରରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ଏହା ମଧ୍ୟ ପଢନ୍ତୁ- Delhi Excise Case: ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ସେହିପରି ପୋଲିସର କହିବା ଅନୁଯାୟୀ, ହତ୍ୟାରେ ବ୍ୟବହୃତ ଛୁରୀକୁ ଉଦ୍ଧାର କରିବା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ନେବା ଆବଶ୍ୟକ ଥିଲା । ଏହା ସହିତ ସାହିଲ ନାବାଳିକାକୁ ବିନା ଯୋଜନାରେ ହତ୍ୟା କରିଛି ନା ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ତାହା ଯାଞ୍ଚ କରାଯିବ ।

ଏହା ମଧ୍ୟ ପଢନ୍ତୁ- Major Road Mishap: ଅଧାରେ ରହିଲା ବୈଷ୍ଣୋଦେବୀ ଦର୍ଶନ, ଖାଇକୁ ବସ୍ ଖସି ପଡିବାରୁ ୧୦ ଜଣଙ୍କ ମୃତ୍ୟୁ

ପ୍ରକାଶ ଥାଉକି, ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ସାକ୍ଷୀ ତାଙ୍କ ସାଙ୍ଗ ଭାବନା ଘରକୁ ଯାଇଥିଲେ । ଭାବନା ପାର୍ଟି ପାଇଁ ରେଡ୍ଡି ହୋଇନଥିବାରୁ ସେ ତାଙ୍କୁ ଘର ବାହାରେ ଅପେକ୍ଷା କରିଥିଲେ । ଏହି ସମୟରେ ଅଭିଯୁକ୍ତ ସାହିଲ ଆସି ସାକ୍ଷୀଙ୍କ ସହ କିଛି ସମୟ କଥା ହୋଇଥିଲେ । ଏହାପରେ ଏକ ଛୁରୀରେ ସାକ୍ଷୀଙ୍କୁ 21 ଥର ଆକ୍ରମଣ କରିଥିଲା ଅଭିଯୁକ୍ତ ପ୍ରେମିକ ସାହିଲ । ଏତିକିରେ ମନ ଶାନ୍ତି ନହେବାରୁ ପ୍ରେମିକ ପଥରରେ ସାକ୍ଷୀଙ୍କୁ ପଥରରେ ଛେଚି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ ନାବାଳିକା ଜଣଙ୍କ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସାକ୍ଷୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ କିଛି ସମୟ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.