ETV Bharat / bharat

ଭାଇରାଲ ହେଲା ଝିଅର ଅଶ୍ଲୀଳ ଭିଡିଓ, ପ୍ରଶ୍ନ କରିବାରୁ ଯବାନଙ୍କୁ ପିଟି ହତ୍ୟା

author img

By

Published : Dec 27, 2022, 10:21 AM IST

Updated : Dec 27, 2022, 10:59 AM IST

Gujarat BSF Jawan Beaten To Death
Gujarat BSF Jawan Beaten To Death

ବିଏସଏଫ ଯବାନଙ୍କ ଝିଅର ଅଶ୍ଲିଳ ଭିଡିଓ ଭାଇରାଲ । ବିରୋଧ କରିବାରୁ ଯବାନଙ୍କୁ ହତ୍ୟା । ୭ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟର ଖେଡା ଜିଲ୍ଲାରେ ଅଭାବନୀୟ ଘଟଣା । ବିଏସଏଫ ଯବାନଙ୍କୁ ପିଟିପିଟି ହତ୍ୟା । ଯବାନଙ୍କ ଝିଅର ଅଶ୍ଲିଳ ଭିଡିଓ ଭାଇରାଲ ହେବା ପରେ ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ୭ ଜଣଙ୍କୁ ଗିରଫ କଲା ପୋଲିସ । ଶହୀଦ ହୋଇଥିବା ଯବାନଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ।

ଏନେଇ ପୋଲିସ ସୂଚନା ଦେଇ କହିଛି, "ଶହିଦ ଯବାନ ମେଲଜିଭାଇ ବାଘେଲାଙ୍କ ଘର ଖେଡା ଜିଲ୍ଲାର ନଦିଆଦ ଅଞ୍ଚଳରେ । ସେ ବିଏସଏଫ ୫୬ ନମ୍ବର ବାଟାଲିୟନରେ କାର୍ଯ୍ୟରତ ଥିଲେ । ଯବାନଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ ।"

ମିଳିଥିବା ସୂଚନା ଅନୁଯାୟୀ, ମେଲଜିଭାଇ ବାଘେଲାଙ୍କ ଝିଅର ଏକ ଅଶ୍ଲୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହା ପରିବାରର ନଜରକୁ ଆସିବା ପରେ ସେଥିରେ ସମ୍ପୃକ୍ତ ଥିବା ଯୁବକଙ୍କୁ ଚିହ୍ନଟ କରିଥିଲେ । ଏହାପରେ ଉକ୍ତ ଯୁବକଙ୍କ ଘରେ ଯାଇ ପହଞ୍ଚିଥିଲେ ଯବାନଙ୍କ ପତ୍ନୀ, ପୁଅ ଓ ତାଙ୍କ ପୁତୁରା । ସେଠାରେ ଭିଡିଓ ସମ୍ବନ୍ଧରେ ଯୁବକଙ୍କ ପରିବାର ସଦଦ୍ୟଙ୍କୁ ପଚାରିବା ସହ ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଯୁବକଙ୍କ ପରିବାର ସଦସ୍ୟଯବାନଙ୍କ ପରିବାର ସଦସ୍ୟଙ୍କୁ ଏକ ବାଡିରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନୀ ବୋଟ ସହ 300 କୋଟି ଡ୍ରଗ୍ସ ଜବତ, 10 ଗିରଫ

ଯବାନଙ୍କୁ ଏକ ବାଡିରେ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡିଥିଲେ । ଏଥିସହ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଆହତ ହୋଇଥିଲେ । ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଯୋଗେ ଯବାନଙ୍କୁ ହସ୍ଚିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ହୋଇଥିବାରୁ ଯବାନଙ୍କ ପୁଅ ଏବେ କୋମାରେ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ଥାନାରେ ଅଭିଯୋଗ ପରେ ଯୁବକଙ୍କ ପରିବାରର ସଦସ୍ୟଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ୭ଜଣଙ୍କୁ ଗିରଫ କରିଛି ।

Last Updated :Dec 27, 2022, 10:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.