ETV Bharat / bharat

11 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

author img

By

Published : Jul 14, 2021, 3:56 PM IST

11 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା
11 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ବଢିଲା ମହଙ୍ଗା ଭତ୍ତା । ମହଙ୍ଗା ଭତ୍ତା 17 ପ୍ରତିଶତରୁ 28 ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଭେଟି । ବଢିଲା ମହଙ୍ଗା ଭତ୍ତା(DA ) । ମହଙ୍ଗା ଭତ୍ତା 17 ପ୍ରତିଶତରୁ 28 ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍ ମହଙ୍ଗା ଭତ୍ତା ମୋଟାମୋଟି ଭାବେ 11 ପ୍ରତିଶତ ବଢିଛି । ଆଜି(ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଥାଉ କି, ଗତ ବର୍ଷ ଏହାକୁ ବନ୍ଦ କରାଯାଇଥିଲା । ଚଳିତ ବର୍ଷ DA ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି କ୍ୟାବିନେଟ ଅନୁମୋଦନ ପୂର୍ବରୁ ତିନୋଟି ଡିଏ କିସ୍ତି ବାକିଥିବା ଜଣାପଡିଛି । କୋରୋନା ସଙ୍କଟ ମଧ୍ୟରେ ସରକାରଙ୍କ ପକ୍ଷରୁ ଡିଏ ଉପରେ ରୋକ ଲଗାଯାଇଥିଲା । ଆଜି ତିନୋଟି ବିଚାରଧୀନ କିସ୍ତିର ଅଂଶ ଭାବରେ 11 ପ୍ରତିଶତ DA ବୃଦ୍ଧିକୁ ଅନୁମୋଦନ କରାଯାଇଛି । କୋରୋନା ସଙ୍କଟ ଏବଂ ଦରଦାମ ବୃଦ୍ଧି ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କୁ ଏହି ଭେଟି ଦେଇଛନ୍ତି ମୋଦି ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.