ETV Bharat / bharat

କଂଗ୍ରେସ କକପିଟକୁ ପାଇଲଟଙ୍କ ପ୍ରତ୍ୟାବର୍ତ୍ତନ, ଗଣମାଧ୍ୟମକୁ କରିବେ ସାକ୍ଷାତ

author img

By

Published : Aug 11, 2020, 5:17 PM IST

କଂଗ୍ରେସ କକପିଟକୁ ପାଇଲଙ୍କ ପ୍ରତ୍ୟାବର୍ତ୍ତନ, ଗଣମାଧ୍ୟମକୁ କରିବେ ସାକ୍ଷାତ
କଂଗ୍ରେସ କକପିଟକୁ ପାଇଲଙ୍କ ପ୍ରତ୍ୟାବର୍ତ୍ତନ, ଗଣମାଧ୍ୟମକୁ କରିବେ ସାକ୍ଷାତ

ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସଚିନ ପାଇଲଟ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜୟପୁରରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ରାଜ୍ୟରେ କଂଗ୍ରେସ ସରକାରଙ୍କୁ ସମର୍ଥନ କରିବାକୁ ପାଇଲଟ ଜୟପୁର ଫେରୁଛନ୍ତି । ଅଧିକ ପଢନ୍ତୁ...

ଜୟପୁର: ରାଜସ୍ଥାନ ରାଜନୀତିରେ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରହିଥିବା ହାଇଭୋଲଟେଜ ଡ୍ରାମାରେ ପୂର୍ଣ୍ଣଛେଦ ପକାଇ କଂଗ୍ରେସର କକପିଟକୁ ଫେରୁଛନ୍ତି ସଚିନ ପାଇଲଟ । ନିଜର ବିଦ୍ରୋହୀ ଆଭିମୁଖ୍ୟ ପରିତ୍ୟାଗ କରି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛନ୍ତି ପାଇଲଟ । ସେ ନିଜ ସମର୍ଥକ ବିଧାୟକଙ୍କ ସହ ଏବେ ନିଜ ରାଜ୍ୟର ସରକାରଙ୍କ ମସର୍ଥନ କରିବା ସହ ଜୟପୁର ଫେରିବାକୁ ରାଜି ହୋଇଛନ୍ତି ।

ମଙ୍ଗଳବାର ସଂଧ୍ୟାରେ ପାଇଲଟ ଜୟପୁର ପହଞ୍ଚିବାର ସମ୍ଭାବନା ରହିଛି । ଦଳର ହାଇକମାଣ୍ଡ ସମସ୍ତ ଅଭିଯୋଗ ଶୁଣି ଏହାର ସମାଧାନ କରିଥିବାରୁ ପାଇଲଟ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ଗଣମାଧ୍ୟମକୁ ମଧ୍ୟ ସାକ୍ଷାତ କରିବେ ବୋଲି ସଙ୍କେତ ଦେଇଛନ୍ତି ।

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ଶୀଘ୍ର ଶେଷ ହେବାର ସମ୍ଭାବନା ନାହିଁ। ସରକାରଙ୍କୁ ଚ୍ୟାଲେଞ୍ଜ କରି ବିଜେପିରେ ଯୋଗଦେବା ଅଭିଯୋଗ ଆଧାରରେ ଗେହଲଟ ପାଇଲଟଙ୍କୁ ରାଜ୍ୟ କ୍ୟାବିନେଟ ତଥା ରାଜ୍ୟ କଂଗ୍ରେସ ସଭାପତି ପଦରୁ ବହିଷ୍କାର କରିବାରେ କରିଥିଲେ । ତେବେ ଏସବୁ ବିବାଦର ପୂର୍ଣ୍ଣଛେଦ ତେ ଶିଘ୍ର ପଡିବାର ଆଶା କ୍ଷୀଣ ରହିଛି ।

ଅନ୍ୟପକ୍ଷରେ, ଗତ ଏକ ମାସ ଧରି ଚାଲିଥିବା ରାଜସ୍ଥାନ ରାଜନୈତିକ ସଂଘର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ଏବଂ ସଂଗଠନର ଅନେକ ପ୍ରସଙ୍ଗ ରହିଛି ଯାହା ଉପରେ ଆମକୁ କେନ୍ଦ୍ରୀୟ ନେତୃତ୍ବ ସହ କଥା ହେବାକୁ ପଡିବ। କୌଣସି ପଦ ପଦବୀର ଆଶା ଅଭିଳାଷା ନଥିବା ସେ ସ୍ପଷ୍ଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.