ETV Bharat / bharat

ମାଆକୁ ମାରିଲା ଝିଅ, ବର୍ଷେ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ

author img

By ETV Bharat Odisha Team

Published : Jan 8, 2024, 6:55 AM IST

ମାତୃହନ୍ତା ସାଜିଲା ଝିଅ , ବର୍ଷେ ପରେ ଘଟଣାର ପର୍ଦ୍ଦାଫାସ
ମାତୃହନ୍ତା ସାଜିଲା ଝିଅ , ବର୍ଷେ ପରେ ଘଟଣାର ପର୍ଦ୍ଦାଫାସ

Daughter Killed Her Mother: ମାଆକୁ ହତ୍ୟା କରିଛି ଝିଅ । ଏହି ଘଟଣାରେ ଦୁଇ ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ନିଜ ମାଆକୁ ହତ୍ୟା କରିଛି ଝିଅ । ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକ ମାଣ୍ଡିଆର ହେବବାକାବାଡି ଗାଁରେ। ଘଟଣାଟି ପ୍ରାୟ ଏକ ବର୍ଷପରେ ସମ୍ନାକୁ ଆସିଛି । ମୃତକ ଜଣକ ହେଉଛନ୍ତି 50 ବର୍ଷିୟା ଶରଦାମମା ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଛିଅ ଅନୁଷ୍କା ଏବଂ ତାର ସ୍ୱାମୀ ଦେବରାଜୁ ।ଜୁନ ୨୦୨୩ରେ ବରୁନ ଥାନାରେ ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ ଶରଦାମମା ସ୍ୱାମୀଙ୍କୁ ହରାଇବା ପରେ ମାଣ୍ଡିଆର ହେବବାକାବାଡି ଗାଁରେ ଶ୍ରମିକ ଭାବରେ କାମ କରି ଏକା ରହୁଥିଲେ। ତାର ଝିଅ ଅନୁଷା ହରୋହଲ୍ଲୀ ଗାଁର ଦେବରାଜୁଙ୍କୁ ବିବାହ କରିଥିଲା । ଶରଦାମମା ଯେତେବେଳେ ତାର ଝିଅକୁ ଦେଖିବା ପାଇଁ ଚାହୁଁଥିଲା ସେ ସେତେବେଳେ ହରୋହଲ୍ଲୀ ଯାଇ ଦେଖା କରୁଥିଲା । ସେହିପରି ନଭେମ୍ବର ୨୦୨୨ରେ ଶାରଦାମମା ହରୋହଲ୍ଲୀ ଆସିଥିଲା । ସେହି ସମୟରେ କୌଣସି କାରଣକୁ ନେଇ ତାଙ୍କର ଅନୁଷା ସହ ଝଗଡା ହୋଇଥିଲା ଏବଂ ଶାରଦାମମା ତଳେ ପଡିଯାଇ ମୃତ୍ୟୁ ବରଣ କରିଥିଲେ । ପରେ ମୃତଦେହକୁ ରାତା ରାତି ହେବାବାବାଡି ଗାଁକୁ ନେଇ କବର ସ୍ଥାନରେ ପୋତି ଦେଇଥିଲେ । ଏ ବିଷୟରେ କେହି ବି ଜାଣିପାରିନଥିଲେ ।

ତେବେ କିଛି ମାସ ପରେ ସମ୍ପର୍କୀୟମାନେ ତାଙ୍କ ବିଷୟରେ ପଚାରିଥିଲେ । ହେଲେ ଝିଅ ଅନୁଷା ସମସ୍ତଙ୍କୁ ମିଛ କହିଥିଲା । ଫଳରେ ସମ୍ପର୍କୀୟମାନେ ଅନୁଷାକୁ ସନ୍ଦେହ କରିଥିଲେ । ପରେ ସେ ଜୁନ ୨୦୨୩ରେ ବରୁନ ପୋଲିସ ଥାନାରେ ମୃତକ ଶରଦାମମା ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଏହି ମାମଲାରେ ଝିଅ ଅନୁଷା ଏବଂ ସ୍ୱାମୀ ଦେବରାଜୁ ସନ୍ଦେହ କରିଥିଲା । ଉଭୟଙ୍କୁ ପୋଲିସ ତଦନ୍ତ ପରିସରକୁ ଆଣିଥିଲା । ପଚାରାଉଚାରା ସମୟରେ ଉଭୟ ସବୁ ସତ ସ୍ୱୀକାର କରିଥିଲେ । ପରେ ଏହି ମାମାଲାକୁ ମାଣ୍ଡିଆ ଗ୍ରାମୀଣ ଥାନାକୁ ସ୍ଥାନାନ୍ତରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ !

ମାଣ୍ଡିଆ ତହସିଲଦାର ଶିବକୁମାର ବିରାଦର କହିଛନ୍ତି ,"ଗତ ଏକ ବର୍ଷ ପୂର୍ବେ ଜ୍ୱାଇଁ ଏବଂ ଝିଅ ମାଆକୁ ହତ୍ୟା କରିଥିଲେ । ରବିବାର ଅପରାହ୍ନରେ ଅଭିଯୁକ୍ତମାନେ ସେହି ସ୍ଥାନକୁ ଦେଖାଇଥିଲେ ଯେଉଁଠାରେ ମୃତଦେହକୁ ସମାଧି ଦେଇଥିଲେ । ହେଲେ ସେହି ସ୍ଥାନରେ ଖୋଳାଯାଇଥିବା ବେଳେ ମୃତଦେହ ମିଳି ନଥିଲା । ମୃତଦେହକୁ ଖୋଜିବା ପାଇଁ ଆସନ୍ତାକାଲି ପୁଣି ପ୍ରକ୍ରିୟା ଜାରି ରଖିବୁ । ଏହାସହ ପରୀକ୍ଷା ପାଇଁ ଲ୍ୟାବକୁ ପଠାଇବୁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.