ETV Bharat / bharat

Watch Video: କୁନୋ ପାର୍କରୁ ବାହାରି ଜନବସତି ମୁହାଁ ଚିତା, ଆଲର୍ଟ ଗ୍ରାମବାସୀ

author img

By

Published : Apr 2, 2023, 3:56 PM IST

Cheetah Ovan
Cheetah Ovan

ମଧ୍ୟପ୍ରଦେଶ କୁନା ଜାତୀୟ ଉଦ୍ୟାନରୁ ଖସି ଜନବସତି ମୁହାଁ ଚିତା । ବନ ବିଭାଗର ଉଦ୍ଧାର କାର୍ଯ୍ୟ ଆରମ୍ଭ । ଅଧିକ ପଢନ୍ତୁ

ନୋ ପାର୍କରୁ ବାହାରି ଜନବସତି ମୁହାଁ ଚିତା

ଭୋପାଳ: ମଧ୍ୟପ୍ରଦେଶ ଶୟୋପୁରର କୁନୋ ଜାତୀୟ ଉଦ୍ୟାନରୁ ଖସି ଜନବସତି ମୁହାଁ ଚିତା । କୁନୋ ଜଙ୍ଗଲରୁ ଚିତା ଓଭାନ ଖସି ପାଖ ଗାଁର କ୍ଷେତରେ ଦେଖିବାକୁ ମିଳିଛି । ଏନେଇ ଖବର ପାଇବା ପରେ ଆଲର୍ଟରେ ରହିଛନ୍ତି ଗ୍ରାମବାସୀ । ଲୋକମାନେ ହାତରେ ଠେଙ୍ଗାବାଡ଼ି ଧରି ସତର୍କ ରହିବା ସହ ବନ ବିଭାଗକୁ ଖବର ଦେଇଛନ୍ତି । ତେବେ ବନ ବିଭାଗ ଚିତା ଓଭାନକୁ ଉଦ୍ଧାର କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ କୁନୋ ଜାତୀୟ ଉଦ୍ୟାନରୁ ଚିତା ବାହାରି ବିଜୟପୁର ତହସିଲର ଗୋଲିପୁରା ଓ ଝାର ବଡୋଦା ଗାଁର ଜଙ୍ଗଲ ନିକଟକୁ ଚାଲିଆସିଛି । କେହି ଗ୍ରାମବାସୀ ପ୍ରଥମେ ଚିତାକୁ ଦେଖିବା ପରେ ସମସ୍ତ ଗ୍ରାମବାସୀ ଆଲର୍ଟରେ ରହିଛନ୍ତି । ଏହାପରେ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଛି । ଆଫ୍ରିକାର ନାମିବ୍ୟାରୁ ଏହି ଚିତାକୁ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ଯାଇଥିଲା । ଚିତା ଜାତୀୟ ଉଦ୍ୟାନରୁ ଖସି ପଳାଇଥିବା ଖବର ପାଇବା ମାତ୍ରେ ବନ ବିଭାଗ ରେସ୍କ୍ୟୁ ଅପରସେନ ଆରମ୍ଭ କରିଛି ।

ଏହା ବି ପଢନ୍ତୁ-କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତାର ମୃତ୍ୟୁ, ଭାରତ ଆସିବା ପୂର୍ବରୁ ଥିଲା କିଡନୀ ସଂକ୍ରମିତ

ଖୁବଶୀଘ୍ର ଚିତାକୁ ଧରାଯିବା ସହ ଲୋକଙ୍କୁ ଭୟଭୀତ ନହେବାକୁ ବନ ବିଭାଗ କହିଛି । ଏହାସହ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଉଦ୍ଧାର ସମୟରେ ବନ ବିଭାଗ ଚିତା ଓଭାନ ଏକ କ୍ଷେତରେ ଥିବା ବନ ବିଭାଗକୁ ଦେଖିବାକୁ ପାଇଛି । ଏଯାଏଁ ବନ ବିଭାଗ ଚିତାକୁ ଧରିବାରେ ଅକ୍ଷମ ରହିଥିବା ବେଳେ ଲଗାତାର ପ୍ରୟାସ ଜାରି ରଖିଛି । କୌଣସି ଅଘଟଣ ଘଟିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ବନ ବିଭାଗ ଚିତାକୁ ଧରିବା ଲାଗି ଉଦ୍ୟମ କରୁଥିବା କହିଛି ।

ସୂଚନା ଥାଉ କି ଭାରତରେ ଦୀର୍ଘ ବର୍ଷ ଧରି ଚିତାଙ୍କ ବଂଶ ଲୋପ ପାଇବା ପରେ ଆଫ୍ରିକାରୁ ଚିତା ପ୍ରକଳ୍ପ ଅଧୀନରେ ଏହି ବନ୍ୟ ଜନ୍ତୁଙ୍କୁ ଆଣିଛନ୍ତି ଭାରତ ସରକାର । ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଉଦ୍ୟାନରେ ୮ଟି ଚିତାକୁ ଛଡ଼ାଯାଇଥିଲା । ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୧୨ଟି ଚିତାକୁ ଛଡ଼ାଯାଇଥିଲା । ଅନ୍ୟପଟେ ଗତ କିଛି ଦିନ ତଳେ ଉଦ୍ୟାନରେ ଏକ ମାଈ ଚିତାର ମୃତ୍ୟୁ ଘଟିଥିଲା । ଭାରତ ଆସିବା ପୂର୍ବରୁ ଉକ୍ତ ଚିତାଟି କିଡନୀ ସଂକ୍ରମଣ ରୋଗରେ ପୀଡ଼ିତ ଥିଲା । ଭାରତ ଆସିବା ପରେ ସେ ଅସୁସ୍ଥ ନଜର ଆସିବା ପରେ ତା'ର ଏକାଧିକ ପରୀକ୍ଷଣ କରାଯାଇଥିଲା । ଏହାପରେ ଜଣାପଡ଼ିଥିଲା ଯେ ସେ ପୂର୍ବରୁ ସଂକ୍ରମିତ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.