ETV Bharat / bharat

କାହିଁକି ଟ୍ବିଟରରୁ ମୋଦିଙ୍କୁ ଅନଫଲୋ କଲା ହ୍ବାଇଟ ହାଉସ, ପଢନ୍ତୁ...

author img

By

Published : Apr 30, 2020, 3:34 PM IST

କାହିଁକି ଟ୍ବିଟରେ ମୋଦିଙ୍କୁ ଅନ ଫଲୋ କଲା ହ୍ବାଇଟ ହାଉସ, ପଢନ୍ତୁ...
କାହିଁକି ଟ୍ବିଟରେ ମୋଦିଙ୍କୁ ଅନ ଫଲୋ କଲା ହ୍ବାଇଟ ହାଉସ, ପଢନ୍ତୁ...

ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ବିଟରରେ ହ୍ବାଇଟ ହାଉସ ଫଲୋ କରୁଥିଲା । ହେଲେ ଗତକାଲିଠୁ ହ୍ବାଇଟ ହାଉସ ମୋଦିଙ୍କୁ ଅନ ଫଲୋ କରିଛି । ଆଉ ଏହା ପରଠୁ ରାଜନୀତି ଆରମ୍ଭ ହୋଇଯାଇଛି । ତେବେ ଏନେଇ ସ୍ପଷ୍ଟ କରିଛି ହ୍ବାଇଟ ହାଉସ ।

ୱାଶିଂଟନ: ହ୍ବାଇଟ ହାଉସ ଏହା ସ୍ପଷ୍ଟ କରିଛି ଯେ, ଏହାର ଟ୍ବିଟର ହ୍ୟାଣ୍ଡେଲ ସାଧାରଣତଃ ରାଷ୍ଟ୍ରପତିଙ୍କ ଯାତ୍ରା ସମୟରେ ସ୍ୱଳ୍ପ ସମୟ ପାଇଁ ଆୟୋଜକ ଦେଶରୁ ଆସିଥିବା ଅଧିକାରୀଙ୍କ ଆକାଉଣ୍ଟକୁ ଅନୁସରଣ କରିଥାଏ ।

ଫେବୃଆରୀ ଶେଷ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ହ୍ବାଇଟ ହାଉସର ଅଫିସିଆଲ ଟ୍ୱିଟର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟକୁ ଅନୁସରଣ କରିବା ଆରମ୍ଭ କରିଥିଲେ । ଯେଉଁଥିରେ ଥିଲା ମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆମେରିକାରେ ଥିବା ଭାରତୀୟ ଦୂତାବାସ, ଭାରତରେ ଆମେରିକାର ଦୂତାବାସ ଏବଂ ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନ୍ ଜଷ୍ଟର ।

ତେବେ ଏହି ସପ୍ତାହ ଆରମ୍ଭରେ, ହ୍ବାଇଟ ହାଉସ୍ ଏହି 6ଟି ଟ୍ୱିଟର ହ୍ୟାଣ୍ଡେଲକୁ ଅନୁସରଣ କରି ନଥିଲା । ହ୍ବାଇଟ ହାଉସର ଟ୍ୱିଟର ଆକାଉଣ୍ଟ ସାଧାରଣତଃ ଆମେରିକାର ସରକାରୀ ଟ୍ୱିଟର ଆକାଉଣ୍ଟ ଏବଂ ଅନ୍ୟମାନଙ୍କୁ ଉପଯୁକ୍ତ ଭାବରେ ଅନୁସରଣ କରିଥାଏ । ଉଦାହରଣ ସ୍ୱରୂପ, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏହି ଆକାଉଣ୍ଟ ସାଧାରଣତଃ ଅଳ୍ପ ସମୟ ପାଇଁ ଅନୁସରଣ କରିଥାଏ । ଆୟୋଜକ ଦେଶର ଅଧିକାରୀମାନଙ୍କ ବାର୍ତ୍ତାକୁ ରିଟ୍ୱିଟ କରାଯାଇଥାଏ । ଏବଂ ସେମାନଙ୍କ ବାର୍ତ୍ତା ସମ୍ବନ୍ଧରେ ସୂଚନା ଦିଆଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.