ETV Bharat / bharat

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିସ୍ଫୋରଣ ଧମକ ! ଅଭିଯୁକ୍ତ ଗିରଫ

author img

By

Published : Aug 19, 2023, 10:35 PM IST

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିସ୍ଫୋରଣ ଧମକ ଦେଇଥିବା ଅଭିଯୁକ୍ତ ଗିରଫ । ଘରେ ବୋମା ମାଡ କରିବା ପାଇଁ ଦେଇଥିଲା ଧମକ । ଅଧିକ ପଢନ୍ତୁ

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ
ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସରକାରୀ ବାସଭବନରେ ବିସ୍ଫୋରଣ ହେବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବିସ୍ଫୋରଣର ଉଡାଇ ଦେବା ପାଇଁ ଅଭିଯୁକ୍ତ ଫୋନ କଲରେ ଧମକ ଦେବାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଅଭିଯୁକ୍ତକୁ କନ୍ୟାକୁମାରୀରୁ ଗିରଫ କରାଯାଇଛି । ପୋଲିସ ତାକୁ ସ୍ଥାନୀୟ ଥାନାରେ ପ୍ରାଥମିକ ପଚରାଉଚରା କରିଥିଲା । ପରେ ତାକୁ ଅଧିକ ଜେରା ପାଇଁ ଚେନ୍ନାଇ ଅଣାଯାଇ ପାରେ ।

ସୂଚନା ଅନୁସାରେ, ଆଜି (ଶନିବାର) ମଧ୍ୟାହ୍ନ ପ୍ରାୟ 12.20 ରେ ଚେନ୍ନାଇ ସାଉଥ ଜୋନ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଅଜଣା ନମ୍ବରରୁ ଏହି ଅଭିଯୁକ୍ତଜଣଙ୍କ କଲ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୋମା ରହିଥିବା ଓ କିଛି ସମୟ ମଧ୍ୟରେ ବିସ୍ଫୋରଣରେ ତାଙ୍କ ଘରକୁ ଉଡାଇ ଦିଆଯିବା ନେଇ ଧମକ ଦେବା ପରେ ଅଭିଯୁକ୍ତଜଣଙ୍କ କଲ କାଟି ଦେଇଥିଲା । ପରେ ସତର୍କତାମୂଳକ ଭାବେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ସରକାରୀ ବାସଭବନରେ ସର୍ଚ୍ଚ ଅପରେସନ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ, ସନ୍ଧାନୀ କୁକୁର ସହ ପୋଲିସ ଏହି ସର୍ଚ୍ଚ ଅପରେସନ କରିଥିଲା । ହେଲେ ଏଥିରେ କୌଣସି ବୋମା କିମ୍ବା ଅନ୍ୟ କୌଣସି ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯିବା ପରେ ଏହା ଏକ ଫେକ କଲ ଥିବା ପୋଲିସ ନିଶ୍ଚିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:-Army vehicle plunges in Ladakh: ନଦୀକୁ ଖସିଲା ସେନା ଟ୍ରକ, 9 ଯବାନ ଶହୀଦ

ପୋଲିସ ଏକ ମାମଲା ରୁଜୁ କରି ସାଇବର ସେଲ ଜରିଆରେ ଏହି ନମ୍ବର ଓ ଏହାର ଲୋକେସନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଥିଲା । ତେବେ ଏହି କଲଟି କନ୍ୟାକୁମାରୀ ଏରିଆରୁ ଆସିଥିବା ଜଣାପଡିବା ପରେ ଅଭିଯୁକ୍ତର ପ୍ରକୃତ ଲୋକେସନ ଟ୍ରାକ କରାଯାଇ ତାକୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । କନ୍ୟାକୁମାରୀ ଜିଲ୍ଲାର ବୁଥପାଣ୍ଡିରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ତାର ନାମ ଇସାକି ମୁଥୁ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି । ତେବେ ସେ ଏପରି କରିବା ପଛର ପ୍ରକୃତ କାରଣ ଜଣାପଡିନଥିଲା ବେଳେ ସେ ଜଣେ ମାନସିକ ଭିନ୍ନକ୍ଷମ ବୋଲି ମଧ୍ୟ ଜଣାପଡିଥିବା ସୂଚନା ମିଳିଛି । ପୋଲିସ ତାକୁ ଜେରା ଜାରି ରଖିଛି । ସେ ଫୋନ କରିଥିବା ମୋବାଇଲକୁ ମଧ୍ୟ ଜବତ କରାଯାଇ ତାର କଲ ରେକର୍ଡ ଆଦି ଯାଞ୍ଚ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.