ETV Bharat / bharat

କୋରୋନା ଆକ୍ରାନ୍ତଙ୍କୁ ଘରୋଇ ହସ୍ପିଟାଲର ଜୁଲମ

author img

By

Published : Jun 28, 2020, 3:21 PM IST

Updated : Jun 28, 2020, 3:34 PM IST

କୋରୋନା ଆକ୍ରାନ୍ତଙ୍କୁ ଘରୋଇ ହସ୍ପିଟାଲର ଜୁଲମ । ଦେଢ ଲକ୍ଷରୁ ଅଧିକ ଟଙ୍କାର ବିଲ ପୈଠ କରିବାକୁ କହି ବୃଦ୍ଧ ଦମ୍ପତ୍ତିଙ୍କୁ ବନ୍ଧକ ରଖିଲା ରୋହିଣୀସ୍ଥିତ ଘରୋଇ ହସ୍ପିଟାଲ।

କୋରୋନା ଆକ୍ରାନ୍ତଙ୍କୁ ଘରୋଇ ହସ୍ପିଟାଲର ଜୁଲୁମ
କୋରୋନା ଆକ୍ରାନ୍ତଙ୍କୁ ଘରୋଇ ହସ୍ପିଟାଲର ଜୁଲୁମ

ନୂଆଦିଲ୍ଲୀ: ପୁଣି ଘରୋଇ ଡାକ୍ତରଖାନାର ଦବଙ୍ଗଗିରି ସାମ୍ନାକୁ ଆସିଛି । କୋରୋନା ଆକ୍ରାନ୍ତ ବୃଦ୍ଧ ଦମ୍ପତି ସୁସ୍ଥ ହେଲା ପରେ ଚିକିତ୍ସିତ ହେଉଥିବା ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେମାନଙ୍କୁ ଅଟକ ରଖାଯାଇଥିଲା । ବୃଦ୍ଧ ଦମ୍ପତି ଅଭିଯୋଗ କରିଛନ୍ତି ଯେ, ଦେଢ ଲକ୍ଷରୁ ଅଧିକ ଟଙ୍କାର ବିଲ ପୈଠ କରିବାକୁ ଡାକ୍ତରଖାନା କହୁଛି । ଅନ୍ୟପଟେ ଡାକ୍ତରଖାନାର କର୍ମଚାରୀ କହିଛନ୍ତି ଯେ, ଚିକିତ୍ସା ବ୍ୟତୀତ ଅନ୍ୟାନ ଖର୍ଚ୍ଚର ସମ୍ପୂର୍ଣ୍ଣ ବିଲ ଆମେ ଦେଇ ପାରୁବୁ ନାହିଁ । ତେବେ ଡାକ୍ତରଖାନାରେ ମିଡିଆ ଆସିବା ପରେ ଦମ୍ପତିଙ୍କୁ ଛାଡି ଦେଇଥିଲେ ।

କୋରୋନା ଆକ୍ରାନ୍ତଙ୍କୁ ଘରୋଇ ହସ୍ପିଟାଲର ଜୁଲୁମ

ରୋହିଣି ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା 72ବର୍ଷୀୟ ବୃଦ୍ଧ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ବୃଦ୍ଧ ଦମ୍ପତିଙ୍କୁ ଡାକ୍ତରଖାନାରେ ଦ୍ବିପ୍ରହରରୁ ବନ୍ଧକ ରଖାଯାଇଥିଲା । ସେ କହିଛନ୍ତି ଯେ, କୋରୋନା ଲଢେଇରେ ଜିତିଗଲୁ ସତ କିନ୍ତୁ ବିଲ ପୈଠ କରିବାକୁ ଆସିଲୁ ସେତେବେଳେ ଆମେ ବିଲ ଦେଖି ଅବାକ୍‌ ରହିଗଲୁ । ଆମ ଦୁହିଁଙ୍କ ବିଲ ଯେତିକି ଅଛି ତା' ଠାରୁ 1ଲକ୍ଷ 65ହଜାରରୁ ଅଧିକ ଟଙ୍କା ମାଗୁଛନ୍ତି ଓ ଅତିରିକ୍ତ ବିଲ ଦେଉ ବି ନାହାଁନ୍ତି ।

ଅତିରିକ୍ତ ବିଲ ପୈଠ ନକରିବାରୁ ସେମାନଙ୍କୁ କିଛି ଘଣ୍ଟା ବନ୍ଧକ ରଖାଯାଇଥିଲା । ଏହାପରେ ତାଙ୍କର ପରିବାରବର୍ଗ ଡାକ୍ତରଖାନାରେ ପହଞ୍ଚି ପୋଲିସଙ୍କୁ କଲ୍‌ କରିଥିଲେ । କିନ୍ତୁ ରାତି 10ଟା ବାଜିଗଲା ତଥାପି ପୋଲିସ ଆସିଲା ନାହିଁ । ଏହାପରେ ପରିବାରବର୍ଗ ମିଡିଆର ସାହାରା ନେବାରୁ ଦମ୍ପତିଙ୍କୁ ଛାଡି ଦିଆଯାଇଥିଲା । ତେବେ ଏହି ଘଟଣାକୁ ନେଇ କ୍ୟାମେରା ସମ୍ମୁଖରେ ସେହି ଡାକ୍ତରଖାନାର କୌଣସି ଅଧିକାରୀ କିଛି ପ୍ରତିକ୍ରିୟା ରଖି ନଥିଲେ । କିନ୍ତୁ ଫୋନରେ ଡାକ୍ତରଖାନାର ପ୍ରଶାସନ କହିଛନ୍ତି ଯେ, ଭର୍ତ୍ତି ହୋଇଥିବା ରୋଗୀଙ୍କ 1.6ଲକ୍ଷ ଅନ୍ୟାନ ଖର୍ଚ୍ଚର ବିଲ୍‌ , ଯାହାର ସମ୍ପୂର୍ଣ୍ଣ ବିଲ ଦେଇ ହେବ ନାହିଁ ।ତେବେ ଏପରି ପ୍ରତିକ୍ରିୟାରୁ ସମ୍ପୂର୍ଣ୍ଣ ରୂପରେ ଜଣା ପଡୁଛି ଯେ,ସରକାରଙ୍କ ନିର୍ଦ୍ଦେଶ ପରେ ବି ଘରୋଇ ଡାକ୍ତରଖାନା କୋରୋନା ଆକ୍ରାନ୍ତଙ୍କୁ ଲୁଟୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2020, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.