ETV Bharat / bharat

Love Jihad: ସୁରଟରେ 17 ବର୍ଷର ନାବାଳିକାଙ୍କୁ ଗର୍ଭବତୀ ପରେ ଧର୍ମ ପରିବର୍ତ୍ତନ

author img

By ETV Bharat Odisha Team

Published : Oct 6, 2023, 8:24 PM IST

ଗୁଜୁରାଟ ସୁରଟରେ ଲଭ ଜିହାଦ ମାମଲା । ନାବାଳିକାଙ୍କୁ ଗର୍ଭବତୀ କରାଇ ଜୋରଜବରଦସ୍ତ ମୁସଲିମ ଧର୍ମାବଲମ୍ବୀ ପ୍ରେମିକ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

Love Jihad in Surat
Love Jihad in Surat

ଗାନ୍ଧୀନଗର: ଗୁଜୁରାଟର ସୁରଟ ସହରରେ ସାମ୍ନାକୁ ଆସିଲା ଲଭ ଜିହାଦ ମାମଲା । ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କଲା 17 ବର୍ଷର ନାବାଳିକା । ନିଜକୁ ହିନ୍ଦୁ ଧର୍ମାବଲମ୍ବୀ କହି ଜଣେ ମୁସଲିମ ରିକ୍ସା ଚାଳକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିଲା । ଏହାପରେ ତାଙ୍କୁ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ପୋଲିସର ସୂଚନା ଅନୁସାରେ ସୁରଟ ପୋଣ୍ଡେସରା ଅଞ୍ଚଳର ଜଣେ ନାବାଳିକା ଏକ ଫ୍ୟାକ୍ଟିରେ କାମ କରୁଥିଲେ । ସେଠାରେ ସେ ଜଣେ ରିକ୍ସା ଚାଳକରେ ରିକ୍ସାରେ ପ୍ରତିଦିନ ଯିବା ଆସିବା କରୁଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅଭିଯୁକ୍ତ ପ୍ରେମିକ ମୁସଲିମ ଧର୍ମାବଲମ୍ବୀ ହୋଇଥିବା ବେଳେ ନିଜର ନାମ କିଶୋର କହି ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିବା ଅଭିଯୋଗ ହୋଇଛି । ଏହାପରେ ସେ ନାବାଳିକାକୁ ନିଜ ସହ ଦିଲ୍ଲୀ ନେଇଯାଇଥିଲା । ସେଠାରେ ତାକୁ ଗର୍ଭବତୀ କରିବା ପରେ ନିଜ ରାଜ୍ୟ ଉତ୍ତରପ୍ରଦେଶକୁ ଫେରି ନାବାଳିକାଙ୍କ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରିଥିଲା ।

ଏହା ବି ପଢନ୍ତୁ- ଉତ୍ତରାଖଣ୍ଡରେ ଲଭ ଜିହାଦ ଅଭିଯୋଗରେ ଉତ୍ତେଜନା, ପୁରୋଲାରେ ଧାରା 144 ଜାରି

ନାବାଳିକା ଜଣକ ଗର୍ଭବତୀ ଥିବାରୁ ଏହାର ବିରୋଧ କରିପାରିନଥିଲେ । ଏହାପରେ ନାବାଳିକାଙ୍କୁ ବୁର୍ଖା ପିନ୍ଧିବା ଲାଗି ବାଧ୍ୟ ମଧ୍ୟ କରିଥିଲା । ନାବାଳିକା ଜଣକ ସନ୍ତାନକୁ ଜନ୍ମ ଦେବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ବାମୀ ରିଜୱାନଙ୍କ ଅନ୍ୟ ଜଣେ ହିନ୍ଦୁ ଯୁବତୀ ସହିତ ସମ୍ପର୍କ ଅଛି । ଯେତେବେଳେ ସେ ନିଜ ସ୍ବାମୀଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ ସେତେବେଳେ ଅଭିଯୁକ୍ତ ସ୍ବାମୀ କହିଥିଲା ଯେ ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିବା ଲାଗି ତାକୁ ଅର୍ଥ ମିଳୁଛି । ଏହାପରେ ପୀଡି଼ତା ଥାନାର ଦ୍ବାରସ୍ଥ ହୋଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ଏନେଇ ଏସିପି ଏମଡି ଉପାଧ୍ୟାୟ କହିଛନ୍ତି,"ପୀଡ଼ିତାଙ୍କ ଗତ 2018 ମସିହାରେ ବିବାହ ହୋଇଥିଲା । ସେତେବେଳେ ପୀଡିତାଙ୍କୁ 17 ବର୍ଷ ବୟସ ହୋଇଥିଲା । ଅଭିଯୁକ୍ତ ନିଜ ପ୍ରକୃତ ପରିଚୟ ଲୁଚାଇ ପୀଡ଼ିତାଙ୍କୁ ବିବାହ କରିଥିଲା । ତେବେ ଏହି ଲଭ ଜିହାଦ ଘଟଣାରେ ଅଭିଯୁକ୍ତ ସହିତ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଜଣକ ଅନ୍ୟ ଜଣେ ହିନ୍ଦୁ ଝିଅ ସହିତ ସମ୍ପର୍କରେ ଅଛି । ପୋଲିସ ତାକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.