ETV Bharat / bharat

BJP Foundation Day: ଏକ ଭାରତ ଶ୍ରେଷ୍ଠ ଭାରତ ଲକ୍ଷ୍ୟ କହିଲେ ମୋଦି

author img

By

Published : Apr 6, 2022, 8:43 AM IST

Updated : Apr 6, 2022, 12:29 PM IST

BJP Foundation Day 2022
BJP Foundation Day 2022

ଆଜି ଭାରତୀୟ ଜନତା ପାର୍ଟି ପାଳୁଛି ତାର 42 ତମ ପ୍ରତିଷ୍ଠା ଦିବସ । ଦଳର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ବୁଧବାର) ଦଳୀୟ କର୍ମୀ, ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନଙ୍କୁ ସମ୍ବୋଧିତ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ପାଳୁଛି ତାର 42 ତମ ପ୍ରତିଷ୍ଠା ଦିବସ । ଦଳର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ଦଳୀୟ କର୍ମୀ, ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନଙ୍କୁ ସମ୍ବୋଧିନ କରିଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭର୍ଚୁଆଲରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି । ବିଜେପି ଏକ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପ ପୂରଣ ଲକ୍ଷ୍ୟରେ ଅଗ୍ରସର ହେଉଛି । ସଂକଳ୍ପ ପୂରଣ ଲାଗି ଦଳର କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ବଢିଛି ବୋଲି କହିଛନ୍ତି ମୋଦି ।

ପ୍ରତିଷ୍ଠା ଦିବସ ପାଳୁଛି BJP
ପ୍ରତିଷ୍ଠା ଦିବସ ପାଳୁଛି BJP

ସେ ଆହୁରି କହିଛନ୍ତି, ଆଜି ଆମେ ଗର୍ବିତ ହେବା ଉଚିତ ଯେ ବିଜେପି ହେଉଛି ଏକମାତ୍ର ଦଳ ଯିଏ ଦେଶକୁ ଚ୍ୟାଲେଞ୍ଜ ବିଷୟରେ ଅବଗତ କରାଉଛି, ଦେଶକୁ ଏହା ବିଷୟରେ ସଚେତନ କରୁଛି । ବର୍ତ୍ତମାନ ଦୁଇ ପ୍ରକାରର ରାଜନୀତି ଚାଲିଛି ଗୋଟିଏ ପରିବାର ପ୍ରତି ପ୍ରେମ, ଅନ୍ୟଟି ଦେଶ ପ୍ରତି ପ୍ରେମ । ବିଭିନ୍ନ ରାଜ୍ୟରେ କିଛି ରାଜନୈତିକ ଦଳ ଅଛନ୍ତି ଯାହା କେବଳ ନିଜ ପରିବାରର ସ୍ୱାର୍ଥ ପାଇଁ କାମ କରେ । ସେମାନେ ବିଭିନ୍ନ ରାଜ୍ୟରେ ଥାଇପାରନ୍ତି କିନ୍ତୁ ସେମାନେ ରାଜବଂଶ ମାଧ୍ୟମରେ ସଂଯୁକ୍ତ ବୋଲି କହିଛନ୍ତି ପିଏମ ମୋଦି ।

ଦେଶରେ ମହିଳା, ଗରିବ ଓ କୃଷକଙ୍କ ଆକାକ୍ଷାଂ ପୂରଣ କରିଛି ବିଜେପି ବୋଲି କହିଛନ୍ତି ପିଏମ । ଏପ୍ରିଲ 7 ରୁ 20 ଏପ୍ରିଲ ପର୍ଯ୍ୟନ୍ତ ସମଗ୍ର ଦେଶରେ ସାମାଜିକ ନ୍ୟାୟ ପ୍ରସଙ୍ଗରେ ଦଳ କାର୍ଯ୍ୟକ୍ରମ ଆୟୋଜନ କରିବ । ଏହି ଅଭିଯାନରେ ଦଳୀୟ କର୍ମୀମାନେ ମୋଦି ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବେ । ଏପ୍ରିଲ 14ରେ ବି ଆର ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ପ୍ରତିଷ୍ଠା ଦିବସରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦଳ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି । ଏହାସହିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପାମାଲ୍ୟ ଅର୍ପଣ କରିଛନ୍ତି । ଏହା ସହିତ ପାର୍ଟି ମୁଖ୍ୟାଳୟରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହେଉଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ସକାଳ 10 ଟାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ଏପ୍ରିଲ 7 ରୁ 20 ମଧ୍ୟରେ ଦଳ ଏକ "ସମାଜିକ ନ୍ୟାୟ ପାଖୱାଡା" ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ ହେବ ।

