ETV Bharat / bharat

ବିଜେପି ସହ ମିଶିବ ପଞ୍ଜାବ ଲୋକ କଂଗ୍ରେସ ଦଳ !

author img

By

Published : Jul 2, 2022, 7:53 AM IST

ବିଜେପି ସହ ମିଶିବ ପଞ୍ଜାବ ଲୋକ କଂଗ୍ରେସ ଦଳ !
ବିଜେପି ସହ ମିଶିବ ପଞ୍ଜାବ ଲୋକ କଂଗ୍ରେସ ଦଳ !

କଂଗ୍ରେସ ଦଳରେ କଣଠେସା ଅଭିଯୋଗ କରି ନୂଆ କରି ପଞ୍ଜାବ ଲୋକ କଂଗ୍ରେସ ନାମରେ ରାଜନୈତିକ ଦଳ ଗଢ଼ିଥିଲେ । ବର୍ତ୍ତମାନ ଏହି ଦଳ ବିଜେପି ସହ ମିଶିବାକୁ ଯାଉଛି । ଅଧିକ ପଢ଼ନ୍ତୁ

ଚଣ୍ଡିଗଡ଼: ନାନା ରାଜନୈତିକ ହଟଚମଟ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ୍‌ ଅମରନ୍ଦିର ସିଂହ । କଂଗ୍ରେସ ଦଳରେ କଣଠେସା ଅଭିଯୋଗ କରି ନୂଆ କରି ପଞ୍ଜାବ ଲୋକ କଂଗ୍ରେସ ନାମରେ ରାଜନୈତିକ ଦଳ ଗଢ଼ିଥିଲେ । ତେବେ ବର୍ତ୍ତମାନ ଏହି ଦଳ ବିଜେପି ସହ ମିଶିବାକୁ ଯାଉଛି ।

ଜୁଲାଇ ମାସ ଶେଷ ସୁଦ୍ଧା ପଞ୍ଜାବ ଲୋକ କଂଗ୍ରେସ ବିଜେପି ସହ ମିଶିପାରେ । ମେରୁଦଣ୍ଡ ଅସ୍ତ୍ରୋପଚରା ପାଇଁ ବର୍ତ୍ତମାନ ବିଦେଶ ଗସ୍ତରେ ରହିଛନ୍ତି କ୍ୟାପ୍‌ଟେନ୍‌ । ସେ ଚଳିତ ମାସ ଦ୍ବିତୀୟ ସପ୍ତାହ ମଧ୍ୟରେ ଫେରି ପାରନ୍ତି । ଏହାପରେ ବିଜେପି ସହ ପଞ୍ଜାବ ଲୋକ କଂଗ୍ରେସ ମିଶିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ।

ତେବେ ବିଜେପି ସହ ମିଶିବା ପରେ କ୍ୟାପ୍‌ଟେନ ଅମରିନ୍ଦର ସିଂହକୁ ବିଜେପି କିଛି ବଡ଼ ଦାୟିତ୍ବ ଦେଇପାରେ ବୋଲି ଆଲୋଚନା ହେଉଛି । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏଭଳି କିଛି ଗୋଟି ଚାଳନା କରିବ ବୋଲି ରାଜନୈତିକ ସମୀକ୍ଷକ ମତ ରଖୁଛନ୍ତି । ୨୦୨୨ ସାଧାରଣ ନିର୍ବାଚନରେ ନିଜର ଅଲଗା ଦଳ କରି ନିର୍ବାଚନ ଲଢ଼ିଥିଲେ କ୍ୟାପଟେନ୍‌ । ବିଜେପି ସହ ମେଣ୍ଟ କରି ସେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । କିନ୍ତୁ କ୍ୟାପଟେନଙ୍କ ଏହି ନୀତି ଫଳପ୍ରଦ ହୋଇପାରିନାହିଁ ।

ନିର୍ବାଚନରେ ଶୋଚନୀୟ ପରାଜିତ ହୋଇଥିଲେ ଅମରିନ୍ଦର । ତେବେ ସେ ବିଜେପିରେ ଯୋଗ ଦେବାପରେ ଅନେକ କଂଗ୍ରେସର ନେତାଏ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି । ଗୁରମିତ ସୋଢ଼ି, ଫତେହ ଜାଙ୍ଗ୍‌ ବାଜୱା ଓ ସୁନୀଲ ଝାକର ଭଳି ନେତାଏ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.