ETV Bharat / bharat

ହାଇଦ୍ରାବାଦ ଏନକାଉଣ୍ଟର; ତଦନ୍ତ କରିବେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ

author img

By

Published : Dec 11, 2019, 2:49 PM IST

ହାଇଦ୍ରାବାଦ ଏନକାଉଣ୍ଟର; ତଦନ୍ତ କରିବେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ
ହାଇଦ୍ରାବାଦ ଏନକାଉଣ୍ଟର; ତଦନ୍ତ କରିବେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ

ତେଲେଙ୍ଗାନା ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ନେଇ ସୁପ୍ରିମକୋର୍ଟ ନିଜର ଶୁଣାଣି କରିଛନ୍ତି । ତଦନ୍ତ କରିବାକୁ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କୁ ଦାୟିତ୍ବ ଦିଆଯିବ । ଅଧିକ ଖବର ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ହଇଚଇ ସୃଷ୍ଟି କରିଥିବା ତେଲେଙ୍ଗାନା ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ନେଇ ସୁପ୍ରିମକୋର୍ଟ ନିଜର ଶୁଣାଣି କରିଛନ୍ତି । ଏହି ଘଟଣାରେ ପୋଲିସର କଣ ଭୂମିକା ଥିଲା ସେ ନେଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କୁ ଦାୟିତ୍ବ ଦିଆଯିବ । ଏହି ତଦନ୍ତଭାର ପୂର୍ବତନ ବିଚାରପତି ନେବା ସହ ସେ ଦିଲ୍ଲୀରେ ହିଁ ରହିବେ ।

ମାତ୍ର ଦିଲ୍ଲୀରେ ରହି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ । ଗୁରୁବାର ଏନେଇ ପରବର୍ତ୍ତୀ ଶୁଣାଣି ଥିବା ବେଳେ ସେପଟେ ତେଲେଙ୍ଗାନା ହାଇକୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ଆସନ୍ତାକାଲି ଅର୍ଥାତ ଗୁରୁବାର କରାଯିବ। ସେପଟେ ମାମଲାରେ 4 ଅଭିଯୁକ୍ତଙ୍କ ମୃତଦେହ 13 ତାରିଖ ଯାଏଁ ସଂରକ୍ଷିତ ରଖିବାକୁ ତେଲେଙ୍ଗାନା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ତେଲେଙ୍ଗାନା ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ତେବେ ଏହି ଏନକାଉଣ୍ଟର ଫେକ ଏନକାଉଣ୍ଟର ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ଯାଚିକାର ଶୁଣାଣି ଚାଲିଛି ।

যোৰহাটৰ পৰিৱেশ অপৰিবত্তীত।।হাজাৰ হাজাৰ জনতাৰ প্ৰতিবাদত উত্তাল উপায়ুক্ত কায্যলয়ৰ সন্মুখ।।

ক্ৰমান্বয়ে যোৰহাটৰ পৰিৱেশ আৰু পৰিস্থিতি ভয়ংকৰ পৰা ভয়ংকৰ হৈ পৰিছে।হাজাৰ হাজাৰ লোকে চহৰখনৰ বিভিন্ন ঠাইৰ পৰা প্ৰতিবাদী সমদল কৰি উলাই আহি পৰিৱেশ উত্তাল কৰি তুলিছে।সমগ্র বৰুৱা চালিত এতিয়া ৮৩ আন্দোলনৰ পৰিৱেশ।আৰক্ষীৰ হাতত নাই এতিয়া পৰিস্থিতি নিয়ন্ত্ৰণ।নিয়ন্ত্ৰণ বাহিৰত হৈ পৰিল যোৰহাটৰ পৰিৱেশ।সমগ্ৰ চহৰত এতিয়া চেপা উত্তেজনা।বন্ধ হৈ পৰিল সকলো ব্যৱসায়িক প্ৰতিষ্ঠান।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.