ETV Bharat / bharat

Terror funding case: 7ଦିନିଆ NIA ରିମାଣ୍ଡକୁ ଗଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ

author img

By

Published : Apr 18, 2023, 5:07 PM IST

Terror funding case: 7 ଦିନିଆ NIA ରିମାଣ୍ଡକୁ ଗଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ
Terror funding case: 7 ଦିନିଆ NIA ରିମାଣ୍ଡକୁ ଗଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ

7 ଦିନିଆ ଏନଆଇଏ ରିମାଣ୍ଡକୁ ଗଲା ଲରେନ୍ସ ବିଷ୍ଣୋଇ । ଆଜି ପଟିଆଲା ହାଉସ କୋର୍ଟରେ ହୋଇଥିଲା ହାଜର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆତଙ୍କୀ ପାଣ୍ଠି ଯୋଗାଡ ମାମଲାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ 7 ଦିନିଆ ରିମାଣ୍ଡରେ ନେଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ବ୍ୟାନ ଘୋଷିତ ଖଲିସ୍ତାନୀ ସଂଗଠନ ସହ ସମ୍ପର୍କ ଓ ଭାରତ ବିରୋଧୀ କାର୍ଯ୍ୟରେ ସାମିଲ ସଂଗଠନଗୁଡିକ ପାଇଁ ଅର୍ଥ ଯୋଗାଡ ମାମଲାରେ ଆଜି ଲରେନ୍ସକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ମାମଲାରେ ଅଧିକ ଜେରା କରିବା ପାଇଁ କୋର୍ଟ ଲରେନ୍ସକୁ 7 ଦିନିଆ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି ।

ସ୍ପେଶାଲ ଏନଆଇଏ ଜଜ ଶୈଳେନ୍ଦ୍ର ମଲ୍ଲିକଙ୍କ କୋର୍ଟରେ ଲରେନ୍ସକୁ ହାଜର କରାଯାଇଥିଲା । ନିକଟରେ ଏହି ମାମଲାର ତଦନ୍ତ ପ୍ରିନ୍ସପାଲ ଡିଷ୍ଟ୍ରିକ୍ଟ ଓ ଶେସନ ଜଜଙ୍କ ଅଧୀନରେ ବିଚାରାଧୀନ ଥିବା ବେଳେ ଏହାକୁ ଏନଆଇଏ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ବହୁ ସଙ୍ଗୀନ ମାମଲା ଥିବା ଲରେନ୍ସ ଏବେ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି । ବହୁଚର୍ଚ୍ଚିତ କଂଗ୍ରେସ ନେତା ତଥା ସିଙ୍ଗର ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ମଧ୍ୟ ଅଭିଯୁକ୍ତ ତଥା ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ରହିଛି ଲରେନ୍ସର ନାଁ । ଏହି ହତ୍ୟାକାଣ୍ଡ ବ୍ୟତୀତ ଖଲିସ୍ତାନୀ ସଂଗଠନ ସହ ସମ୍ପର୍କ ଓ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ ଆର୍ଥିକ ସହଯୋଗ ମାମଲାରେ ତାର ନାମରେ ମାମଲା ରୁଜୁ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

ଏବେ ତିହାର ଜେଲରେ ଥିବା ଲରେନ୍ସକୁ ମଧ୍ୟ ଏନକାଉଣ୍ଟରର ଭୟ ରହିଛି । ସିଦ୍ଧୁ ମୁସେଓ୍ବାଲା ମାମଲାରେ ଅଭିଯୁକ୍ତ ଭାବେ ତାର ନାମ ସାମ୍ନାକୁ ଆସିବା ପରେ ଏନକାଉଣ୍ଟର ଭୟରେ ଛାନିଆ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟାର ଲରେନ୍ସ । ପୋଲିସ ତାକୁ ମିଥ୍ୟା ଏନକାଉଣ୍ଟରରେ ହତ୍ୟା କରିପାରେ ବୋଲି ଆଶଙ୍କା ଦେଖାଇ କୋର୍ଟରେ ମଧ୍ୟ ଆବେଦନ କରିଥିଲା । ମୁସେଓ୍ବାଲା ହତ୍ୟାକାଣ୍ଡରେ ନିଜ ସମ୍ପୃକ୍ତି ନେଇ ଅସ୍ବୀକାର କରିବା ସହ ତାକୁ ମାରିବାକୁ ଷଡଯନ୍ତ୍ର କରାଯାଉଥିବା କହିଥିଲା ଲରେନ୍ସ ।

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଖୋଲାଖୋଲି ହତ୍ୟା ଧମକ ଦେବା ପାଇଁ ଚର୍ଚ୍ଚାରେ ରହିଆସିଛି ଲରେନ୍ସ । ନିକଟରେ ସଲମାନ ଓ ତାଙ୍କ ପରିବାରକୁ ବାରମ୍ବାର ହତ୍ୟା ଧମକ କଲ ଆସିବା ପଛରେ ଲରେନ୍ସ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି । ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା ତାର ବିରୋଧରେ ରହିଥିବା ଟେରର ଫଣ୍ଡିଂ ମାମଲାର ତଦନ୍ତରେ ଲାଗିଛି । ଆଜି କୋର୍ଟରୁ 7 ଦିନିଆ ରିମାଣ୍ଡ ମିଳିବା ପରେ ତାକୁ ମାରାଥନ ଜେରା କରିବ ଏନଆଇଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.