ETV Bharat / bharat

ଧର୍ମ ପରିବର୍ତ୍ତନ ଲକ୍ଷ୍ୟ ରଖି ମହିଳାଙ୍କ ସହ ଶାରୀରିକ ସମ୍ପର୍କ, ଥାନାରେ ମାମଲା ରୁଜୁ

author img

By

Published : Jul 4, 2021, 10:58 AM IST

ଧର୍ମ ପରିବର୍ତ୍ତନ ଲକ୍ଷ୍ୟ ରଖି ମହିଳାଙ୍କୁ ବିବାହର ପ୍ରଲୋଭନ ଓ ତାପରେ ଶାରୀରିକ ସମ୍ପର୍କ । ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ...

ଧର୍ମ ପରିବର୍ତ୍ତନ ଲକ୍ଷ ରଖି ମହିଳାଙ୍କ ସହ ଶାରୀରିକ ସମ୍ପର୍କ, ଥାନାରେ ମାମଲା ରୁଜୁ
ଧର୍ମ ପରିବର୍ତ୍ତନ ଲକ୍ଷ ରଖି ମହିଳାଙ୍କ ସହ ଶାରୀରିକ ସମ୍ପର୍କ, ଥାନାରେ ମାମଲା ରୁଜୁ

ଲକ୍ଷ୍ନୌ: ଧର୍ମ ପରିବର୍ତ୍ତନ ଲକ୍ଷ୍ୟ ରଖି ମହିଳାଙ୍କୁ ବିବାହର ପ୍ରଲୋଭନ ଓ ତାପରେ ଶାରୀରିକ ସମ୍ପର୍କ । ଏନେଇ ଥାନାରେ ଅଭିଯୋଗ ପରେ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ପୋଲିସ । ଉତ୍ତରପ୍ରଦେଶର ବୁଲନ୍ଦଶାହାରର ଜଣେ ମହିଳାଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ଶାରୀରିକ ସମ୍ପର୍କ ରଖିବା ପରେ ବିବାହର ପ୍ରଲୋଭନ ଦେଖାଇଥିଲେ ଜଣେ ବ୍ୟକ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ବୁଲନ୍ଦଶାହାର ପୋଲିସ ଷ୍ଟେସନର ବରିଷ୍ଠ ଅଧୀକ୍ଷକ ସନ୍ତୋଷ କୁମାର ସିଂ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିବା ବେଳେ ଗତ 2 ବର୍ଷ ହେଲା ସେମାନେ ସମ୍ପର୍କ ରଖୁଥିଲେ । ମହିଳା ଜଣଙ୍କ ଅନୁସୂଚିତ ଜାତିର ହୋଇଥିବା ବେଳେ ବ୍ୟକ୍ତି ଜଣଙ୍କ ଅନ୍ୟ ଧର୍ମର ଥିଲେ ।

ତେବେ ମହିଳାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ବ୍ୟକ୍ତି ଜଣଙ୍କ । ଏଥିପାଇଁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ପ୍ରାୟ 4 ଦିନ ପୂର୍ବରୁ ବ୍ୟକ୍ତି ଜଣଙ୍କ ନିଜ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିବା କହିଛନ୍ତି ଅଧୀକ୍ଷକ ସନ୍ତୋଷ କୁମାର ସିଂ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.