ETV Bharat / bharat

Punjab: ବନ୍ୟା ସ୍ଥିତି ଅନୁଧ୍ୟାନ ବେଳେ ମନ୍ତ୍ରୀଙ୍କୁ କାମୁଡିଲା ସାପ

author img

By

Published : Aug 20, 2023, 7:08 AM IST

Punjab: ବନ୍ୟା ସ୍ଥିତି ଅନୁଧ୍ୟାନ ବେଳେ ମନ୍ତ୍ରୀଙ୍କୁ କାମୁଡିଲା ସାପ
Punjab: ବନ୍ୟା ସ୍ଥିତି ଅନୁଧ୍ୟାନ ବେଳେ ମନ୍ତ୍ରୀଙ୍କୁ କାମୁଡିଲା ସାପ

ବନ୍ୟାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ପଞ୍ଜାବ ମନ୍ତ୍ରୀଙ୍କୁ କାମୁଡିଲା ସାପ । ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଚଣ୍ଡିଗଡ଼: ପଞ୍ଜାବର ଅନେକ ଜିଲ୍ଲାରେ ଏବେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାଜ୍ୟର ମନ୍ତ୍ରୀ ଓ ବିଧାୟକଙ୍କୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ସହ ବନ୍ୟା ସ୍ଥିତି ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବା ବେଳେ ପଞ୍ଜାବ ଶିକ୍ଷା ମନ୍ତ୍ରୀ ତଥା ଶ୍ରୀ ଆନନ୍ଦପୁର ସାହିର ବିଧାୟକ ହରଜୋତ ବାଇନ୍ସ ସର୍ପାଘାତର ଶିକାର ହୋଇଛନ୍ତି । ଗତ ତିନି ଦିନ ତଳେ ସେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବାହାରିଥିବା ବେଳେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ସାପଟି ବିଷାକ୍ତ ଥିବା ଜଣାପଡିବା ପରେ ମନ୍ତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସାପ କାମୁଡ଼ିବା ଏବଂ ବର୍ତ୍ତମାନ ସୁସ୍ଥ ହେବା ବିଷୟରେ ମନ୍ତ୍ରୀ ହରଜୋତ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ପ୍ରାୟ ତିନି ଦିନ ପୂର୍ବେ ନିଜ ନିର୍ବାଚନ ମଣ୍ଡଳୀରେ ସେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଯାଇଥିଲେ, ତାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଚିକିତ୍ସା କରାଯାଇଥିଲା । ହରଜୋତ ବେନ୍ସଙ୍କ ଅନୁଯାୟୀ, ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଶରୀରରେ ବିଷର ମାତ୍ରା ମଧ୍ୟ ହ୍ରାସ ପାଇଥିବା ଡାକ୍ତର କହିଛନ୍ତି । ସେହିପରି ଖୁବଶୀଘ୍ର ସୁସ୍ଥ ହୋଇ ତାଙ୍କ ଅଞ୍ଚଳରେ ବନ୍ୟା ପ୍ରଭାବିତଙ୍କ ନିକଟକୁ ଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିସ୍ଫୋରଣ ଧମକ ! ଅଭିଯୁକ୍ତ ଗିରଫ

ଆହୁରି ମଧ୍ୟ ସେ କହିଛନ୍ତି, ‘‘ଇଶ୍ବରଙ୍କ କୃପାରୁ ମୋ ନିର୍ବାଚନମଣ୍ଡଳୀ ଶ୍ରୀ ଆନନ୍ଦପୁର ସାହିବରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଅଗଷ୍ଟ 15 ତାରିଖରେ, ମୁଁ ବିଧାନସଭା ନିର୍ବାଚନ ମଣ୍ଡଳୀର ଏକାଧିକ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଜାଣିବା ପରେ ମୁଁ ମୋର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲି । ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚି ସାହାଯ୍ୟ କରିବା ପାଇଁ ପ୍ରୟାସ କରିଥିଲି । ବନ୍ୟାଞ୍ଚଳରେ ସ୍ଥିତି ସମୀକ୍ଷା କରିବା ବେଳେ ଏକ ସାପ ମତେ କାମୁଡି ଦେଇଥିଲା । ଫଳରେ ମତେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଲା । ମୁଁ ଏବେ ଭଲ ଅଛି, ଖୁବ ଶୀଘ୍ର ଲୋକଙ୍କ ନିକଟକୁ ଫେରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.