ETV Bharat / bharat

ମହାରାଷ୍ଟ୍ରର ଏକ କମ୍ପାନୀରେ ବିସ୍ଫୋରଣ: 5 ଶ୍ରମିକ ମୃତ, ଏକାଧିକ ଆହତ

author img

By ETV Bharat Odisha Team

Published : Sep 23, 2023, 10:51 PM IST

ମହାରାଷ୍ଟ୍ରର ଏକ କମ୍ପାନୀରେ ବିସ୍ଫୋରଣ, 5 ଶ୍ରମିକ ମୃତ
ମହାରାଷ୍ଟ୍ରର ଏକ କମ୍ପାନୀରେ ବିସ୍ଫୋରଣ, 5 ଶ୍ରମିକ ମୃତ

ଉଲହାସନଗରର ସେଞ୍ଚୁରୀ କମ୍ପାନୀରେ ବିସ୍ଫୋରଣରେ 5 ଜଣ ଶ୍ରମିକଙ୍କ ମୃତ୍ୟୁ । ଏକାଧିକ ଶ୍ରମିକ ଆହତ । ବିସ୍ଫୋରଣ କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ଥାଣେର ଉଲହସନାଗରର ଶାହାଦ ଅଞ୍ଚଳରେ ସ୍ଥିତ ସେଞ୍ଚୁରୀ କମ୍ପାନୀରେ ବିସ୍ଫୋରଣ ଘଟି 5 ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଆଜି ମଧ୍ୟାହ୍ନରେ କମ୍ପାନୀର CS2 ବିଭାଗରେ ଏହି ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏଥିରେ କମ୍ପାନୀରେ କାର୍ଯ୍ୟରତ 5ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବଂ ଅନେକ ଶ୍ରମିକ ଆହତ ହୋଇ ହସ୍ପିଟାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି (ଶନିବାର) ମଧ୍ଯାହ୍ନ ପ୍ରାୟ 12 ଟା ସମୟରେ ଏହି ବିସ୍ଫୋରଣ ଘଟିଛି । କମ୍ପାନୀର CS2 ବିଭାଗରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । କାମ କରୁଥିବା 5ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ କରାଯାଇନି । ସେମାନଙ୍କୁ ଚିହ୍ନଟ କରି ପରିବାର ସଦସ୍ୟଙ୍କୁ ପୋଲିସ ସୂଚନା ଦେବାକୁ ପ୍ରୟାସ କରୁଛି । ସମସ୍ତ ମୃତଦେହ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହ ପରିଜନକୁ ହସ୍ତାନ୍ତର କରାଯିବ ।

ଏହି ବିସ୍ଫୋରଣରେ ବହୁ ଶ୍ରମିକ ଆହତ ହୋଇଥିବା ଖବର ମଧ୍ୟ ରହିଛି । ଆହତ ଶ୍ରମିକମାନଙ୍କୁ ସେଞ୍ଚୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ସଂଖ୍ୟା ସମ୍ପର୍କରେ ଜଣାପଡିନାହିଁ । ସେମାନଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ସୂଚନା ମଧ୍ୟ ସ୍ପଷ୍ଟ ହୋଇନି । ଅନ୍ୟପଟେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି । ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ରିପୋର୍ଟ ଆସିଲେ ବିସ୍ଫୋରଣର କାରଣ ସମ୍ପର୍କରେ ସ୍ପଷ୍ଟ ହେବା ନେଇ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଲିଙ୍ଗ ପରିବର୍ତ୍ତନ ପାଇଁ DGPଙ୍କୁ ମହିଳା କନେଷ୍ଟବଳଙ୍କ ଚିଠି, ଲୋଡିଲେ ଅନୁମତି

ଅନ୍ୟପଟେ ବିସ୍ଫୋରଣ ପରେ କମ୍ପାନୀରେ କାମ ବନ୍ଦ ରହିଛି । ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଦାବି ହୋଇଛି । କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି କମ୍ପାନୀ କର୍ତ୍ତୃପକ୍ଷ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ସୁରକ୍ଷାରେ ଅବହେଳା ପାଇଁ ଏହି ଦୁର୍ଘଟଣା ଘଟିଛି କି ନାହିଁ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଘଟଣାସ୍ଥଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । କମ୍ପାନୀର ବୈଷୟିକ ଟିମ ତଦନ୍ତ ଆରମ୍ଭ କରିଛି । କମ୍ପାନୀକୁ ସିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.