ETV Bharat / bharat

ପଟିଆଲାରୁ ଲଢିବେ Captain Amarinder Singh

author img

By

Published : Nov 22, 2021, 12:09 PM IST

ପଟିଆଲା ବିଧାନସଭା ଅସନରୁ ଲଢିବେ କ୍ୟାପଟେନ ଅମରିନ୍ଦର ସିଂ
ପଟିଆଲା ବିଧାନସଭା ଅସନରୁ ଲଢିବେ କ୍ୟାପଟେନ ଅମରିନ୍ଦର ସିଂ

୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ପଟିଆଲା ବିଧାନସଭା ଆସନରୁ ଲଢିବେ କ୍ୟାପଟେନ ଅମରିନ୍ଦର ସିଂ(Captain Amarinder Singh । ଅଧିକ ପଢନ୍ତୁ

ଚଣ୍ଡିଗଡ: ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତ କଲେଣି ବିଭିନ୍ନ ରାଜନୈତିକ ଦଳ । ଏହାରି ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ(Captain Amarinder Singh) ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଲଢିବେ ଅମରିନ୍ଦର ସିଂ । ତେବେ ସେ ନିର୍ବାଚନରେ ପଞ୍ଜାବ ପଟିଆଲା ବିଧାନସଭା ଆସନରୁ ଲଢିବେ ବୋଲି ଗତକାଲି ସୂଚନା ଦେଇଛନ୍ତି । ଏହି ଆସନରୁ ଅମରିନ୍ଦର ସିଂ ୪ଥର ବିଜୟୀ ହୋଇଥିବା ବେଳେ ତାଙ୍କ ପତ୍ନୀ କୌର ୨୦୧୪ରେ ଏହି ଆସନରୁ ବିଜୟୀ ହୋଇଥିଲେ ।

ତେବେ ରାଜ୍ୟ ପିସିସି ସଭାପତି ନବୋଜୋତ ସିଂହ ସିଦ୍ଧୁଙ୍କ ସହ ଅମରିନ୍ଦର ସିଂଙ୍କ ମତଭେଦ ଦେଖାଦେବାରୁ ସେ ଗତ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ସହ ଦଳକୁ ମଧ୍ୟ ବାଏବାଏ କହିଥିଲେ । ଏହାପରେ ତାଙ୍କ ସ୍ଥାନରେ ଚରଣଜିତ ସିଂ ଚନ୍ନୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ତେବେ ଇସ୍ତଫା ପରେ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ଚଳିତମାସରେ ନିଜ ରାଜନୈତିକ ଦଳ ପଞ୍ଜାବ ଲୋକ କଂଗ୍ରେସ ଦଳ ଗଠନ କରିଥିବା ନେଇ ଘୋଷଣା କରିଥିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ଏଥିସହ ଆଗାମୀ ବିଧାନସଭା ନିର୍ବାଚନରେ ୧୧୭ ବିଧାନସଭା ଆସନରେ ଲଢିବା ପାଇଁ ଶପଥ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.