ETV Bharat / bharat

ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ, ଭଟ୍ଟି ବିକ୍ରମାର୍କ ଉପ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 7, 2023, 1:38 PM IST

Updated : Dec 7, 2023, 2:33 PM IST

Telangana New Government: ତେଲେଙ୍ଗାନାରେ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ରେବନ୍ତ ରେଡ୍ଡି ହୋଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଛି କଂଗ୍ରେସ ସରକାରର ଶପଥ ସମାରୋହ। ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି । ଅଧିକ ପଢ଼ନ୍ତୁ,

ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ
ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ

ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ, ଭଟ୍ଟି ବିକ୍ରମାର୍କ ଉପ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ (ତେଲେଙ୍ଗାନା): ତେଲେଙ୍ଗାନାରେ ଗଠନ ହୋଇଛି କଂଗ୍ରେସ ସରକାର। ପିସିସି ସଭାପତି ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଧାନୀ ହାଇଦ୍ରାବାଦର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ, ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ମାଲ୍ଲୁ ଭଟ୍ଟି ବିକ୍ରମାର୍କ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରେବନ୍ତଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ତ୍ତତ୍ତମ କୁମାର ରେଡ୍ଡି।

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି, କେସି ବେଣୁଗୋପାଳ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମେତ ବହୁ କଂଗ୍ରେସ ନେତା ସାମିଲ ହୋଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ : କର୍ଣ୍ଣାଟକ ପରେ ତେଲେଙ୍ଗାନା: କାମ ଦେଲା କି କଂଗ୍ରେସର '6 ଗ୍ୟାରେଣ୍ଟି' !

54 ବର୍ଷୀୟ ରେବନ୍ତ ହେଉଛନ୍ତି ZPTC ରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରେବନ୍ତ ହେଉଛନ୍ତି ତେଲେଙ୍ଗାନାର ଦ୍ବିତୀୟ ମୁଖ୍ଯମନ୍ତ୍ରୀ । ପୂର୍ବରୁ ବିଆରଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ 2014ରୁ 2023 ପର୍ଯ୍ୟନ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ। 2023 ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୋଟ 119 ଆସନ ମଧ୍ୟରୁ କଂଗ୍ରେସ ପାର୍ଟି 64 ଆସନରେ ବିଜୟୀ ହୋଇଥିବା ବେଳେ, ବିଆରଏସ 39ଟି ଆସନ ପାଇଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 60 ଥିବା ବେଳେ, କଂଗ୍ରେସ ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଠନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ : ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ, ୭ରେ ଶପଥ

ରେବନ୍ତ ରେଡ୍ଡି: ଅନୁମୁଲା ରେବନ୍ତ ରେଡ୍ଡି । 1969 ନଭେମ୍ବର 8ରେ ମେହେବୁବନଗର କୋଣ୍ଡାରେଡ୍ଡିରେ ଜନ୍ମଗ୍ରହଣ । ଓସମାନିଆ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP)ରୁ ଛାତ୍ର ରାଜନୀତି ଆରମ୍ଭ ପରେ, ଟିଡିପିରୁ ସକ୍ରିୟ ରାଜନୀତିରେ ସାମିଲ । ରେବନ୍ତ ତିନିଥର ବିଧାୟକ ଏବଂ ଥରେ ସାଂସଦ ହୋଇଛନ୍ତି । 2009 ଏବଂ 2014ରେ ଟିଡିପି ଟିକେଟରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । 2017 ଅକ୍ଟୋବରରେ ଟିଡିପି ଛାଡ଼ି କଂଗ୍ରେସରେ ହୋଇଥିଲେ ସାମିଲ । ସେ 2018ରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ଲଗାତର ତୃତୀୟ ବିଜୟ ହାସଲ କରିଥିଲେ । 2019 ଲୋକସଭା ନିର୍ବାଚନ ନିର୍ବାଚନ ଲଢ଼ି ସଫଳ ହୋଇଥିଲେ । ସେ ମାଲକାଜଗିରି ଆସନରୁ ବିଜୟୀ ହୋଇ ସାଂସଦ ଅଛନ୍ତି । ରେବନ୍ତଙ୍କୁ 2021ରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇଥିଲେ କଂଗ୍ରେସ ହାଇକମାଣ୍ଡ । ରେବନ୍ତଙ୍କ ନେତୃତ୍ବରେ 2023 ବିଧାନସଭା ନିର୍ବାଚନ ଲଢ଼ିଥିଲା କଂଗ୍ରେସ ପାର୍ଟି । ରେଭାନ୍ତ ଏଥର ଦୁଇଟି ଆସନରେ ଲଢ଼ିଥିଲେ । ନିଜର ପାରମ୍ପରିକ ଆସନ କୋଡଙ୍ଗଲରୁ ବିଜୟୀ ହୋଇଥିବା ବେଳେ, କାମାରେଡ୍ଡିରୁ ପରାସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 7, 2023, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.