ETV Bharat / bharat

Budget 2022: ୮୦ ଲକ୍ଷ ହିତାଧିକାରୀଙ୍କୁ ଘର ପାଇଁ ୪୮ ହଜାର କୋଟି

author img

By

Published : Feb 1, 2022, 3:02 PM IST

Updated : Feb 2, 2022, 9:54 AM IST

୮୦ ଲକ୍ଷ ହିତାଧିକାରୀଙ୍କୁ ଛାତ ପାଇଁ ୪୮ ହଜାର କୋଟି ଆବଣ୍ଟନ
୮୦ ଲକ୍ଷ ହିତାଧିକାରୀଙ୍କୁ ଛାତ ପାଇଁ ୪୮ ହଜାର କୋଟି ଆବଣ୍ଟନ

କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ ହୋଇଛି । ଏଥିରେ ପିଏମ ଆବାସ ଯୋଜନାକୁ ତ୍ବରାନ୍ବିତ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ୮୦ ଲକ୍ଷ ହିତାଧିକାରୀଙ୍କ ମୁଣ୍ଡକୁ ଛାତ ଦେବା ପାଇଁ ପ୍ରସ୍ତୁତ ହୋଇଛି ଚଳିତ ବଜେଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ । ଏଥିରେ ପିଏମ ଆବାସ ଯୋଜନାକୁ ତ୍ବରାନ୍ବିତ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ୮୦ ଲକ୍ଷ ହିତାଧିକାରୀଙ୍କ ମୁଣ୍ଡକୁ ଛାତ ଦେବା ପାଇଁ ପ୍ରସ୍ତୁତ ହୋଇଛି ଚଳିତ ବର୍ଷ ବଜେଟ । ଏ ନେଇ ୪୮ ହଜାର କୋଟି ଆବଣ୍ଟନ ହୋଇଥିବା ବଜେଟ ଉପସ୍ଥାପନ ବେଳେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପିଏନ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି । ଯୋଗ୍ୟ ହିତାଧିକାରୀମାନେ ଏଥିରୁ ଲାଭାନ୍ବିତ ହେବେ । ସହରାଞ୍ଚଳର ମଧ୍ୟବିତ୍ତି ଓ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଘର ଯୋଗାଇଦେବା ଲାଗି ଆବଶ୍ୟକ ଜମି ଏବଂ ନିର୍ମାଣ ସମ୍ପର୍କିତ ଅନୁମତି ସକାଶେ କେନ୍ଦ୍ର ସରକାର ରାଜ୍ୟଗୁଡିକ ସହ ମିଶି କାର୍ଯ୍ୟ କରୁଛନ୍ତି । ଜମି ପଞ୍ଜିକରଣ ପାଇଁ ନ୍ୟାସନାଲ ଡକ୍ୟୁମେଣ୍ଟ ରେଜିଷ୍ଟ୍ରେସନ ସିଷ୍ଟମ ସହ ୱାନ ନେଶନ ୱାନ ରେଜିଷ୍ଟ୍ରେସନ ସଫ୍ଟୱେରକୁ ଯୋଡାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।

ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ୨୦୨୦-୨୧ ଆର୍ଥିକ ବର୍ଷରେ ୩୩.୬୬ ଲକ୍ଷ ଏବଂ ୨୦୨୧ ନଭେମ୍ବର ସୁଦ୍ଧା ୨୬.୨୦ ଲକ୍ଷ ଘର ନିର୍ମାଣ ହୋଇଥିବା ଦର୍ଶାଯାଇଥିଲା । ପିଏମ ଆବାସ ଯୋଜନାରେ ସହରାଞ୍ଚଳରେ ୧୪.୫୬ ଲକ୍ଷ ଗୃହ ନିର୍ମାଣ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ...One Class-One Tv Channel: ଖୋଲିବ ୨୦୦ ନୂଆ ଚ୍ୟାନେଲ, ଆଞ୍ଚଳିକ ଭାଷାରେ ଦିଆଯିବ ଶିକ୍ଷାଦାନ

ବାରମ୍ବାର ଆବାସ ଯୋଜନାରେ ଅବହେଳା ନେଇ ଅଭିଯୋଗ ହୋଇ ଆସୁଛି । ଏନେଇ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖୁଛି ରାଜ୍ୟ । ନୂତନ ବଜେଟ ଆସିବା ପରେ କେନ୍ଦ୍ରର ଏ ତ୍ରୁଟି ସୁଧାରୁଛି ନା ସ୍ଥିତି ସମାନ ରହୁଛି ତାହା ଦେଖିବା ବାକି ରହିଲା ।

ପ୍ରକାଶ ଥାଉ କି, ଆଜି ଉପସ୍ଥାପିତ ହୋଇଥିବା ବଜେଟରେ ସ୍ବାସ୍ଥ୍ୟ, ଶିକ୍ଷା, ଗୃହ, ଭିତ୍ତିଭୂମି,ପ୍ରତିରକ୍ଷା ସମସ୍ତ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ଅର୍ଥପେଡିକୁ ନେଇ ଭଲ ଆଶାରେ ଥିବା ସବୁ ବର୍ଗଙ୍କ ପାଇଁ ବଜେଟ ଉପସ୍ଥାପିତ ହୋଇଛି । ମହାମାରୀରେ ଛନ୍ଦି ହୋଇଥିବା ଅର୍ଥନୀତିକୁ ସମ୍ଭାଳିବା ବଜେଟ ଏକ ବଡ ଆହ୍ବାନ ହେବ ।

Last Updated :Feb 2, 2022, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.