ବଢିବ ନୌସେନା ବଳ, ଆସୁଛି ପ୍ରଥମ ମଣିଷ ବୁହା ଡ୍ରୋନ ବରୁଣ

author img

By

Published : Oct 5, 2022, 12:00 PM IST

Updated : Oct 5, 2022, 1:13 PM IST

human carrying drone
human carrying drone ()

ମଣିଷ ବୋହିବ ଡ୍ରୋନ ବରୁଣ । ଦେଶର ପ୍ରଥମ ମଣିଷ ବୁହା ଡ୍ରୋନ ତଆରି କରିଛନ୍ତି ପ୍ରତିରକ୍ଷା ଇଞ୍ଜିନିୟର ସାଗର । ଜାଣନ୍ତୁ ବରୁଣ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ମଣିଷ ବୁହା ଡ୍ରୋନ ଦ୍ବାରା ସଶକ୍ତ ହେବ ନୌସେନା । ମଣିଷକୁ ନେଇ ଉଡିବ ଡ୍ରୋନ । ଦେଶର ପ୍ରଥମ ମଣିଷ ବୁହା ଡ୍ରୋନ ହେଉଛି ବରୁଣ । ଏହାକୁ ତିଆରି କରିଛନ୍ତି ଇଣ୍ଡିଆ ସ୍ଟାର୍ଟଅପ ସାଗର ଡିଫେନ୍ସ ଇଞ୍ଜିନିୟରିଂ । ଖୁବଶୀଘ୍ର ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ ।

ମଣିଷ ବୋହିବ ଡ୍ରୋନ ବରୁଣ

ଡ୍ରୋନ ତ ଆପଣ ଦେଖିଥିବେ ମାତ୍ର ଭାରତରେ ଏବେ ଏପରି ଏକ ଡ୍ରୋନ ଅଛି ଯେଉଁଥିରେ ମଣିଷ ଉଡିପାରିବେ । ଏହି ଡ୍ରୋନ ମଣିଷକୁ ନେଇ ଉଡିବାକୁ ସକ୍ଷମ । ଯାହାର ନାମ ବରୁଣ ରଖାଯାଇଛି । ଏହା ପ୍ରଥମ ମାନବବାହୀ ଡ୍ରୋନ ହେବ । ଏହା ପାଖାପାଖି 100 କିଲୋଗ୍ରାମ ଓଜନ ନେଇ ଆକାଶରେ ଉଡିପାରିବ । ଏହାକୁ ଆଗାମୀ ଦିନରେ ଭାରତୀୟ ନୌସେନାରେ ସାମିଲ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂଚନାଅନୁସାରେ ଡ୍ରୋନ ବରୁଣ ଭାରତୀୟ ସ୍ଟାର୍ଟଅପ ସାଗର ଡିଫେନ୍ସ ଇଞ୍ଜିନିୟରିଂ ଦ୍ବାରା ବିକଶିତ ହୋଇଛି । ଏହା ଦେଖିବାକୁ ହେଲିକପ୍ଟର ପରି ହୋଇଛି । ଦୁଇ ପାଖରେ ଛୋଟ ଛୋଟ ପଙ୍ଖା ରହିଛି । ଏଥିରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ରହିଛି । 25ରୁ30 କିଲୋମିଟର ଦୂରତା ସହିତ ପ୍ରାୟ 30 ମିନିଟ୍ ଯାଏଁ ଉଡିପାରିବ । 500ମିଟର ଉଚ୍ଚକୁ ଉଡିପାରିବ । ଉଡିବା ସମୟରେ କିଛି ତ୍ରୁଟି ଥିଲେ ଏଥିରେ ଥିବା ପାରାଚ୍ୟୁଟ୍‌ ଦ୍ବାରା ତଳକୁ ଆସିପାରିବ ବୋଲି ସୂଚନା ଦେଇଛନ୍ତି ସାଗର ଡିଫେନ୍ସ ଇଞ୍ଜିନିୟରିଂ ପ୍ରତିଷ୍ଠାତା ।

ଏହା ବି ପଢନ୍ତୁ...ଚୂଡାନ୍ତ ହେଲା KCRଙ୍କ ଜାତୀୟ ଦଳ: TRS ହେବ BRS, ଆଜି ଅପରାହ୍ନରେ ଆନୁଷ୍ଠାନିକ ଘୋଷଣା

ଶତ୍ରୁକୁ ମାତ ଦେବା ପାଇଁ ଭାରତୀୟ ତିନି ସେନାକୁ ଅଧିକ ଶକ୍ତିଶାଳୀ କରାଯାଉଛି । ନିକଟରେ ବାୟୁସେନାରେ ସାମିଲ ହୋଇଛି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏଲସିଏଚ 'ପ୍ରଚଣ୍ଡ' । 22 ବର୍ଷ ତଳେ ଭାରତ ଯେଉଁ ସ୍ବପ୍ନ ଦେଖିଥିଲା ତାକୁ ପୂରଣ କରଛି । ପ୍ରଥମ ବ୍ୟାଚରେ ବାୟୁସେନାକୁ 4ଟି ଏଲସିଏଚ (Light Combat Helicopter) ମିଳିଛି । ଏହା ହାଲ ଦ୍ବାରା ନିର୍ମିତ ହୋଇଛି । ଏହାର ଓଜନ 5.8 ଟନ ରହିିଛି । ମିନିଟରେ 750 ଗୁଳିଗୋଳା ମାଡ଼ କରିପାରିବ ପ୍ରଚଣ୍ଡ ।

Last Updated :Oct 5, 2022, 1:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.