ETV Bharat / bharat

ପାକିସ୍ତାନୀ ବୋଟ ସହ 300 କୋଟି ଡ୍ରଗ୍ସ ଜବତ, 10 ଗିରଫ

author img

By

Published : Dec 27, 2022, 7:56 AM IST

ଭାରତୀୟ ତଟରକ୍ଷୀ ବାହିନୀ ଗୁଜୁରାଟ ଉପକୂଳରେ ସମୁଦ୍ରରୁ ଏକ ପାକିସ୍ତାନୀ ବୋଟକୁ ଜବତ କରିଛି ( pakistani boat seized ) । ସେଥିରେ ଥିବା 10 ଜଣଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଅଧିକ ପଢନ୍ତୁ

pakistani boat
ପାକିସ୍ତାନୀ ବୋଟ ସହ 300କୋଟି ଡ୍ରଗ୍ସ ଜବତ, 10 ଗିରଫ

ନୂଆଦିଲ୍ଲୀ: ସମୁଦ୍ରପଥରେ ନିଶାଦ୍ରବ୍ୟ ଚାଲାଣ ଯୋଜନା ପଣ୍ଡ । କୋଷ୍ଟଗାର୍ଡ କବଜାରେ ଚାଲାଣକାରୀ । ଭାରତୀୟ ତଟରକ୍ଷୀ ବାହିନୀକୁ ସଫଳତା । ଗୁଜୁରାଟ ଉପକୂଳରେ ସମୁଦ୍ରରୁ ଏକ ପାକିସ୍ତାନୀ ବୋଟକୁ ଜବତ କରିଛି (pakistani boat seized ) । ସେଥିରେ ଥିବା 10 ଜଣଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ବୋଟରୁ 300 କୋଟି ଡ୍ରଗ୍ସ ସହ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି । ( pakistani boat carrying arms ammunition drugs ) ।

ଯାଞ୍ଚ ବେଳେ ତଟରକ୍ଷୀ ବାହିନୀକୁ ସେହି ବୋଟରୁ ଅସ୍ତ୍ରଶସ୍ତ୍ର ସମେତ 40 କିଲୋଗ୍ରାମ ଡ୍ରଗ୍ସ ମିଳିଛି ଯାହାର ମୂଲ୍ୟ 300 କୋଟି ହେବ ବୋଲି ଅନୁମାନ କରାଯାଉଛି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ 10ଟି ପିସ୍ତଲ ଓ 210 ରାଉଣ୍ଡ ଗୁଳି ରହିଛି । ଡିସେମ୍ବର 25 ଓ 26 ତାରିଖ ରାତିରେ ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରି ଭାରତୀୟ ସୀମାକୁ ପ୍ରବେଶ ଏକ ପାକିସ୍ତାନୀ ବୋଟ ଅନୁପ୍ରବେଶ କରିବା ସମ୍ପର୍କରେ ଏଟିଏସ୍ ଠାରୁ ଗୁଇନ୍ଦା ସୂଚନା ମିଳିବା ପରେ ତଟରକ୍ଷୀ ବାହିନୀର ଅଧିକାରୀମାନେ ଅପରେସେନ ଆରମ୍ଭ କରିଥିଲେ । ଅରିଞ୍ଜୟ ଜାହାଜ ସହାୟତାରେ ପାଟ୍ରୋଲିଂ କରିଥିଲେ । ଏହାପରେ ଭାରତୀୟ ଜଳରାଶିରେ ସନ୍ଦେହଜନକ ଭାବେ ଘୁରି ବୁଲୁଥିବା ପାକିସ୍ତାନୀ ବୋଟ ଅଲ ସୋହେଲିକୁ ସେମାନେ ଦେଖିବାକୁ ପାଇଥିଲେ ।

ଏହା ବି ପଢନ୍ତୁ...ଅଡୁଆରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ପୁଅ ପ୍ରିୟଙ୍କ, ଲୋକାୟୁକ୍ତରେ ମାମଲା

ଏହାପରେ ସେମାନେ ବୋଟଟିକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ହେଲେ ତାହା ଦ୍ରୁତ ଗତିରେ ଖସି ଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ତଟରକ୍ଷୀ ବାହିନୀ କବଳରୁ ବର୍ତ୍ତି ପାରିନଥିଲା । କୋଷ୍ଟଗାର୍ଡ ବୋଟକୁ ଜବତ କରିବା ସହିତ ସେଥିରେ ଥିବା 10 ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ପଚରାଉଚରା କରିବା ପାଇଁ ଓଖା ଉପକୂଳକୁ ଆଣାଯାଇଛି ।

ଏହା ବି ପଢନ୍ତୁ...ଡରାଇଲାଣି କୋରୋନା, କର୍ଣ୍ଣାଟକରେ ମାସ୍କ ପରିଧାନ ବାଧ୍ୟତାମୂଳକ

ପ୍ରକାଶ ଥାଉ କି ସେପ୍ଟେମ୍ବର ଏକ ପାକିସ୍ତାନୀ ବୋଟ ଜବତ ହୋଇଥିଲା । ଭାରତୀୟ ଜଳରାଶିର 6 ମାଇଲ ଦୂରରେ ଜବତ ବୋଟରେ 40 କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା ଯାହାର ମୂଲ୍ୟ 200 କୋଟି ଟଙ୍କା ଥିଲା । କୋଷ୍ଟଗାର୍ଡଙ୍କ ସଫଲ ସର୍ଚ୍ଚ ଅପରେସନ ପାଇଁ ଅନେକ ସ୍ମଗଲରଙ୍କ ଯୋଜନା ପଣ୍ଡ ହୋଇଛି । ଏହା ICG ଓ ATSର ସପ୍ତମ ମିଳିତ ସର୍ଚ୍ଚ ଅପରେସନ । 3 ମାସରେ ତୃତୀୟ ସର୍ଚ୍ଚ ଅପରେସନ । 3 ମାସ ପୂର୍ବରୁ ଗୁଜୁରାଟ ଉପକୂଳରେ ଅଲ ସକର ନାମକ ପାକିସ୍ତାନୀ ବୋଟ ଜବତ ହୋଇଥିଲା ଯେଉଁଥିଲେ 50 କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା ଯାହାର ମୂଲ୍ୟ 350 କୋଟି ଅନୁମାନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.