ETV Bharat / bharat

ICMR ଆଲର୍ଟ, ଗର୍ଭବତୀଙ୍କ ପାଇଁ ଅଧିକ ଘାତକ କୋରୋନା

author img

By

Published : Sep 16, 2021, 9:19 PM IST

ICMR ଆଲର୍ଟ, ଗର୍ଭବତୀଙ୍କ ପାଇଁ ଅଧିକ ଘାତକ କୋରୋନା
ICMR ଆଲର୍ଟ, ଗର୍ଭବତୀଙ୍କ ପାଇଁ ଅଧିକ ଘାତକ କୋରୋନା

ଗର୍ଭବତୀଙ୍କ ପାଇଁ ଚେତାବନୀ ଦେଇଛି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR) । ଗର୍ଭବତୀଙ୍କ ପାଇଁ ମହାମାରୀ କୋରୋନା ଅଧିକ ଘାତକ ହୋଇପାରେ ବୋଲି ଆଇସିଏମଆରର ଏକ ରିପୋର୍ଟରୁ ମିଳିଛି ସୂଚନା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ମହାମାରୀ କୋରୋନାର ତୃତୀୟ ଲହରୀକୁ ନେଇ ଘନଉଛି ଆଶଙ୍କା । ଏହାରି ମଧ୍ୟରେ ଗର୍ଭବତୀଙ୍କ ପାଇଁ ଚେତାବନୀ ଦେଇଛି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR) । ଅନ୍ୟ ରୋଗୀଙ୍କ ତୁଳନାରେ ଗର୍ଭବତୀଙ୍କ ପାଇଁ ମହାମାରୀ କୋରୋନା ଅଧିକ ଘାତକ ହୋଇପାରେ ବୋଲି ଆଇସିଏମଆରର ଏକ ରିପୋର୍ଟରୁ ମିଳିଛି ସୂଚନା ।

ଗର୍ଭବତୀଙ୍କ ପାଇଁ କୋରୋନା ଅଧିକ ବିପଦଜନକ ହୋଇପାରେ ବୋଲି ଆଶଙ୍କା ଜାହିର କରି ତତ୍କାଳ ଚିକିତ୍ସାର ଆବଶ୍ୟକତା ଥିବା ଦର୍ଶାଇଛି ଆଇସିଏମଆର । ଗର୍ଭବତୀ ମହିଳାଙ୍କ ଉପରେ କୋରୋନା ଭାଇରସର ପ୍ରଭାବକୁ ନେଇ ଏହା ଆଇସିଏମଆରର ପ୍ରଥମ ଅଧ୍ୟୟନ ।

ଆଇସିଏମଆର ପକ୍ଷରୁ ମହାରାଷ୍ଟ୍ରରେ ସରକାରୀ ସଂସ୍ଥା ଓ ହସ୍ପିଟାଲର ସହଯୋଗରେ ଗର୍ଭବତୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ଗର୍ଭାବସ୍ଥା ତଥା ପ୍ରସବ ସମୟରେ କୋରୋନା ସଂକ୍ରମିତ ମହିଳାଙ୍କ କ୍ଷେତ୍ରରେ ରାଜ୍ୟର ମେଡିକାଲ କଲେଜରୁ ମିଳିଥିବା ରିପୋର୍ଟ ଆଧାରରେ ଏହି ଡାଟା ପ୍ରସ୍ତୁତ କରାଯାଇଛି ।

ଏହି ଅଧ୍ୟୟନରେ କରୋନାଭାଇରସ ମହାମାରୀର ପ୍ରଥମ ଲହରୀ (ମାର୍ଚ୍ଚ 2020-ଜାନୁୟାରୀ 2021) ସମୟରେ 4,203 ଗର୍ଭବତୀଙ୍କ ତଥ୍ୟ ବିଶ୍ଳେଷଣ କରାଯାଇଥିଲା | ସେଠାରେ 3,213 ପ୍ରସବ, 77 ଗର୍ଭଧାରଣ ସାମିଲ ଥିଲା । ଏଥିମଧ୍ୟରୁ ଗର୍ଭାବସ୍ଥା/ଭୃଣହାନୀ ଅନୁପାତ 6 ପ୍ରତିଶତ ଥିଲା ।

ଅଧ୍ୟୟନ ଅନୁଯାୟୀ, 534 ମହିଳାଙ୍କ (13 ପ୍ରତିଶତ) କୋରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା । ସେଥିମଧ୍ୟରୁ 382 (72 ପ୍ରତିଶତ) ସାମାନ୍ୟ, 112 (21 ପ୍ରତିଶତ) ମଧ୍ୟମ ଏବଂ 40 (7.5 ପ୍ରତିଶତ) ଗୁରୁତର ଲକ୍ଷଣ ଥିଲା । ଗର୍ଭବତୀଙ୍କ ମଧ୍ୟରେ ସବୁଠାରୁ ସାଧାରଣ ଜଟିଳତା ହେଉଛି ସମୟ ପୂର୍ବରୁ ପ୍ରସବ 528 ପ୍ରତିଶତ (16.3%) ଏବଂ ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ 328 (10.1 ପ୍ରତିଶତ) । ସମୁଦାୟ 158 (3.8 ପ୍ରତିଶତ) ଗର୍ଭବତୀ ଏବଂ ପ୍ରସୂତୀଙ୍କ ତତ୍କାଳ ଚିକିତ୍ସା ଆବଶ୍ୟକ ରହିଥିଲା, ଯେଉଁଥିରୁ 152 (96 ପ୍ରତିଶତ) COVID ସମ୍ବନ୍ଧୀୟ ଜଟିଳତା ହେତୁ ହୋଇଥିଲା ।

ପୁଣେ ଏବଂ ମରାଠୱାଡାର ମୃତ୍ୟୁ ସଂଖ୍ୟା ସର୍ବାଧିକ ଥିବା ନେଇ ରିପୋର୍ଟରୁ ଜଣାପଡିଛି । କୋଭିଡ ସଂକ୍ରମିତ ଗର୍ଭବତୀଙ୍କ ମଧ୍ୟରେ ମୃତ୍ୟୁ ହାର 0.8 ପ୍ରତିଶତ ଥିଲା (34/4203) । ଆଇସିଏମଆର ଏହାର ବିବୃତ୍ତିରେ କହିଛି, ଆମର ବିଶ୍ଳେଷଣ ଦର୍ଶାଉଛି ଯେ କୋରୋନା ଗର୍ଭବତୀଙ୍କକୁ ଅଧିକ ସଂକ୍ରମିତ କରିପାରେ | ଅସ୍ବାଭାବିକ ଅବସ୍ଥାରେ ଏକ ବୃହତ ଅନୁପାତ ମଧ୍ୟମରୁ ଗୁରୁତର ରୋଗ ସୃଷ୍ଟି କରିପାରେ । ତେଣୁ କୋରୋନା ସଂକ୍ରମିତ ଗର୍ଭବତୀମାନେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.