ETV Bharat / bharat

ଆଜିଠୁ ଦିଲ୍ଲୀରେ ମିଳିବ କୋରୋନା ବିରୋଧୀ କକଟେଲ ମେଡିସିନ୍, ଗୋଟିଏ ଡୋଜରେ ହେବ ଚିକିତ୍ସା

author img

By

Published : May 27, 2021, 3:43 PM IST

ଆଜିଠୁ ଦିଲ୍ଲୀରେ ମିଳିବ କୋରୋନା ବିରୋଧୀ କକଟେଲ ମେଡିସିନ୍, ଗୋଟିଏ ଡୋଜରେ ହେବ ଚିକିତ୍ସା
ଆଜିଠୁ ଦିଲ୍ଲୀରେ ମିଳିବ କୋରୋନା ବିରୋଧୀ କକଟେଲ ମେଡିସିନ୍, ଗୋଟିଏ ଡୋଜରେ ହେବ ଚିକିତ୍ସା

ଆଜିଠୁ ଦିଲ୍ଲୀରେ ଉପଲବ୍ଧ ହେବ କକଟେଲ ମେଡିସିନ୍ । ତେବେ କୋରୋନା ଭାଇରସକୁ ପ୍ରତିହତ କରିବାର ମୂଳ ଅସ୍ତ୍ର କକଟେଲ ମେଡିସିନ୍, ଭାରତର ଡାକ୍ତରଖାନାଗୁଡ଼ିକରେ ବ୍ୟବହାର କରିବାକୁ ପ୍ରସ୍ତୁତ ଅଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଉପଲବ୍ଧ ହେବ କକଟେଲ ମେଡିସିନ୍ । ତେବେ କୋରୋନା ଭାଇରସକୁ ପ୍ରତିହତ କରିବାର ମୂଳ ଅସ୍ତ୍ର କକଟେଲ ମେଡିସିନ୍, ଭାରତର ଡାକ୍ତରଖାନାଗୁଡ଼ିକରେ ବ୍ୟବହାର କରିବାକୁ ପ୍ରସ୍ତୁତ ଅଛି । ପ୍ରଥମ କରି ଏହା ରାଜଧାନୀ ଦିଲ୍ଲୀରେ ଆଜିଠାରୁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଏହି ଆଣ୍ଟିବଡି ଔଷଧ ସୋମବାର ଦେଶରେ ଲଞ୍ଚ କରାଯାଇଥିଲା ।

ହରିୟାଣାର ଜଣେ 84 ବର୍ଷିୟ ବୃଦ୍ଧ ମୋହବତ୍ ସିଂ ହେଉଛନ୍ତି, ଏହି ଔଷଧ ଗ୍ରହଣ କରିଥିବା ପ୍ରଥମ ବ୍ୟକ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋରୋନା ହୋଇଥିବାବେଳେ ଏହି ଔଷଧ ମଧ୍ୟ ଦିଆଯାଇଥିଲା । ଏହି ଔଷଧ ନର୍ମାଣ କରିଛନ୍ତି ଫାର୍ମା କମ୍ପାନୀ ରୋଚେ ଏବଂ ସିପଲା । ଭାରତରେ କକଟେଲ ଡ୍ରଗ ସିପଲାର ତତ୍ତ୍ବାବଧାନରେ ରହିବ । କକଟେଲ ମେଡିସିନ୍ (ମୋନୋକ୍ଲୋନାଲ ଆଣ୍ଟିବଡି) ହେଉଛି ଏକ ଉତ୍ତମ ପ୍ରତିରକ୍ଷା ଯାହା ଏକ ନୂତନ ସଂକ୍ରମିତ କୋଭିଡ ରୋଗୀର ଚିକିତ୍ସାରେ 70% ପର୍ଯ୍ୟନ୍ତ ପ୍ରଭାବଶାଳୀ ଅଟେ । ଭାରତରେ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି ।

କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ଅର୍ଥାତ୍ EUL କୁ ଆଣ୍ଟିବଡି କକଟେଲ ଦେଇଛି । ଏହା ବ୍ୟତୀତ ଆମେରିକାର ଏବଂ ୟୁରୋପୀୟ ୟୁନିଅନର ଅନେକ ଦେଶରେ ଏହି ଔଷଧର ବ୍ୟବହାର କରାଯାଉଛି । ସୋମବାର ରୋଚେ ଇଣ୍ଡିଆ ଏବଂ ସିପଲା ଦ୍ୱାରା ଆରମ୍ଭ ହୋଇଥିବା ଏହି ଔଷଧର ଗୋଟିଏ ଡୋଜ୍ ମୂଲ୍ୟ ରହିଛି ୫୯,୭୫୦ଟଙ୍କା । ସୂଚନା ଅନୁଯାୟୀ, ରୋଚେ କେନ୍ଦ୍ର ସରକାରଙ୍କୁ 10,000 ଡୋଜ ଦାନ କରିଛନ୍ତି । କେନ୍ଦ୍ର ସରକାର ଏହି ଔଷଧ ରାଜ୍ୟମାନଙ୍କୁ ବାଣ୍ଟୁଛନ୍ତି । ହରିୟାଣା ସରକାର 590 ଡୋଜ ପାଇଛନ୍ତି । ସୂତ୍ର ଅନୁଯାୟୀ ଆଗାମୀ ଦିନରେ ଦିଲ୍ଲୀର ସମସ୍ତ ପ୍ରମୁଖ ଡାକ୍ତରଖାନାରେ ମଧ୍ୟ ଏହି ଔଷଧ ବ୍ୟବହାର କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.