Lakhimpur Violence; ଆଜି ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ

author img

By

Published : Oct 13, 2021, 9:53 AM IST

Updated : Oct 13, 2021, 1:42 PM IST

ଆଜି ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ

ଖେରୀ ହିଂସା ଘଟଣା ନେଇ ଆଜି(ବୁଧବାର) ପୂର୍ବାହ୍ନ ୧୧ଟାରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ । ଏହି ସହିତ ଏକ ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଖେରୀ ହିଂସାକୁ ନେଇ ରାଜନୀତି ଜୋର ଧରିଛି । ମୃତ କୃଷକଙ୍କୁ ନ୍ୟାୟ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । ହିଂସା ଘଟଣା ନେଇ ଆଜି(ବୁଧବାର) ପୂର୍ବାହ୍ନ ୧୧ଟାରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ । ଏହି ସହିତ ଏକ ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବ ।

୭ ଜଣିଆ ପ୍ରତିନିଧି ଦଳରେ ରାଜ୍ୟ ସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ଏ.କେ ଆଣ୍ଟୋନି, ଗୁଲାମନବୀ ଆଜାଦ, ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କେ.ସି ବେଣୁଗୋପାଳ ସାମିଲ ଅଛନ୍ତି । ଏ ନେଇ ରାଷ୍ଟ୍ରପତି ସମୟ ଦେଇଥିବା ଜଣାପଡିଛି ।

ପ୍ରକାଶ ଥାଉ କି, ଅକ୍ଟୋବର ୩ରେ ଲଖିମପୁର ଖେରୀର ତିକୁନିଆରେ ଆନ୍ଦୋଳନରତ ଚାଷୀଙ୍କ ଉପରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ମାଡି ଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ପ୍ରସଙ୍ଗରେ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାମରେ ଅଭିଯୋଗ ହୋଇଥିଲା । କଂଗ୍ରେସ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରିଥିଲା । ଏହା ସହିତ ଆଶିଷ ମିଶ୍ରାଙ୍କୁ ଶନିବାର ଜେରା କରାଯିବା ପରେ ଗିରଫ କରିଛି ୟୁପି ପୋଲିସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated :Oct 13, 2021, 1:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.