ଏହା ବି ପଢନ୍ତୁ...BJP Foundation Day: ଅଟଳ-ଆଡଭାନୀ ବନାଇଲେ, ମୋଦି-ଶାହ ଚମକାଇଲେ

ଏହା ସହିତ ଆଜି ବିଭିନ୍ନ ଦେଶର କୂଟନୀତିଜ୍ଞ ତଥା ରାଷ୍ଟ୍ରଦୂତମାନଙ୍କ ସହ ଦଳୀୟ ମୁଖ୍ୟାଳୟରେ ଆଲୋଚନା କରିବେ ନଡ୍ଡା । ଯାହା ଅନ୍ୟ ଦେଶ ସହ ମଧ୍ୟ ସୁସମ୍ପର୍କକୁ ବଢାଇବ । ଏହି ଅଭିଯାନର ନାମ ରଖାଯାଇଛି ବିଜେପିକୁ ଜାଣନ୍ତୁ 'To Know BJP' । ପ୍ରତିଷ୍ଠା ଦିବସରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ରାଷ୍ଟ୍ରୀୟ ପ୍ରବକ୍ତା ସୁଧାଶୁଂ ଦ୍ବିବେଦୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବୈଦେଶିକ ମନ୍ତ୍ରଣାଳୟର କିଛି ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହେବା ନେଇ ସୂଚନା ମିଳିଛି ।

ଏହା ବ୍ୟତୀତ କିଛି ବିଦେଶୀ କୂଟନୈତିଜ୍ଞଙ୍କୁ ମଧ୍ୟ ମୁଖ୍ୟାଳୟ ପରଦର୍ଶନ କରିବାକୁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଏପର୍ଯ୍ୟନ୍ତ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ, ୟୁରୋପୀୟ ୟୁନିଅନର ରାଷ୍ଟ୍ରଦୂତ ଉଗୋ ଆଷ୍ଟୁଟୋ, ପର୍ତ୍ତୁଗାଲର ରାଷ୍ଟ୍ରଦୂତ କାର୍ଲୋସ ପେରେରା ମାର୍କସ, ସ୍ବିଜରଲ୍ୟାଣ୍ଡର ରାଲଫ ହେକନର୍ ପୋଲାଣ୍ଡର ରାଷ୍ଟ୍ରଦୂତ ଆଡାମ ବୁରାକୋସ୍କି, ରୋମାନିଆର ପ୍ରତିନିଧିତ୍ବ କରୁଥିବା ଡାନିଏଲା ସେଜୋନୋଭ ଟେନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସ୍ପଷ୍ଟ ହୋଇଛି ।

ପ୍ରକାଶ ଥାଉ କି, 6 ଏପ୍ରିଲ 1980 ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଜନ୍ମ ନେଇଥିବା ବିଜେପି । ଆଜି ଦଳ ଶିଖର ଛୁଇଁଛି । ସଂଘର୍ଷ, ସଂଗ୍ରାମ ବିଚାରଧାରା, ମାନବତା, ରାଷ୍ଟ୍ରବାଦ, ସୁଶାସନ ଓ ହିନ୍ଦୁତ୍ବକୁ ନେଇ ଦଳ ଗୋଟିଏ ପରେ ଗୋଟିଏ ଗୌରବ ଗାଥା ଲେଖୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 6, 2022, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.