ETV Bharat / bharat

ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା-2 ! ରାହୁଲଙ୍କୁ ଅନୁରୋଧ କଲା ଦଳ

author img

By ETV Bharat Odisha Team

Published : Dec 21, 2023, 11:01 PM IST

ଭାରତ ଯୋଡୋ ଯାତ୍ରା -2 ଆରମ୍ଭ କରିବାକୁ ରାହୁଲଙ୍କୁ ଅନୁରୋଧ କଲା ଦଳ
ଭାରତ ଯୋଡୋ ଯାତ୍ରା -2 ଆରମ୍ଭ କରିବାକୁ ରାହୁଲଙ୍କୁ ଅନୁରୋଧ କଲା ଦଳ

Bharat Jodo Yatra 2.0: ଭାରତ ଯୋଡୋ ଯାତ୍ରା -2 ଆରମ୍ଭ କରିବାକୁ ରାହୁଲଙ୍କୁ ଅନୁରୋଧ କଲା ଦଳ । କାର୍ଯ୍ୟକାରୀ କମିଟି ବୈଠକ ପରେ କେସି ବେଣୁଗୋପାଲ ଦେଲେ ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଶେଷ ହୋଇଛି । 3 ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ପରେ ଆଜି ଦଳ ମାନସ ମନ୍ଥନ କରିଛି । ତେବେ ରାହୁଲ ଗାନ୍ଧୀଙ୍କ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋର ଯାତ୍ରାର ପ୍ରଭାବ ଭାବେ କର୍ଣ୍ଣାଟକରେ ଦଳ ବିଜୟ ହୋଇଥିବା କହିଥିବା ବେଳେ ଏବେ ସ୍ଥିତି କିନ୍ତୁ ଓଲଟା । ରାହୁଲଙ୍କ ଓ ଉଭଣୀ ପ୍ରିୟଙ୍କାଙ୍କ ମାରାଥନ ପ୍ରଚାର ସତ୍ତ୍ବେ ମଧ୍ୟ ଦଳ କେବଳ ତେଲେଙ୍ଗାନା ଛଡା ଅନ୍ୟ କେଉଁ କ୍ଷମତା ହାସଲ କରିପାରିନାହିଁ ।

ଯାହା ରାହୁଲଙ୍କ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଚର୍ଚ୍ଚାରେ ବିରାମ ଲଗାଇଛି । ଆଜି ଏହାରି ମଧ୍ୟରେ କଂଗ୍ରେସ ଆତ୍ମଚିନ୍ତନ କରିବା ସହ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାର ଦ୍ବିତୀୟ ସଂସ୍କରଣ ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରିଛି । ରାହୁଲ ଗାନ୍ଧୀ ଉତ୍ତରପୂର୍ବରୁ ଗୁଜୁରାଟ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା -2 ଆରମ୍ଭ କରିବାକୁ ଦଳ ତାଙ୍କୁ ଅନୁରୋଧ କରିଥିବା ବରିଷ୍ଠ ନେତା ତଥା ଜାତୀୟ ସାଧାରଣ ସମ୍ପାଦକ କେସି ବେଣୁଗୋପଲ ଆଜି ସୂଚନା ଦେଇଛନ୍ତି ।

ଗତବର୍ଷ ସେପ୍ଟେମ୍ବର 7 ତାରିଖରେ କନ୍ୟାକୁମାରୀରେ ଥିବା ବାପା ରାଜୀବ ଗାନ୍ଧୀଙ୍କ ସ୍ମାରକୀରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ ରାହୁଲ । ଦକ୍ଷିଣରୁ କାଶ୍ମୀର ପର୍ଯ୍ୟନ୍ତ ମୋଟ 4,000 ପଦଯାତ୍ରା କରିଥିଲେ । ଚଳିତବର୍ଷ ଜାନୁଆରୀ 30 ରେ ଶ୍ରୀନଗରରେ ଏହି ଯାତ୍ରା ଶେଷ କରିଥିଲେ ରାହୁଲ । ଏହାର ପ୍ରଭାବ କେବଳ ରାହୁଲଙ୍କ ରାଜନୈତିକ ଜୀବନ ଉପରେ ନୁହେଁ ବରଂ ଦଳର ପ୍ରଦର୍ଶନ ଉପରେ ମଧ୍ୟ ପଡିଥିବା ଦଳ ଦାବି କରିଥିଲା । ଫଳରେ କର୍ଣ୍ଣାଟକରେ ଦଳ ବିଜେପିକୁ କ୍ଷମତାରୁ ବେଦଖଲ କରି ସତ୍ତା ହାସଲ କରିଥିବା ଦଳ କହିଥିଲା ।

ଏହା ମଧ୍ୟ ପଢନ୍ତୁ :- ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଗୁଳିମାଡ: 3 ଯବାନ ଶହୀଦ, ଏନକାଉଣ୍ଟର ଜାରି

ମାତ୍ର ଚଳିତ ନିର୍ବାଚନରେ ଦଳ ରାଜସ୍ଥାନ ଓ ଛତିଶଗଡରେ କ୍ଷମତା ହରାଇବା ସହ ମଧ୍ୟ ପ୍ରଦେଶରେ ମଧ୍ୟ କ୍ଷମତା ଠାରୁ ଦୂରରେ ରହିଛି । ଏହି ଫଳାଫଳ ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବକୁ ଆହୁରି ଦୃଢ କରିବ ବୋଲି ଆଶା କରାଯାଉଥିଲା । ହେଲେ ସେପିରି କିଛି ନହେବା ପରେ ଏବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଖଡଗେଙ୍କ ନାମ ସାମ୍ନାକୁ ଆସିଛି । ଯାହାକୁ କଂଗ୍ରେସ ଅନିଚ୍ଛା ପ୍ରକାଶ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.