ETV Bharat / bharat

ଭାରତରେ କୋରୋନା ଆରୋଗ୍ୟ ହାର ଆମେରିକା ଠାରୁ 20 ଗୁଣ ଅଧିକ

author img

By

Published : May 19, 2020, 7:27 PM IST

ଫଟୋ ସୌଜନ୍ୟ: ଟ୍ବିଟର@amitabhk87
ଫଟୋ ସୌଜନ୍ୟ: ଟ୍ବିଟର@amitabhk87

ଭାରତରେ ଆରୋଗ୍ୟ ହାର ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ତୁଳନାରେ 20 ଗୁଣ ଅଧିକ । ଯେତେବେଳେ ଆମେରିକାରେ 1 ଲକ୍ଷ ସଂକ୍ରମିତ ହୋଇଥିଲା, ସେତେବେଳେ କେବଳ ଦୁଇ ପ୍ରତିଶତ ଲୋକ ଏହି ରୋଗରୁ ଆରୋଗ୍ୟ ପାଇଥିଲେ । ଯେତେବେଳେ କି ଭାରତରେ ପ୍ରାୟ 40 ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଭାରତରେ ଲୋକଙ୍କ ଆରୋଗ୍ୟ ହାର ବିଶ୍ବର ଅନେକ ଦେଶ ତୁଳନାରେ ଅଧିକ ରହିିଛି ।

ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ଅତ୍ୟନ୍ତ ଚିନ୍ତାଜନକ ପାଲଟିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ରିପୋର୍ଟ ବୃଦ୍ଧି ପାଇ 1 ଲକ୍ଷ ଟପିଲାଣି । ଦେଶରେ ଲକଡାଉନର ଚତୁର୍ଥ ଚରଣ ଜାରି ରହିଛି । କୋରୋନା ସଂକ୍ରମଣ ହାର ବଢୁଥିବା ବେଳେ ଏକ ଭଲ ଖବର ଯେ, ଭାରତରେ ଆରୋଗ୍ୟ ହାର ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ତୁଳନାରେ 20 ଗୁଣ ଅଧିକ । ଯେତେବେଳେ ଆମେରିକାରେ 1 ଲକ୍ଷ ସଂକ୍ରମିତ ହୋଇଥିଲା, ସେତେବେଳେ କେବଳ ଦୁଇ ପ୍ରତିଶତ ଲୋକ ଏହି ରୋଗରୁ ଆରୋଗ୍ୟ ପାଇଥିଲେ । ଯେତେବେଳେ କି ଭାରତରେ ପ୍ରାୟ 40 ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଭାରତରେ ଲୋକଙ୍କ ଆରୋଗ୍ୟ ହାର ବିଶ୍ବର ଅନେକ ଦେଶ ତୁଳନାରେ ଅଧିକ ରହିିଛି ।

ଫଟୋ ସୌଜନ୍ୟ: ଟ୍ବିଟର@amitabhk87
ଫଟୋ ସୌଜନ୍ୟ: ଟ୍ବିଟର@amitabhk87

ଭାରତ ଅବସ୍ଥା ବହୁତ ଭଲ ବୋଲି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି ଯେ ଦେଶରେ 10 ଲକ୍ଷ ଲୋକରେ କେବଳ 2 ଜଣ ମୃତ୍ୟୁ ହୋଇଛି । ଆମେରିକାରେ ଏହି ସଂଖ୍ୟା 275 ଏବଂ ସ୍ପେନରେ 591 ଜଣ ରହିଛି । ଭାରତରେ ମୃତ୍ୟୁ ହାର ପ୍ରାୟ ତିନି ପ୍ରତିଶତ ଏବଂ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି |

ଯଦି ଆମେ ବିଶ୍ବରେ କୋରୋନା ରୋଗୀଙ୍କ ସୁସ୍ଥ ହେବା ବିଷୟରେ କହିବା, ତେବେ ଆମେରିକାରେ ଦୁଇ ପ୍ରତିଶତ, ଋଷରେ 11, ଇଟାଲୀରେ 14, ତୁର୍କୀରେ 18, ଫ୍ରାନ୍ସରେ 21, ସ୍ପେନରେ 22, ଜର୍ମାନୀରେ 29 ଏବଂ ଭାରତରେ 40 ପ୍ରତିଶତ କୋରୋନା ରୋଗୀ ସୁସ୍ଥ ହୋଇଯାଇଛନ୍ତି ।

ଏକ ଲକ୍ଷ ସଂକ୍ରମଣରେ ଆମେରିକା-ଜର୍ମାନୀ ସମେତ ଅନେକ ଦେଶରେ ଭାରତଠାରୁ କମ୍ ମୃତ୍ୟୁ ଘଟିଥିଲା । ମାତ୍ର ପରେ ଏହି ଘଟଣା ଆମେରିକାରେ ଦ୍ରୁତ ବୃଦ୍ଧି ପାଇଲା ଏବଂ ମୃତ୍ୟୁ ସଂଖ୍ୟା 90 ହଜାରରୁ ଅଧିକ ହୋଇଗଲା । ଏକ ଲକ୍ଷ ସଂକ୍ରମଣରେ ଋଷରେ 1073 ରୋଗୀ, ଜର୍ମାନୀରେ 1584, ଆମେରିକାରେ 2110, ତୁର୍କୀରେ 2491, ଭାରତରେ 3163, ବ୍ରାଜିଲରେ 7025, ସ୍ପେନରେ 9387, ଫ୍ରାନ୍ସରେ 10869, ଇଟାଲୀରେ 11591 ରୋଗୀଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.