ETV Bharat / bharat

ରାଜ୍ୟପାଳଙ୍କୁ ଭେଟିବା ପରେ ରାହୁଲ କହିଲେ ମଣିପୁରରେ ଶାନ୍ତି ଜରୁରୀ

author img

By

Published : Jun 30, 2023, 4:33 PM IST

Etv Bharat
Etv Bharat

୨ ଦିନିଆ ମଣିପୁର ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ସେ ଗଣମାଧ୍ୟମ ସମ୍ମୁଖରେ ରାଜ୍ୟର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

  • #WATCH | Congress leader Rahul Gandhi after meeting Manipur Governor, says "Manipur needs peace. I want peace to be restored here. I visited some relief camps, there are deficiencies in these relief camps, the government should work for this" pic.twitter.com/SResQRpajw

    — ANI (@ANI) June 30, 2023 " class="align-text-top noRightClick twitterSection" data=" ">

ଇମ୍ଫାଲ: ଜାତିଆଣ ବିବାଦକୁ ନେଇ ଦୀର୍ଘ ୨ ମାସ ହେଲାଣି ଜଳୁଛି ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁର । ଏହାରି ମଧ୍ୟରେ ଗତକାଲିଠୁ ୨ ଦିନିଆ ମଣିପୁର ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି (ଶୁକ୍ରବାର) ରାଜ୍ୟପାଳ ଅନୁସୁଇୟା ଉଇକେଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ହିଂସା ପ୍ରବଣ ମଣିପୁରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ତେବେ ମଣିପୁର ଏବେ ଶାନ୍ତି ଆବଶ୍ୟକ କରୁଛି । ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଲାଗି ସେ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି କହିଛନ୍ତି ।

ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, " ମଣିପୁର ଶାନ୍ତି ଆବଶ୍ୟକ କରୁଛି । ମୁଁ ମଧ୍ୟ ଚାହୁଁଛି ରାଜ୍ୟରେ ଶାନ୍ତି ଫେରିଆସୁ । ହିଂସାରେ ପ୍ରଭାବିତ ହୋଇ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ଲୋକଙ୍କୁ ମୁଁ ଭେଟିଛି । ସେମାନଙ୍କ ସମସ୍ୟାର ସମାଧାନ ଲାଗି ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବା ଉଚିତ । ରାଜ୍ୟରେ ଶାନ୍ତି ଫେଇାଇ ଆଣିବା ଲାଗି ମୁଁ ମଧ୍ୟ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି ।" ଗତକାଲି ମଣିପୁରରେ ପହଞ୍ଚିବା ପରେ ମୋଇରାଙ୍ଗଠାରେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ପୀଡ଼ିତଙ୍କୁ ଭେଟିଥିଲେ । ସେମାନଙ୍କ ସହିତ ରାହୁଲ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ପୀଡ଼ିତମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ ରାହୁଲ ।

ଏହା ବି ପଢନ୍ତୁ- Manipur Violence: ଆଜିଠୁ ଦୁଇ ଦିନିଆ ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ

ରିଲିଫ କ୍ୟାମ୍ପରେ ପୀଡ଼ିତମାନଙ୍କ ସହିତ ଆଲୋଚନା କରିବା ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରତିକ୍ରିୟା ରଖିଥିଲେ ରାହୁଲ । ସେ କହିଥିଲେ, " ହିଂସାକାଣ୍ଡରେ ଅନେକ ନିଜର ଆତ୍ମୀୟଙ୍କୁ ହରାଇଛନ୍ତି । ସେମାନଙ୍କ ଦୁଃଖଭରା କାହାଣୀ ଶୁଣିବା ଅତ୍ୟନ୍ତ ହୃଦୟବିଦାରକ ଥିଲା । ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ଭାଇଭଉଣୀ ଓ ଛୋଟ ପିଲାଙ୍କ ଚେହେରାରେ ସହାୟତାର ଆଶା ଓ ଦୁଃଖ ରହିଥିଲା । ଯାହାକି ଯନ୍ତ୍ରଣାଦାୟକ ।" ମୋଇରାଙ୍ଗ ସହିତ ଚୁରଚାନ୍ଦପୁରଠାରେ ମଧ୍ୟ ଆଶ୍ରୟ ନେଇଥିବା ପୀଡିତଙ୍କୁ ଭେଟିଥିଲେ ରାହୁଲ । ଏହି ଗସ୍ତରେ ରାହୁଲ ରାଜଧାନୀ ଇମ୍ଫାଲରେ ସିଭିଲ ସୋସାଇଟି ସଦସ୍ୟଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ- Manipur Violence: ପ୍ରବଳ ଜନ ସମର୍ଥନ ପରେ ୟୁ-ଟର୍ଣ୍ଣ ମାରିଲେ ମୁଖ୍ୟମନ୍ତ୍ରୀ ବିରେନ, ଦେବେନି ଇସ୍ତଫା

ଏହି ଗସ୍ତ ପୂର୍ବରୁ ମଣିପୁର ହିଂସାକାଣ୍ଡକୁ ନେଇ ଟ୍ବିଟ କରିଥିଲେ ରାହୁଲ । ' ମଣିପୁରକୁ ଶାନ୍ତି ଫେରାଇ ଆଣିବା ପ୍ରାଥମିକତା ହେବା ଉଚିତ' ବୋଲି ଟ୍ବିଟ କରି କହିଥିଲେ ରାହୁଲ । ଅନ୍ୟପଟେ ମଣିପୁରରେ ଶାନ୍ତି ଫେରାଇ ଆଣିବାରେ ବିଫଳ ହୋଇଥିବା ଅଭିଯୋଗ ଆଣି କିଛି ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଇସ୍ତଫା ଦାବି କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦାଖଲ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ୟୁ-ଟର୍ଣ୍ଣ ମାରିଛନ୍ତି । ରାଜ୍ୟପାଳଙ୍କୁ ଭେଟିବାକୁ ଯିବା ସମୟରେ ଅନେକ ସମର୍ଥକ ତାଙ୍କ ବାଟ ରୋକିବା ସହିତ ଇସ୍ତଫା ନ ଦେବା ଲାଗି ଦାବି କରିବା ପରେ ସେ ନିଜ ନିଷ୍ପତ୍ତି ବଦଳାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.