ETV Bharat / bharat

ରେବନ୍ତଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ଉପମୁଖ୍ୟମନ୍ତ୍ରୀ ସହ 11 ମନ୍ତ୍ରୀ, କାହାକୁ ମିଳିଲା କେଉଁ ବିଭାଗ

author img

By ETV Bharat Odisha Team

Published : Dec 7, 2023, 5:48 PM IST

ରେବନ୍ତଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଳା କେଉଁ ବିଭାଗ !
ରେବନ୍ତଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଳା କେଉଁ ବିଭାଗ !

CM Revanth Reddy allotted departments: ରେବନ୍ତଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ଉପମୁଖ୍ଯମନ୍ତ୍ରୀଙ୍କୁ ମିଶାଇ 11 ଜଣଙ୍କୁ ମିଳିଲା ବିଭାଗ । ଦୁଇ ମହିଳା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଅପରାହ୍ନରେ ରେବନ୍ତ ରେଡ୍ଡୀଙ୍କ ଶପଥ ଗ୍ରହଣ ସହ ତେଲେଙ୍ଗାନାରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ଆଜି ସୋନିଆ ଗାନ୍ଧୀ ଓ ଦଳ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଓ ପ୍ରିୟଙ୍କା ପ୍ରମୁଖଙ୍କ ଉପସ୍ଥିତିରେ ରେବନ୍ତ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ଶପଥ ଗ୍ରହଣ କରିଥିବା 11 ମନ୍ତ୍ରୀଙ୍କୁ ବିଭାଗ ମଧ୍ୟ ବଣ୍ଟନ କରାଯାଇଛି । ରାଜ୍ୟରେ ଜଣେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ପାଇଛନ୍ତି ।

ଦଳର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଦାବିଦାର ବୋଲି ଚର୍ଚ୍ଚା ହେଉଥିବା ଭଟ୍ଟି ବିକ୍ରମାର୍କଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ସହ ରାଜସ୍ବ ବିଭାଗ ମିଳିଛି । ସେହିପରି ଅନ୍ୟତମ ବରିଷ୍ଠ ନେତା ଉତ୍ତମ ରେଡ୍ଡୀଙ୍କୁ ପ୍ରଭାବଶାଳୀ ଗୃହ ବିଭାଗ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ କୋମତି ରେଡ୍ଡୀ ଭେଙ୍କଟ ରେଡ୍ଡୀଙ୍କୁ ନଗରପାଳିିକା ମନ୍ତ୍ରୀ, ଡା.ଶ୍ରୀଧର ବାବୁ ଅର୍ଥମନ୍ତ୍ରୀ ହୋଇଛନ୍ତି । ପି.ଶ୍ରୀନିବାସ ରେଡ୍ଡୀଙ୍କୁ ଜଳ ଓ ଡ୍ରେନେଜ ବିଭାଗ, କୋଣ୍ଡା ସୁରେଖାଙ୍କୁ ମହିଳା କଲ୍ୟାଣ, ଅନ୍ୟତମ ବରିଷ୍ଠ ନେତା ଦାମୋଦର ରାଜନରସିଂହ୍ମାଙ୍କୁ ସ୍ବାସ୍ଥ୍ୟ, ଜୁପୁଲି କ୍ରିଷ୍ଣାରାଓଙ୍କୁ ଯୋଗାଣ ମନ୍ତ୍ରୀ, ପୁନମ ପ୍ରଭାକରଙ୍କୁ ପଛୁଆବର୍ଗ କଲ୍ୟାଣ (BC Welfare Minister), ଟି ନାଗେଶ୍ବର ରାଓଙ୍କୁ ରୋଡ ଆଣ୍ଡ ବିଲ୍ଡିଂ ବିଭାଗ ସହ ନକ୍ସଲ କ୍ୟାମ୍ପରୁ ରାଜନୀତିକୁ ଆସିଥିବା ସିତାକାଙ୍କୁ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି । ମୋଟ 11 ମନ୍ତ୍ରୀଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ, ଭଟ୍ଟି ବିକ୍ରମାର୍କ ଉପ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏରେ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ, ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଭଟ୍ଟି ବିକ୍ରମାର୍କ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ଭେଟେରାନ ନେତ୍ରୀ ସୋନିଆ ଗାନ୍ଧି, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି, କେ.ସି ବେଣୁଗୋପାଳ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବ କୁମାରଙ୍କ ସମେତ ବହୁ କଂଗ୍ରେସ ନେତା ସାମିଲ ହୋଇଥିଲେ । ରେବନ୍ତଙ୍କୁ ମିଶାଇ ମୋଟ 12 ଜଣ ଶପଥ ଗ୍ରହଣ କରିଥିଲେ । ଶପଥର କିଛି ଘଣ୍ଟା ମଧ୍ୟରେ ବିଭାଗ ମଧ୍ୟ ବଣ୍ଟନ କରାଯାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.