ETV Bharat / bharat

Fake Bomb scare in School: ମଜାକ ପାଇଁ ଏପରି କରିଥିଲା ନାବାଳକ, ନିଆଗଲା କାର୍ଯ୍ୟାନୁଷ୍ଠାନ

author img

By

Published : Jan 8, 2023, 7:46 AM IST

କର୍ଣ୍ଣାଟକ ବେଙ୍ଗାଲୁରୁର ଏକ ଘରୋଇ ବିଦ୍ୟାଳୟକୁ ଗୁଜବ ବୋମା ଥିବା ନେଇ ସୂଚନା ଘଟଣା (Bomb scare in Bengaluru school) । ଉକ୍ତ ବିଦ୍ୟାଳୟର ଛାତ୍ରକୁ ଚିହ୍ନଟ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢନ୍ତୁ

Fake Bomb scare in School
Fake Bomb scare in School

ବେଙ୍ଗାଲୁରୁ: ବିଦ୍ୟାଳୟକୁ ଗୁଜବ ବୋମା ସୂଚନା ଦେଇ ଫସିଲେ ନାବାଳକ । ସ୍କୁଲରେ ବୋମା ଖଞ୍ଜା ହୋଇଥିବା ନେଇ ବେଙ୍ଗାଲୁରୁର ଏକ ଘରୋଇ ବିଦ୍ୟାଳୟକୁ ଇମେଲ ଆସିଥିଲା (Bomb scare in Bengaluru school)। ତେବେ ଯାଞ୍ଚ ପରେ ଏହା ମିଥ୍ୟା ବୋଲି ଜଣାପଡ଼ିବା ପରେ ଅଭିଯୁକ୍ତ ନାବାଳକକୁ ଚିହ୍ନଟ କରାଯାଇଛି । ଏହାପରେ ପୋଲିସ ନାବାଳକଙ୍କୁ ଜୁଭେନାଇଲ ବୋର୍ଡକୁ ପଠାଇଛି । ନାବାଳକ ଜଣକ ଥଟ୍ଟା କରିବା ଲାଗି ଏପରି କାର୍ଯ୍ୟ କରିଥିବା କହିଛନ୍ତି ।

ନ୍ୟାସନାଲ ଏକାଡେମୀ ଫର ଲର୍ଣ୍ଣିଂ (NAFL)କୁ ଆସିଥିଲା ଏହି ଗୁଜବ ସୂଚନା । ପୋଲିସ ତଦନ୍ତ କରିବା ପରେ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଚିହ୍ନଟ କରି ରାଜ୍ୟ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇଛି । ପୋଲିସର କହିବାନୁସାରେ IP Address ଜରିଆରେ ଏହି ନାବାଳକଙ୍କୁ ଚିହ୍ନଟ କରାଯାଇଥିଲା । ସେ ଥଟ୍ଟା କରିବା ଲାଗି ଏପରି କରିଥିବା ସ୍ବୀକାର କରିଥିଲେ । ସେ ଗୁଗୁଲ ସର୍ଚ୍ଚ କରି ଏହି ଘରୋଇ ବିଦ୍ୟାଳୟର ଅଫିସିଆଲ ମେଲ ଆଇଡି (Official Mail Id) ପାଇଥିଲେ । ଏହାପରେ ସ୍କୁଲରେ ବୋମା ଖଞ୍ଜା ଯାଇଥିବା ନେଇ ସ୍କୁଲକୁ ମେଲ୍‌ କରିଥିଲେ ।

ଏହା ବି ପଢନ୍ତୁ- ସ୍କୁଲରେ ବୋମା ସୂଚନା, ଆଲର୍ଟରେ ବେଙ୍ଗାଲୁରୁ ପୋଲିସ

ସ୍କୁଲରେ ୪ଟି ଜିଲାଟିନ ରଖାଯାଇଥିବା ନେଇ ସୂଚନା ମିଳିଥିଲା । ରାତି ପ୍ରାୟ ସାଢେ ୮ଟା ସମୟରେ ସ୍କୁଲ ଅଫିସିଆଲ ମେଲକୁ ଏହି ସୂଚନା ଆସିଥିଲା । ଶୁକ୍ରବାର ସକାଳେ ସ୍କୁଲ କର୍ତ୍ତୃପକ୍ଷ ଏହି ମେଲ ପାଇଥିଲେ । ଏହାପରେ ପୋଲିସକୁ ତୁରନ୍ତ ସୂଚନା ଦେଇଥିଲେ । ପୋଲିସ ଖବର ପାଇବା ମାତ୍ରେ ସ୍କୁଲରେ ପହଞ୍ଚି ପ୍ରଥମେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲା । ଏହାପରେ ଚାରିଆଡ଼େ ଛାନଭିନ କରିବା ପରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା । ତେବେ ବିଦ୍ୟାଳୟର କେହି ଛାତ୍ର ଏପରି କରିଥିବା ପୋଲିସ ସନ୍ଦେହ କରିଥିଲା । ଶେଷରେ ଏହି ସନ୍ଦେହ ସତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.