ETV Bharat / bharat

ରାଜସ୍ଥାନ ପରିବହନ ମନ୍ତ୍ରୀ କୋରୋନା ପଜିଟିଭ, 2 ଦିନ ପୂର୍ବେ ରାଲିରେ ହୋଇଥିଲେ ସାମିଲ

author img

By

Published : Aug 30, 2020, 7:11 PM IST

ରାଜସ୍ଥାନର ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିୟାୱାସ
ରାଜସ୍ଥାନର ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିୟାୱାସ

ରାଜସ୍ଥାନର ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିୟାୱାସ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମନ୍ତ୍ରୀ 2 ଦିନ ପୂର୍ବରୁ ଏକ ପ୍ରଦର୍ଶନ ରାଲିରେ ଯୋଗ ଦେଇଥିଲେ ।

ଜୟପୁର: କୋରୋନା ଭାଇରସ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ରାଜସ୍ଥାନରେ ମଧ୍ୟ କୋରୋନା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ନେତାମନ୍ତ୍ରୀ କୋରୋନା କବଳରେ ଆସୁଛନ୍ତି । ଏହି କ୍ରମରେ ରବିବାର ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିୟାୱାସ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମନ୍ତ୍ରୀ ଖୋଦ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି। ତେବେ ଖାସ କଥା ହେଉଛି ମନ୍ତ୍ରୀ 2 ଦିନ ପୂର୍ବରୁ ଏକ ରାଲିରେ ଯୋଗ ଦେଇଥିଲେ ।

  • कुछ लक्षण दिखने पर मैंने कोरोना टेस्ट करवाया और मेरी रिपोर्ट पॉजिटिव आई है |

    मेरा अनुरोध है कि गत दिनों में मेरे संपर्क में जो लोग आये हैं वह स्वयं को आइसोलेट कर अपनी जाँच करवाएं।

    आप सभी स्वस्थ रहें और अपना ख़्याल रखें ।

    — Pratap Khachariyawas (@PSKhachariyawas) August 30, 2020 " class="align-text-top noRightClick twitterSection" data=" ">

ମନ୍ତ୍ରୀ ଏନେଇ ଟ୍ବିଟ କରି କହିଛନ୍ତି, ମୋର କିଛି ଲକ୍ଷଣ ଦେଖାଯିବା ପରେ କୋରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ସକାରାତ୍ମକ ଆସିଛି । ଅତୀତରେ ମୋ ସଂସ୍ପର୍ଷରେ ଆସିଥିବା ସମସ୍ତ ବ୍ୟକ୍ତି ସଂଗରୋଧରେ ରହିବାକୁ ମୋର ଅନୁରୋଧ । ଏଥିସହ ସେମାନେ କୋରୋନା ପରୀକ୍ଷା କରିବାକୁ ମୋର ଅନୁରୋଧ ବୋଲି ସେ କହିଛନ୍ତି । ତେବେ ଖାଚାରିୟାୱାସ କୌଣସି ଡାକ୍ତରଖାନାରେ ଭର୍ତ୍ତି ହେବେନାହିଁ । ସେ ଜୟପୁର ସ୍ଥିତ ନିଜ ସରକାରୀ ବାସଭବନରେ ହିଁ ସଂଗରୋଧରେ ରହିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, 2 ଦିନ ପୂର୍ବରୁ ନିଟ୍‌ ଏବଂ ଜେଇଇ ପରୀକ୍ଷାକୁ ବିରୋଧ କରି ଏମଏନଆଇଟି କଲେଜ ବାହାରେ କଂଗ୍ରେସ ପକ୍ଷରୁ ଏକ ବଡ ଧରଣର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନରେ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିୟାୱାସଙ୍କ ବ୍ୟତୀତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ପାଳନ କରାଯାଇନଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ କଂଗ୍ରେସର ସମସ୍ତ ବଡ ନେତା ଅଂଶଗ୍ରହଣ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.