ETV Bharat / bharat

Award for Global Leadership ସମ୍ମାନରେ ସମ୍ମାନିତ ହେବେ CJI ଚନ୍ଦ୍ରଚୂଡ଼

author img

By

Published : Jan 8, 2023, 11:29 AM IST

Chief Justice of India DY Chandrachud
ଭାରତର ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ 'ଆୱାର୍ଡ ଫର ଗ୍ଲୋବାଲ ଲିଡରସିପ୍‌' ସମ୍ମାନ ପାଇଁ ମନୋନୀତ କରାଯାଇଛି । ଆସନ୍ତା 11 ତାରିଖରେ ଅନଲାଇନ କାର୍ଯ୍ୟକ୍ରମରେ ସିଜେଆଇଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କୁ (Chief Justice of India DY Chandrachud ) ମିଳିବ 'ଆୱାର୍ଡ ଫର ଗ୍ଲୋବାଲ ଲିଡରସିପ୍‌' ସମ୍ମାନ (Award for Global Leadership ) । ଦେଶ ଓ ବିଶ୍ବରେ ଆଇନ ବୃତ୍ତିରେ ଜୀବନବ୍ୟାପୀ ସେବା ପାଇଁ ହାବାର୍ଡ ଆଇନ ସ୍କୁଲ ସେଣ୍ଟର ( Harvard Law School Center ) ଦ୍ବାରା ଚନ୍ଦ୍ରଚୂଡ଼ଙ୍କୁ ଏହି ଆୱାର୍ଡ ପାଇଁ ମନୋନୀତ କରାଯାଇଛି । ଆସନ୍ତା ଜାନୁଆରୀ 11ତାରିଖରେ ଅନଲାଇନ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ: Fake Bomb scare in School: ମଜାକ ପାଇଁ ଏପରି କରିଥିଲା ନାବାଳକ, ନିଆଗଲା କାର୍ଯ୍ୟାନୁଷ୍ଠାନ

ସିଜେଆଇ ଚନ୍ଦ୍ରଚୂଡ଼ ଆମେରିକାର ହାଭାର୍ଡ ଆଇନ ସ୍କୁଲରେ ଏଲଏଲଏମ (LLM) ଡିଗ୍ରୀ ଏବଂ ଡକ୍ଟରେଟ ( Doctorate in Judicial Sciences ) ହାସଲ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ହାଭାର୍ଡ ଆଇନ ସ୍କୁଲର ପ୍ରଫେସର ଡାଭିଡ ୱିଲନିକ୍ସଙ୍କ ସହ ଆଲୋଚନା କରିବା ଜଷ୍ଟିସ ଚନ୍ଦ୍ରଚୂଡ଼ । ପ୍ରକାଶ ଥାଉକି, ଦେଶର 50ତମ ପ୍ରଧାନ ବିଚାରପତି ହେଉଛନ୍ତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ । ଗତ 9 ନଭେମ୍ବର 2022ରେ 50ତମ ପ୍ରଧାନ ବିଚାରପତି ( 50th Chief Justice of India ) ଭାବେ ସେ ସପଥ ଗ୍ରହଣ କରିଥିଲେ । ତାଙ୍କର କାର୍ଯ୍ୟକାଳ 2 ବର୍ଷ ରହିବ । 10 ନଭେମ୍ବର 2024ରେ ଅବସର ନେବେ ଡି.ୱାଇ ଚନ୍ଦ୍ରଚୂଡ଼ ।

ଏହା ମଧ୍ୟ ପଢ଼ନ୍ତୁ: Sqn Leaders Bhavna Kanth: ବିଦେଶ ମାଟିରେ ଫାଇଟର ଜେଟ ଉଡାଇବେ ଭାରତୀୟ ଝିଅ

ନୂଆ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ 6844 ମାମଲାର ସମାଧାନ ହୋଇଥିବା ସୂଚନା ମିଳିଛି । ଗୋଟିଏ ମାସରେ 6 ହଜାରରୁ ଅଧିକ ମାମଲା ଶୁଣାଣି କରିଛନ୍ତି । କାର୍ଯ୍ୟଭାର ସମ୍ଭାଳିବା ପରେ ଏକମାସ ମଧ୍ୟରେ 5 ହଜାର 898 ନୂଆ ମାମଲା ଦାଖଲ ହୋଇଛି । ମୋଟ 2 ହଜାର 511 ସ୍ଥାନାନ୍ତରଣ ଏବଂ ଜାମିନ ଆବେଦନକୁ ସମାଧାନ କରାଯାଇଛି । ଏହା ବ୍ୟତୀତ ବୈବାହିକ ତଥା ଅନେକ ଗୁରୁତ୍ବପୂର୍ଣ୍ଣ ବିବାଦର ସମାଧାନ କରିଛନ୍ତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ।

ଜଷ୍ଟିସ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ଼ 1959 ନଭେମ୍ବର 11 ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ LLB, ହାଭାର୍ଡରୁ LLM ଓ ପରେ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ ହାସଲ କରିଥିଲେ । 1998 ମସିହାରେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ଦାୟିତ୍ବ ଗ୍ରହଣ କଲେ । 2013ରେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ପରେ ବମ୍ବେ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି । 2016ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ବ ତୁଲାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.