ବଢୁଛି ଉତ୍ପାଦନ, ସୁଧୁରୁଛି କୋଇଲା ସଙ୍କଟ ସ୍ଥିତି

author img

By

Published : Oct 13, 2021, 8:54 AM IST

ବଢୁଛି ଉତ୍ପାଦନ, ସୁଧୁରୁଛି କୋଇଲା ସଙ୍କଟ ସ୍ଥିତି

କୋଇଲା ସଙ୍କଟ ଟାଳିବାକୁ ଯଥାସମ୍ଭବ ପ୍ରୟାସ କରୁଛନ୍ତି ସରକାର । ଅକ୍ଟୋବର ୨୧ ପରେ ଆମେ ୨ ନିୟୁତ ଟନ୍ କୋଇଲା ଯୋଗାଇବାକୁ ଚେଷ୍ଟା କରିବୁ କହିଲେ କେନ୍ଦ୍ର କୋଇଲା ମନ୍ତ୍ରୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇଛି ବିଦ୍ୟୁତ ସଙ୍କଟ । କୋଇଲାର ଅଭାବ ଯୋଗୁଁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଯେଉଁ କାରଣରୁ ବିଭିନ୍ନ ରାଜ୍ୟ ବିଦ୍ୟୁତ କାଟ୍ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛି । ସେପଟେ କୋଇଲା ଅଭାବ ପରେ ସାମ୍ଭାବ୍ୟ ବ୍ଲାକଆଉଟ ସ୍ଥିତି ଟାଳିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛି କେନ୍ଦ୍ର । ତେବେ ଖରାପ ସମୟ ବିତି ଯାଇଛି । ଏବେଠାରୁ ଆଉ କୋଇଲା ଅଭାବ ଦେଖାଯିବ ନାହିଁ କି ବିଦ୍ୟୁତ ସଙ୍କଟ ଉପୁଜିବ ନାହିଁ ବୋଲି କହିଛନ୍ତି ସରକାର ।

ଏନେଇ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ଅକ୍ଟୋବର ୨୧ ପରେ ଆମେ ୨ ନିୟୁତ ଟନ୍ କୋଇଲା ଯୋଗାଇବାକୁ ଚେଷ୍ଟା କରିବୁ । ଆବଶ୍ୟକତା ଅନୁଯାୟୀ କୋଇଲା ଉପଲବ୍ଧ ହେବ ବୋଲି ଆମେ ପ୍ରତିଶ୍ରୁତି ଦେଉଛୁ । ସୂଚନାଯୋଗ୍ୟ, କୋଲ ଇଣ୍ଡିଆ ଦେଶର କୋଇଲା ଚାହିଦା ପୂରଣ କରିବାକୁ ଉଦ୍ୟମ କରୁଛି । କମ୍ପାନୀ ଗତ ୪ ଦିନରେ ୧.୫୭ ମିଲିୟନ ଟନ ରୁ ୧.୯୪ ମିଲିୟନ ଟନ ପର୍ଯ୍ୟନ୍ତ ନିଜର ଉତ୍ପାଦନ କ୍ଷମତା ବଢାଇଛି । ଆସନ୍ତା ସପ୍ତାହ ସୁଦ୍ଧା ଏହା ଦୈନିକ ୨ ମିଲିୟନ ଟନ ଯୋଗାଣ କରିପାରିବ ବୋଲି ଆଶା ରହିଛି ।

ଯେଉଁସବୁ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡିକ କୋଇଲାର ଆମାଦାନୀ ଉପରେ ନିର୍ଭରଶୀଳ, ଅନ୍ତରାଷ୍ଟ୍ରୀୟ ବଜାରରେ କୋଇଲ ଦର ତିନି ଗୁଣା ବଢିବା ଯୋଗୁଁ ନିଜର ଆମଦାନୀ ହ୍ରାସ କରିଥିଲେ ଏବଂ କୋଇଲା ଯୋଗାଣ ପାଇଁ କେନ୍ଦ୍ର ଉପରେ ଜୋର୍ ଦେଇଥିଲେ । ଯାହାଦ୍ବାରା କୋଇଲା ଆମାଦାନୀ ପ୍ରାୟ ୧୨ ପ୍ରତିଶତ କମିଥିଲା ଏବଂ ଘୋର ବିଦ୍ୟୁତ ସଙ୍କଟ ସୃଷ୍ଟି ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ରାଜ୍ୟଗୁଡିକ ଉପରେ କୋଲ ଇଣ୍ଡିଆର ପ୍ରାୟ ୨୧,୦୦୦ କୋଟି ବକେୟା ଅର୍ଥ ରହିଛି । ମହାରାଷ୍ଟ୍ର ୨,୬୦୦ କୋଟି, ତାମିଲନାଡୁ ୧୧୦୦ କୋଟି, ପଶ୍ଚିମବଙ୍ଗ ୨୦୦୦ କୋଟି, ଦିଲ୍ଲୀ ୨୭୮ କୋଟି, ପଞ୍ଜାବ ୧୨୦୦ କୋଟି, ମଧ୍ୟପ୍ରଦେଶ ୧୦୦୦ କୋଟି ଏବଂ କର୍ଣ୍ଣାଟକ ଉପରେ ୨୩ କୋଟି ବକେୟା ରହିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.